DRDO ପକ୍ଷରୁ କ୍ୱାସି-ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ

Nov 05, 2026 - 22:30
DRDO ପକ୍ଷରୁ କ୍ୱାସି-ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ

ଭୁବନେଶ୍ବର: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ( ଡିଆରଡିଓ ) ପକ୍ଷରୁ ୫ ନଭେମ୍ବର ୨୦୨୬ରେ ପୂର୍ବାହ୍ନ ପ୍ରାୟ ୧୧ଟା ୧୦ ମିନିଟ୍‌ ସମୟରେ ଓଡ଼ିଶା ଉପକୂଳସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କ୍ୱାସି-ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର 'ପ୍ରଳୟ'ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି।

ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌) ପକ୍ଷରୁ ନିୟୋଜିତ ବିଭିନ୍ନ ରେଞ୍ଜ ଯନ୍ତ୍ରପାତି ମାଧ୍ୟମରେ ସଂଗୃହୀତ ପରୀକ୍ଷଣ ତଥ୍ୟରୁ ଏହି କ୍ଷେପଣାସ୍ତ୍ରର ସମସ୍ତ ନିର୍ଦ୍ଧାରିତ ପରୀକ୍ଷଣ ଲକ୍ଷ୍ୟ ସଫଳତାର ସହ ପୂରଣ ହୋଇଥିବା ସ୍ପଷ୍ଟ ହୋଇଛି।

Advertisment ହାଇଦ୍ରାବାଦର ଇମାରତ ଗବେଷଣା କେନ୍ଦ୍ର ସହିତ ଅନ୍ୟ ଡିଆରଡିଓ ପରୀକ୍ଷାଗାର ସ୍ୱଦେଶୀ ଭାବରେ ଏହି କ୍ଷେପଣାସ୍ତ୍ର ବିକଶିତ କରିଛି।

ବିକାଶ ଏବଂ ଉତ୍ପାଦନ ଭାଗୀଦାରମାନଙ୍କ ମଧ୍ୟରୁ ଅନ୍ୟତମ, ଭାରତ ଡାଇନାମିକ୍ସ ଲିମିଟେଡ୍ ଏହି ପ୍ରଣାଳୀ ଉତ୍ପାଦନ କରିଛି।

ଉପଭୋକ୍ତା ମୂଲ୍ୟାଙ୍କନ ପରୀକ୍ଷଣର ଅଂଶ ଭାବରେ ଡିଆରଡିଓର ବରିଷ୍ଠ ଅଧିକାରୀ, ଶିଳ୍ପ ଏବଂ ପ୍ରତିରକ୍ଷା ବାହିନୀର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଉଡ଼ାଣ ପରୀକ୍ଷଣ କରାଯାଇଥିଲା।

ଏହି ସଫଳ ପରୀକ୍ଷଣ ପରେ କ୍ଷେପଣାସ୍ତ୍ର ପ୍ରଣାଳୀକୁ ପ୍ରତିରକ୍ଷା ବାହିନୀରେ ସାମିଲ କରିବା ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବାର ପଥ ପରିଷ୍କାର ହୋଇଛି।

ସେନା ପାଇଁ ଆସିବ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜାକେଟ୍, ପ୍ରସ୍ତୁତ କରିଛି କାନପୁର ଡିଆରଡିଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ, ପ୍ରତିରକ୍ଷା ବାହିନୀ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ, ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଏହି କ୍ଷେପଣାସ୍ତ୍ର ଉଦୀୟମାନ ବିପଦଗୁଡ଼ିକ ବିରୁଦ୍ଧରେ ସେନାବାହିନୀର ବୈଷୟିକ କ୍ଷମତା ଏବଂ କାର୍ଯ୍ୟ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବ।

ରକ୍ଷା ସଚିବ, ରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଶ୍ରୀ ରାଜେଶ କୁମାର ସିଂହ ଏହି ସଫଳ ଉଡ଼ାଣ ପରୀକ୍ଷଣ ସହ ଜଡ଼ିତ ଦଳଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)