Indian Economy: ଭାରତୀୟ ଅର୍ଥନୀତିକୁ ପ୍ରଶଂସା କରି ଫେଡେରାଲ ରିଜର୍ଭକୁ ଭର୍ତ୍ସନା କଲେ ଟ୍ରମ୍ପ

Nov 21, 2026 - 10:16
Indian Economy: ଭାରତୀୟ ଅର୍ଥନୀତିକୁ ପ୍ରଶଂସା କରି ଫେଡେରାଲ ରିଜର୍ଭକୁ ଭର୍ତ୍ସନା କଲେ ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଅର୍ଥନୀତିର ପ୍ରଶଂସା କରିବା ସହିତ ନିଜ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭକୁ ଭର୍ତ୍ସନା କରିଛନ୍ତି।

ଭାରତକୁ ଏକ ଉଦାହରଣ ଭାବେ ଦର୍ଶାଇ ଦେଶର କମ୍ ସୁଧ ହାର ଏବଂ ୭ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ହାରକୁ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି ଯେ, ଭାରତଠାରୁ ଶିଖ।

ଯଦି ଆମେରିକା ମଧ୍ୟ ସମାନ ନୀତି ଗ୍ରହଣ କରେ, ତେବେ ଏହାର ଜିଡ଼ିପି ଅଭିବୃଦ୍ଧି ୧୪, ୧୫ କିମ୍ବା ୨୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରିବ।

ସେ ଆମେରିକା ଫେଡେରାଲ ରିଜର୍ଭ ଉପରେ ସୁଧ ହାର ପ୍ରତି ରାଜନୈତିକ ମନୋଭାବ ଗ୍ରହଣ କରିବାର ଅଭିଯୋଗ ଆଣିଛନ୍ତି।

ମୁଁ ଅଧ୍ୟକ୍ଷଙ୍କୁ ଦୋଷ ଦେଉନାହିଁ, କିନ୍ତୁ ଏହି ସତ୍ୟ ଯେ ଆମର ଫେଡେରାଲ ରିଜର୍ଭ ରାଜନୈତିକ ହୋଇଯାଇଛି।

Advertisment ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ବି ଆମେରିକା ସକାରାତ୍ମକ ଅର୍ଥନୈତିକ ତଥ୍ୟ ଉପସ୍ଥାପନ କରେ, ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରେ।

ସେ ଯୁକ୍ତି ଦେଇଛନ୍ତି, ଏପରି କରିବା ପରିବର୍ତ୍ତେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ହ୍ରାସ କରିବା ଉଚିତ୍।

ଯେତେବେଳେ କୌଣସି ଦେଶର ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଘଟେ, ସେତେବେଳେ ସୁଧ ହାର ହ୍ରାସ କରାଯିବା ଉଚିତ୍।

କାରଣ ଏହା ଦେଶର ଋଣ ପରିଶୋଧ କରିବାର କ୍ଷମତାକୁ ଉନ୍ନତ କରିଥାଏ।

ଆମେରିକାରେ ସୁଧ ହାର କମ୍ ହେବା ଉଚିତ୍ ଆମେ ଠିକ୍ ଏହାର ବିପରୀତ କରୁଛୁ।

ଏହା କରି ଆମେ ଦେଶକୁ କ୍ଷତି ପହଞ୍ଚାଉଛୁ।

ଯେତେବେଳେ ଆମର ଅର୍ଥନୈତିକ ସ୍ଥିତି ଭଲ ରହିଛି, ସେତେବେଳେ ସୁଧ ହାର ବୃଦ୍ଧି କରି ଚାଲିବା ଉଚିତ୍ ନୁହେଁ।

ସୁଧ ହାର ହ୍ରାସ କରିବା ଉଚିତ୍, କାରଣ ଆମର ଋଣ ପରିଶୋଧ କରିବାର କ୍ଷମତା ଭଲ ରହିଛି।

ବିଶ୍ୱ ଅର୍ଥନୀତିରେ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ଆମେରିକା ଅନ୍ୟ ଦେଶର ଅର୍ଥନୀତିକୁ ସଫଳ କରିବାରେ ସାହାଯ୍ୟ କରେ।

କିଛି ଦେଶ ନିଜକୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ଭାବନ୍ତି, କିନ୍ତୁ ସେମାନଙ୍କ ସଫଳତାରେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।

ତେଣୁ, ବିଶ୍ୱର ଅନ୍ୟ ଦେଶ ତୁଳନାରେ ଆମେରିକାରେ ସୁଧ ହାର ସବୁଠାରୁ କମ୍ ହେବା ଉଚିତ୍।

ଭାରତୀୟ ଅର୍ଥନୀତିକୁ ପ୍ରଶଂସା ଟ୍ରମ୍ପଙ୍କ ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଆମେରିକାର ମୁଦ୍ରାସ୍ଫୀତି ଫେଡେରାଲ ରିଜର୍ଭଙ୍କ ୨ ପ୍ରତିଶତ ଲକ୍ଷ୍ୟଠାରୁ ଅଧିକ ରହିଛି।

ଉପଲବ୍ଧ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ବ୍ୟକ୍ତିଗତ ବ୍ୟବହାର ଖର୍ଚ୍ଚ (ପିସିଇ)ମୁଦ୍ରାସ୍ଫୀତି ୩.୬ ପ୍ରତିଶତ ଥିଲା।

ଖାଦ୍ୟ ଏବଂ ଶକ୍ତି ମୂଲ୍ୟକୁ ବାଦ ଦେଇ କୋର ପିସିଇ ମୁଦ୍ରାସ୍ଫୀତି ୩.୧ ପ୍ରତିଶତ ରେକର୍ଡ କରାଯାଇଛି।

ଫେଡେରାଲ ରିଜର୍ଭ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ସୁଧ ହାର ବ୍ୟବହାର କରିଥାଏ।

ଟ୍ରମ୍ପ ନିରନ୍ତର ଏହାର ନୀତିଗୁଡ଼ିକୁ ସମାଲୋଚନା କରିଆସୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟଫ୍ ମ୍ୟାନ୍ ବୋଲି କହି ପ୍ରଶଂସା ମଧ୍ୟ କରିଥିଲେ, ଏବେ ସେ ଭାରତୀୟ ଅର୍ଥନୀତିକୁ ପ୍ରଶଂସା କରିଛନ୍ତି।

Araghchi: ଆମେରିକା ସହ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତୁତ କିନ୍ତୁ ୟୁରାନିୟମ ଦେବୁ ନାହିଁ: ଆରାଘଚି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)