Indian Davis Cup team: ଭାରତୀୟ ‌ଡେଭିସ୍‌ କପ୍‌ ଦଳରେ ମାନସ ନୂଆମୁହଁ

Aug 10, 2026 - 19:45
Indian Davis Cup team: ଭାରତୀୟ ‌ଡେଭିସ୍‌ କପ୍‌ ଦଳରେ ମାନସ ନୂଆମୁହଁ

"ନୂଆଦିଲ୍ଲୀ: ‌ଦକ୍ଷିଣ କୋରିଆ ବିପକ୍ଷ ଡେଭିସ୍‌ କପ୍‌ କ୍ବାଲିଫାୟର୍ସ-୨ ମ୍ୟାଚ୍‌ ଲାଗି ସୋମବାର ଭାରତୀୟ ଦଳଘୋଷିତ ହୋଇଛି।

ଏହି ଦଳରେ ପ୍ରଥମ ଥର ମାନସ ଧାମ୍‌ନେଙ୍କୁ ସ୍ଥାନ ମିଳିଛି।

୧୮ ବର୍ଷୀୟ ଧାମ୍‌ନେଙ୍କ ସହ ଏହି ୫ ଜଣିଆ ଦଳରେ ସୁମିତ ନଗଲ, ଦକ୍ଷିଣେଶ୍ବର ସୁ‌ରେଶ, ୟୁକି ଭାମ୍ବ୍ରି ଓ ଏନ୍‌ ଶ୍ରୀରାମ ବାଲାଜୀ ରହିଛନ୍ତି।

ଏହି ମ୍ୟାଚ୍‌ ସେପ୍ଟେମ୍ବର ୧୮ ଓ ୧୯ ତାରିଖରେ ସଓଲର ଅଲିମ୍ପିକ୍ସ ଟେନିସ୍‌ ସେଣ୍ଟର ହାର୍ଡ କୋର୍ଟରେ ଖେଳାଯିବ।

ବିଶ୍ବର ୨୩୫ ନମ୍ବର ସୁମିତ ଓ ୩୯୩ ନମ୍ବର ଦକ୍ଷିଣେଶ୍ବରଙ୍କ ପରେ ୩୬୨ ନମ୍ବର ଧାମ୍‌ନେଙ୍କୁ ଅଧିନାୟକ ରୋହତି ରାଜପାଲ୍‌ ତୃତୀୟ ଏକକ ବିକଳ୍ପ ଭାବେ ରଖିଛନ୍ତି।

କନିଷ୍ଠ ଗ୍ରାଣ୍ଡ ସ୍ଲାମ୍‌ରେ ଭାଗ ନେଇଥିବା ଯୁବ ତାରକା ଅର୍ଣ୍ଣବ ପାପରକର ଓ ସିର୍ଦ୍ଧାର୍ଥ ରାୱତ (ବିଶ୍ବର ୫୩୬ ନଂ) ରିଜର୍ଭ ଖେଳାଳି ଭାବେ ଦଳରେ ରହିଛନ୍ତି।Advertisment ଆହୁରି ପଢନ୍ତୁ :Migrant Workers ବାହାର ରାଜ୍ୟରେ ମୃତ ୬ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସହାୟତା ଦାବି, ଜିଲ୍ଲାପାଳଙ୍କୁ ଦାବିପତ୍ର  ଦୁଇ ଅଭିଜ୍ଞ ଖେଳାଳି ବଶ୍ବର ୨୮ ନମ୍ବର ଭାମ୍ବ୍ରି ଓ ୫୭ ନମ୍ବର ବାଲାଜୀଙ୍କ ସହ ଦକ୍ଷିଣେଶ୍ବରଙ୍କୁ ରାଜପାଲ ଯୁଗଳରେ ସୁଯୋଗ ଦେଇ ପାରନ୍ତି।

ଗତ ଫେବ୍ରୁଆରିରେ ରାଉଣ୍ଡ-୧ରେ ୩-୨ରେ ନେଦରଲାଣ୍ଡ୍‌ସକୁ ହରାଇବାରେ ଦକ୍ଷିଣେଶ୍ବରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ‌ରହିଥିଲା।

ସେ ୨ଟି ଯାକ ଏକକ ଜିତିଥିଲା ବେଳେ ଭାମ୍ବ୍ରିଙ୍କ ସହ ଯୁଗଳରେ ଦଳକୁ ବିଜୟ ଦେଇଥିଲେ।

କୋରିଆକୁ ହରାଇ ପାରିଲେ ଭାରତ ନଭେମ୍ବରରେ ଡେଭିସ୍‌ କପ୍‌ ଫାଇନାଲ୍‌ ୮କୁ ଯୋଗ୍ୟତା ଅର୍ଜନ କରିବ।

ସଂପ୍ରତି ଭାରତର ମାନ୍ୟତା ୧୯ ଥିଲା ବେଳେ କୋରିଆର ୧୬ ରହିଛି।

ଉଭୟ ୧୧ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୫-୬ରେ ପଛରେ ରହିଛି।

ଶେଷ ଥର ଉଭୟ ଦଳ ୨୦୧୬ରେ ଚଣ୍ଡିଗଡ଼ରେ ମୁହାଁମୁହିଁ ହୋଇଥିଲେ।

ଏଥିରେ ଭାରତ ୪-୧ରେ ବିଜୟୀ ହୋଇଥିଲା।

ଭାରତୀୟ ଡେଭିସ୍‌ କପ୍‌ ଦଳ: ସୁମିତ ନଗଲ, ଦକ୍ଷିଣେଶ୍ବର ସୁରେଶ, ମାନସ ଧାମ୍‌ନେ (ଏକକ), ୟୁକି ଭାମ୍ବ୍ରି, ଏନ୍‌ ଶ୍ରୀରାମ ବାଲାଜୀ (ଯୁଗଳ), ଅର୍ଣ୍ଣବ ପାପରକର, ସିଦ୍ଧାର୍ଥ ରାୱତ (ରିଜର୍ଭ)।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media