India vs New Zealand T20I: ନ୍ୟୁଜିଲାଣ୍ଡ ମାଟିରେ ଭାରତର ବଡ଼ ବିଜୟ; ଖେଳର ଧାରା ବଦଳାଇଲେ ନମନ ଧୀର
ଖ୍ରୀଷ୍ଟଚର୍ଚ୍ଚ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳା ଗୁରୁବାର ଆରମ୍ଭ ହୋଇଯାଇଛି।
ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ଇତିହାସ ରଚିଛି।
ଭାରତୀୟ କ୍ରିକେଟ୍ ଟିମ୍ ବିଜୟ ସହିତ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛି।
ଖ୍ରୀଷ୍ଟଚର୍ଚ୍ଚର ହେଗିଲ ଓଭାଲରେ ଭାରତ ୨୨୬ ରନ୍ର ଟାର୍ଗେଟ ପଛରେ ଯାଇ ଇତିହାସ ରଚିଛି।
ଭାରତ ୧୯.୪ ଓଭରରେ ୬ଟି ୱିକେଟ୍ ହରାଇ ୨୩୦ ରନ୍ ସଂଗ୍ରହ କରିଛି।
ଏହା ନ୍ୟୁଜିଲାଣ୍ଡର ମାଟିରେ ଟି-୨୦ ଅନ୍ତର୍ଜାତୀୟରେ ଭାରତର ସବୁଠାରୁ ବଡ଼ ଅନୁସରଣ।
୭ନମ୍ବରରେ ବ୍ୟାଟିଂ କରି ଆସିଥିବା ନମନ ଧୀର ୧୫ଟି ବଲ୍ରେ ଅପରାଜିତ ୪୨ ରନ୍ କରିଥିଲେ।
ଏଥି ସହିତ ଏକ ରୋମାଞ୍ଚକର ମୁକାବିଲାରେ ଭାରତକୁ ବିଜୟ ଦେବାରେ ବଡ଼ ଭୂମିକା ତୁଲାଇଥିଲେ।
ସଂଜୁ ସାମସନ ୩୩ଟି ବଲ୍ ଖେଳି ୬୭ ରନ୍ ଏବଂ ଅଧିନାୟକ ଶ୍ରେୟସ ଆୟର ୨୮ଟି ବଲ୍ ଖେଳି ୪୨ ରନ୍ କରିଥିଲେ।
Advertisment ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିଥିଲା ଏବଂ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୨୨୫ ରନ୍ ସଂଗ୍ରହ କରିଥିଲା।
ନିଜ ଦଳ ପାଇଁ ଗ୍ଲେନ ଫିଲିପ୍ସ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ।
ସେ ୪୦ଟି ବଲ୍ ସାମ୍ନା କରିଥିଲେ ଏବଂ ୮ଟି ଚୌକା ଏବଂ ୩ଟି ଛକା ବଳରେ ଅପରାଜିତ ୮୨ ରନ୍ ସଂଗ୍ରହ କରିଥିଲେ।
Dinosaur Footprints: ଥାଇଲାଣ୍ଡରେ ୧୨ କୋଟି ବର୍ଷ ପୁରୁଣା ଡାଇନୋସର ପାଦଚିହ୍ନ ଠାବ; ସଂରକ୍ଷଣ ଉପରେ ଦିଆଯାଉଛି ଗୁରୁତ୍ୱ ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟର ଫିନ୍ ଆଲେନ ୪୫ ରନ୍ ସଂଗ୍ରହ କରିଥିଲେ।
ସେ ୨୪ଟି ବଲ୍ ଖେଳି ୫ଟି ଚୌକା ଏବଂ ୨ଟି ଛକା ମାରିଥିଲେ।
ଟିମ୍ ଶିଫର୍ଟ ୧୭ଟି ବଲ୍ ଖେଳି ୩ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୪ ରନ୍ କରିଥିଲେ।
ବେଭନ ଜାକୋବ ୩୧ ରନ୍ ସଂଗ୍ରହ କରିଥିଲେ।
ସେ ୧୬ଟି ବଲ୍ର ସାମ୍ନା କରିଥିଲେ ଏବଂ ୩ଟି ଚୌକା ମାରିଥିଲେ।
ମିଚେଲ ବ୍ରାସୱେଲ୍ ଅପରାଜିତ ୭ରନ୍ ସଂଗ୍ରହ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
