India vs Nepal A: ଚମତ୍କାର ଖେଳିଲେ ତିଲକ ବର୍ମାଙ୍କ ଦଳ; ନେପାଳକୁ ୩୦୬ ରନ୍‌ରେ ପରାସ୍ତ କଲା ଭାରତ

Nov 20, 2026 - 21:12
India vs Nepal A: ଚମତ୍କାର ଖେଳିଲେ ତିଲକ ବର୍ମାଙ୍କ ଦଳ; ନେପାଳକୁ ୩୦୬ ରନ୍‌ରେ ପରାସ୍ତ କଲା ଭାରତ

ଦୋହା: ରାଇଜିଂ ଏସିଆ କପ୍‌ ୨୦୨୬ରେ ନେପାଳ ବିପକ୍ଷରେ ଭାରତ ଶୁକ୍ରବାର ଦିନ ଦମଦାର ବ୍ୟାଟିଂ ଏବଂ ବୋଲିଂ କରିଛି।

ସ୍ଥାନୀୟ ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ତିଲକ ବର୍ମାଙ୍କ ନେତୃତ୍ବରେ ଭାରତୀୟ ଏ ଦଳ ଟସ୍‌ ହାରିବା ପରେ ବ୍ୟାଟିଂ କରିଥିଲା।

ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍‌ ହରାଇ ୩୩୨ ରନ୍‌ କରିଛି।

ଫଳରେ ନେପାଳକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୩୩୩ ରନ୍‌ ଲକ୍ଷ୍ୟ ମିଳିଛି।

ଭାରତୀୟ ସ୍କୋରରେ ଦୁଇ ଜଣ ଖେଳାଳିଙ୍କର ଶତକ ସାମିଲ ରହିଛି।

ତେବେ ଭାରତୀୟ ବୋଲିଂରେ ମଧ୍ୟ ଯାଦୁ ଦେଖିବାକୁ ମିଳିଛି।

ନେପାଳର ଆଗଧାଡ଼ିର ୪ ଜଣ ଖେଳାଳି ମାତ୍ର ୪ ରନ୍‌ରେ ଆଉଟ୍‌ ହୋଇଛନ୍ତି।

ସେହିପରି ୧୭ ରନ୍‌ ବେଳକୁ ଟିମ୍‌ର ଅଧାରୁ ଅଧିକ ଖେଳାଳି ଆଉଟ୍‌ ହୋଇ ସାରିଥିଲେ।

ନେପାଳ ୧୧.୩ ଓଭରରେ ସମସ୍ତ ୱିକେଟ ହରାଇ ୨୬ ରନ୍‌ ସଂଗ୍ରହ କରିଛି।

ଫଳରେ ୩୦୬ ରନ୍‌ରେ ମ୍ୟାଚ୍‌ ହାରିଛି।

Advertisment ନେପାଳ ଶୂନ୍ୟ ରନ୍‌ରେ ଅର୍ଜୁନ କୁମାଲଙ୍କୁ ହରାଇଥିବା ବେଳେ ସ୍କୋର ୧ ରନ୍‌ ଥିବା ବେଳେ ଦୀପକ ଦୁମରେ, ବାସିର ଅହମଦ ଏବଂ କୁଶାଲ ଭୁରଟେଲ ଆଉଟ୍‌ ହୋଇଥିଲେ।

ସେହିପରି ୧୭ ରନ୍‌ରେ ରସିଦ ଖାନ ଏବଂ ପୱନ ସରାଫ ଆଉଟ୍‌ ପାଭିଲିଅନ ଫେରିଛନ୍ତି।

ନେପାଳ ବିପକ୍ଷରେ ହର୍ଷିତ ରାଣା ଏବଂ ପ୍ରିନ୍ସ ଯାଦବ ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଫଳରେ ନେପାଳ ୫ଜଣ ଖେଳାଳି ଖାତା ଖୋଲିପାରି ନାହାନ୍ତି।

India vs Nes Zealand: ୱେଲିଂଟନ୍‌ ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ବଡ଼ ଝଟକା; ଆଇସିସି କାଟିଲା ୩୫% ଫି' ଭାରତ ପାଇଁ କୁମାର କୁଶାଗ୍ର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ।

ସେ ୧୦୨ଟି ବଲ୍‌ ଖେଳି ୧୧୭ ରନ୍‌ ସଂଗ୍ରହ କରିତିଲେ।

ଏଥିରେ ସେ ୧୦ଟି ଚୌକା ଏବଂ ୫ଟି ଛକା ସାମିଲ କରିଥିଲେ।

ତିଲକ ବର୍ମାଙ୍କ ବ୍ୟାଟରୁ ୧୦୭ ରନ୍‌ ଆସିଥିଲା।

ସେ ୧୧୩ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୪ଟି ଛକା ମାରିଥିଲେ।

ସୂର୍ଯ୍ୟାଂଶ ଶେଡଗେ ୩୬ ରନ୍‌ କରିଥିଲେ।

ସେ ୧୪ଟି ବଲ୍‌ ଖେଳି ଗୋଟିଏ ଚୌକା ଏବଂ ୪ଟି ଛକା ମାରିଥିଲେ।

ପ୍ରାରମ୍ଭିକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ୩୨ଟି ବଲ୍‌ ଖେଳି ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)