India vs Afghanistan: ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷିତ

Sep 01, 2026 - 18:12
India vs Afghanistan: ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷିତ

"ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ମଙ୍ଗଳବାର ସନ୍ଧ୍ୟାରେ ଘୋଷିତ ହୋଇଛି।

ଆସନ୍ତା ୧୩ ତାରିଖ ଠାରୁ ଉଭୟ ଦଳ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଆରମ୍ଭ ହେବ।

ଶ୍ରେୟସ ଆୟରଙ୍କ ନେତୃତ୍ବରେ ୧୫ ସଦସ୍ୟଯୁକ୍ତ ଦଳ ଘୋଷଣା ହୋଇଛି।

ଏଥିରେ ଯଶପ୍ରୀତ ବୁମରା ମଧ୍ୟ ସାମିଲ ଅଛନ୍ତି।

ବୁମରା ଇଂଲଣ୍ଡ ଗସ୍ତ ପରେ କୌଣସି ମ୍ୟାଚ୍‌ ଖେଳି ନାହାନ୍ତି।

ମାତ୍ର ଫିଟ୍‌‌ନେସ୍‌ ଟେଷ୍ଟ କରିବା ପରେ ସେ ଏବେ ଖେଳିପାରିବେ।

Advertisment ଜିମ୍ବାୱେ ଗସ୍ତରେ ଟି୨୦ ଦଳରୁ ବାହାରେ ଥିବା ସଂଜୁ ସାମସନ ଫେରିଛନ୍ତି।

ସଂଜୁ ଟି୨୦ ବିଶ୍ବକପ୍‌ରେ ଭାରତର ବିଜୟର ହିରୋ ଥିଲେ।

ଆୟରଲାଣ୍ଡ ଏବଂ ଇଂଲଣ୍ଡରେ ଟି୨୦ ଶୃଙ୍ଖଳାର ପ୍ରାରମ୍ଭିକ ମ୍ୟାଚ୍‌ରେ ବିଫଳ ହେଲା ପରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦିଆଯାଇଥିଲା।

ତାଙ୍କରି ସ୍ଥାନରେ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ଇଂଲଣ୍ଡ ବିପକ୍ଷରେ ସ୍ଥାନ ମିଳିଥିଲା।

କିନ୍ତୁ ବୈଭବ ମଧ୍ୟ ସଫଳତା ହାସଲ କରିପାରି ନଥିଲେ।

ଜିମ୍ବାୱେ ବିପକ୍ଷରେ ବୈଭବ ଭଲ ପ୍ରଦର୍ଶନ କରିଥିଲେ।

ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳାରେ ବୈଭବଙ୍କୁ ମଧ୍ୟ ଚୟନ କରାଯାଇଛି।

କିନ୍ତୁ ଯୁବ ବ୍ୟାଟର ରିଙ୍କୁ ସିଂହ ବାଦ୍‌ ପଡ଼ିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)