Motorola Razr Flex 27: ଆଇଫୋନ୍‌କୁ ଟକ୍କର ଦେବ ମୋଟୋରୋଲାର ନୂଆ ଫୋଲ୍ଡେବଲ୍ ଫୋନ୍! ଗିକ୍‌ବେଞ୍ଚରେ ଲିକ୍ ହେଲା ଫିଚର୍ସ...

Oct 21, 2026 - 18:21
Motorola Razr Flex 27: ଆଇଫୋନ୍‌କୁ ଟକ୍କର ଦେବ ମୋଟୋରୋଲାର ନୂଆ ଫୋଲ୍ଡେବଲ୍ ଫୋନ୍! ଗିକ୍‌ବେଞ୍ଚରେ ଲିକ୍ ହେଲା ଫିଚର୍ସ...

"ନୂଆଦିଲ୍ଲୀ: ମୋଟୋରୋଲା ଏକ ନୂଆ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଆଣିବାକୁ ପ୍ରସ୍ତୁତି କରୁଥିବା ଖବର ଏବେ ଚର୍ଚ୍ଚାରେ ରହିଛି।

ଏହି ଫୋନ୍‌ର ନାଁ ମୋଟୋରୋଲା ରାଜର୍ ଫ୍ଲେକ୍ସ ୨୭ ବୋଲି କୁହାଯାଉଛି।

ଅନ୍‌ଲାଇନ୍‌ରେ ଏହି ଫୋନ୍‌କୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି।

ଏପରିକି ଗିକ୍‌ବେଞ୍ଚ୍‌ର ତାଲିକାରେ ମଧ୍ୟ ଏହାର ନାଁ ଦେଖିବାକୁ ମିଳିଛି।

ତେବେ ଏହି ଫୋନ୍‌ରେ କେଉଁ କେଉଁ ସୁବିଧା ରହିପାରେ ଏବଂ ଏହା କେବେ ବଜାରକୁ ଆସିବ, ଆସନ୍ତୁ ଜାଣିବା।Advertisment ଗିକ୍‌ବେଞ୍ଚ୍‌ରେ ଦେଖାଗଲା ମୋଟୋରୋଲାର ନୂଆ ଫୋନ୍ ଆହୁରି ପଢ଼ନ୍ତୁ- Haridwar: ହରିଦ୍ୱାରରେ ଗଙ୍ଗା ଜଳସ୍ତର ହ୍ରାସ, ନିରାଶ ଶ୍ରଦ୍ଧାଳୁ; ୨୦ ଦିନ ପାଇଁ ବନ୍ଦ ରହିଛି ଉପର ଗଙ୍ଗା କେନାଲ ଗିକ୍‌ବେଞ୍ଚ୍‌ର ତାଲିକାରେ ମୋଟୋରୋଲାର ଏହି ନୂଆ ଫୋନ୍‌କୁ ଦେଖିବାକୁ ମିଳିଛି।

ଏଥିରୁ ଜଣାପଡ଼ୁଛି ଯେ, ଫୋନ୍‌ରେ ସ୍ପାପ୍‌ଡ୍ରାଗନ୍‌ ୮ ଜେନ୍‌ ୫ ପ୍ରୋସେସର ରହିପାରେ।

ଏହାସହିତ ୧୨ ଜିବି ରାମ୍ ମିଳିବାର ମଧ୍ୟ ସମ୍ଭାବନା ରହିଛି।

ଫୋନ୍‌ଟି ଆଣ୍ଡ୍ରଏଡ୍‌ ୧୭ ଅପରେଟିଂ ସିଷ୍ଟମ୍‌ରେ ଚାଲିପାରେ ବୋଲି ମଧ୍ୟ ଏହି ତଥ୍ୟରୁ ସଙ୍କେତ ମିଳିଛି।ତେବେ ଗିକ୍‌ବେଞ୍ଚ୍‌ରେ କୌଣସି ଫୋନ୍‌ର ନାଁ ଆସିବା ଅର୍ଥ ନୁହେଁ ଯେ ତାହା ବଜାରକୁ ଆସିବା ନିଶ୍ଚିତ।

ମୋଟୋରୋଲା ଏଯାଏ ଏହି ଫୋନ୍‌ ବିଷୟରେ ଆଧିକାରିକ ଭାବେ କିଛି ଘୋଷଣା କରିନାହିଁ।

ଫୋନ୍‌ରେ ରହିପାରେ ୬.୯୨ ଇଞ୍ଚ୍‌ର ଡିସ୍‌ପ୍ଲେ ପୂର୍ବରୁ ଆସିଥିବା କିଛି ରିପୋର୍ଟ ଅନୁସାରେ, ମୋଟୋରୋଲା ରାଜର୍ ଫ୍ଲେକ୍ସ ୨୭ରେ ୬.୯୨ ଇଞ୍ଚ୍‌ର ଆମୋଲେଡ୍‌ ଡିସ୍‌ପ୍ଲେ ମିଳିପାରେ।

ଏହାର ରିଫ୍ରେସ୍ ରେଟ୍ ୧୬୫ହର୍ଜ ହୋଇପାରେ।

ଫଳରେ ଫୋନ୍‌ରେ ସ୍କ୍ରୋଲିଂ ଏବଂ ଅନ୍ୟାନ୍ୟ କାମ କରିବା ଅଧିକ ସହଜ ହୋଇପାରେ।ଏହାସହିତ ଫୋନ୍‌ର ବାହାର ପଟେ ୪.୯୭ ଇଞ୍ଚ୍‌ର ଆଉ ଏକ ସ୍କ୍ରିନ୍ ରହିପାରେ।

ଏହାଦ୍ୱାରା ଫୋନ୍‌କୁ ନ ଖୋଲି ମଧ୍ୟ କଲ୍ ଦେଖିବା, ମେସେଜ୍‌ ପଢ଼ିବା ଭଳି କିଛି କାମ କରିହେବ।

କ୍ୟାମେରା ଓ ବ୍ୟାଟେରି କେମିତି ରହିବ?

ଆହୁରି ପଢ଼ନ୍ତୁ- BSNL; ବିଏସଏନଏଲର ଧମାକାଦାର ଅଫର୍: ନିଜ ପସନ୍ଦ ଅନୁସାରେ ବାଛନ୍ତୁ ଓଟିଟି ପ୍ଲାଟଫର୍ମ କ୍ୟାମେରା କଥା କହିଲେ, ଏହି ଫୋନ୍‌ର ପଛପଟେ ୫୦ ମେଗାପିକ୍ସେଲ୍‌ର ପ୍ରାଇମେରି କ୍ୟାମେରା ସହ ଆଉ ଏକ ୫୦ ମେଗାପିକ୍ସେଲ୍‌ର ଅଲ୍ଟ୍ରାୱାଇଡ୍ କ୍ୟାମେରା ରହିପାରେ।

ସେହିପରି ସେଲ୍‌ଫି ଓ ଭିଡିଓ କଲ୍ ପାଇଁ ଆଗ ପଟେ ୩୨ ମେଗାପିକ୍ସେଲ୍‌ର କ୍ୟାମେରା ଦିଆଯାଇପାରେ।ବ୍ୟାଟେରି କଥା କହିଲେ, ଫୋନ୍‌ରେ ୫,୦୦୦ଏମ୍‌ଏଏଚ୍‌ ବ୍ୟାଟେରି ରହିବାର ସମ୍ଭାବନା ଅଛି।

ଏହାସହ ୨୫ ୱାଟ୍‌ର ୱାୟାର୍‌ଲେସ୍ ଚାର୍ଜିଂ ସୁବିଧା ମଧ୍ୟ ମିଳିପାରେ।

କିନ୍ତୁ ତାର ଲଗାଇ ଚାର୍ଜ କରିବାର ସ୍ପିଡ୍‌ ବିଷୟରେ ଏଯାଏ କୌଣସି ତଥ୍ୟ ମିଳିନାହିଁ।

କେବେ ବଜାରକୁ ଆସିବ ମୋଟୋରୋଲା ରାଜର୍ ଫ୍ଲେକ୍ସ ୨୭?

ଲିକ୍ ରିପୋର୍ଟ ଅନୁସାରେ, ମୋଟୋରୋଲାର ଏହି ନୂଆ ଫୋଲ୍ଡେବଲ୍ ଫୋନ୍ ୨୦୨୬ ଡିସେମ୍ବର ମଧ୍ୟଭାଗରେ ବିଶ୍ୱ ବଜାରକୁ ଆସିପାରେ।

ଏହା କୋରିଆଣ୍ଡର୍‌ ଓ ଡାର୍କ ବୋଟାନିକାଲ୍‌ ଗାର୍ଡେନ୍‌ ପରି ଦୁଇଟି ରଙ୍ଗରେ ଉପଲବ୍ଧ ହୋଇପାରେ।ତେବେ ଫୋନ୍‌ର ନାଁ, ଫିଚର୍ସ, ରଙ୍ଗ ଓ ଲଞ୍ଚ୍ ତାରିଖକୁ ନେଇ ଏଯାଏ କମ୍ପାନି ପକ୍ଷରୁ କୌଣସି ଅଧିକାରିକ ସୂଚନା ଦିଆଯାଇନାହିଁ।

ତେଣୁ ଏହିସବୁ ତଥ୍ୟକୁ ଲିକ୍ ରିପୋର୍ଟ ଆଧାରରେ ହିଁ ଦେଖିବାକୁ ପଡ଼ିବ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)