Nepal: ଭାରତୀୟ ଅପରାଧୀଙ୍କ ପାଇଁ ନେପାଳ କାହିଁକି ଏକ ସୁରକ୍ଷିତ ଠିକଣା ପାଲଟିଛି?

Oct 21, 2026 - 17:17
Nepal: ଭାରତୀୟ ଅପରାଧୀଙ୍କ ପାଇଁ ନେପାଳ କାହିଁକି ଏକ ସୁରକ୍ଷିତ ଠିକଣା ପାଲଟିଛି?

"ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ରାଜସ୍ଥାନର କୋଟା ଜଙ୍କସନରୁ ଗିରଫ ହେବା ପରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ଏହି ଅପରାଧୀମାନେ ଗୁଳି ଚଳାଇବା ପରେ ଦିଲ୍ଲୀ ଦେଇ ନେପାଳ ପଳାଇ ଯିବାକୁ ଯୋଜନା କରିଥିଲେ।

ତେବେ ଭାରତରେ ବଡ଼ ବଡ଼ ଅପରାଧ ଘଟାଇବା ପରେ ଅପରାଧୀମାନଙ୍କର ନେପାଳ ପଳାଇବା ଏବଂ ସେଠାରେ ଲୁଚି ରହିବା କୌଣସି ନୂଆ କଥା ନୁହେଁ।

ଏହା ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଏକ ବଡ଼ ଏବଂ ପୁରୁଣା ଆହ୍ୱାନ ହୋଇ ରହିଛି।Advertisment ଆହୁରି ପଢନ୍ତୁ :Pakistan: ମୁନିରଙ୍କ କ୍ଷମତା ବୃଦ୍ଧି ପାଇବା ଯୋଗୁଁ ଆମେରିକା ଏବଂ ୟୁରୋପ ପଳାଇଛନ୍ତି ସରକାରୀ ଅଧିକାରୀ: ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଖୋଲି କହିଲେ ଅପରାଧୀମାନେ ନେପାଳକୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ବାଛିବାର ମୁଖ୍ୟ କାରଣ ୧.

ମୁକ୍ତ ସୀମାଭାରତ ଏବଂ ନେପାଳ ମଧ୍ୟରେ ଏକ ବିସ୍ତୃତ ଏବଂ ମୁକ୍ତ ସୀମା ରହିଛି, ଯେଉଁଠାରେ କଡ଼ା ପ୍ରତିବନ୍ଧକ ନାହିଁ।

ଏହି ଖୋଲା ସୀମା ଅପରାଧୀମାନଙ୍କ ପାଇଁ ବହୁତ ସହାୟକ ହୋଇଥାଏ, ଯାହା ଫଳରେ ସେମାନେ ସହଜରେ ସୀମା ପାର କରିଯାଇଥାଆନ୍ତି।

ସେହିପରି ଦୁଇ ଦେଶ ମଧ୍ୟରେ ପ୍ରତ୍ୟର୍ପଣ ଆଇନ ଏବଂ ପ୍ରକ୍ରିୟାଗତ ଜଟିଳତା ଯୋଗୁଁ ଆଇନଗତ ପ୍ରକ୍ରିୟା ବେଶ୍ ମନ୍ଥର ହୋଇଯାଏ।

ଭାରତୀୟ ଅଧିକାରୀମାନଙ୍କୁ ସେଠାକାର ସମକକ୍ଷ ଅଧିକାରୀଙ୍କଠାରୁ ତୁରନ୍ତ ସହଯୋଗ ମିଳିବାରେ ଅସୁବିଧା ଦେଖାଦିଏ।

ଆହୁରି ପଢନ୍ତୁ :Good Job: ମାସକୁ ଲକ୍ଷେ ଟଙ୍କା ଦରମା, ତଥାପି ଚଲାଉଛନ୍ତି ରାପିଡୋ ବାଇକ୍‌!

୨.

ସାଧାରଣ ଜୀବନଯାପନନେପାଳରେ ପହଞ୍ଚିବା ପରେ ଅପରାଧୀମାନେ ସାଧାରଣ ବ୍ୟବସାୟୀ କିମ୍ବା ନାଗରିକଙ୍କ ପରି ସହଜରେ ରହିବାକୁ ଲାଗନ୍ତି ଏବଂ ସ୍ଥାନୀୟ ସ୍ତରରେ ସୁରକ୍ଷା ପାଇଯାଆନ୍ତି।

ଫଳସ୍ୱରୂପ, ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ନେପାଳ ପଳାଇଥିବା ଅପରାଧୀଙ୍କୁ ଧରିବା ଏବଂ ଫେରାଇ ଆଣିବା ଏକ କଠିନ କାର୍ଯ୍ୟ ହୋଇପଡ଼େ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)