India U19 Team: ଭାରତୀୟ ୧୯ ବର୍ଷରୁ କମ୍ ଦଳରେ ସେହବାଗ, ଦ୍ରାବିଡ଼ଙ୍କ ପୁଅ
"ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ଦଳ ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ଭାରତୀୟ ୧୯ ବର୍ଷରୁ କମ୍ ଦଳ ଗୁରୁବାର ଘୋଷଣା ହୋଇଛି।
ଏହି ଶୃଙ୍ଖଳାରେ ଉଭୟ ଦଳ ୩ଟି ଏକଦିବସୀୟ ଓ ୨ଟି ବହୁଦିବସୀୟ ମ୍ୟାଚ୍ ଖେଳିବେ।
ଘୋଷିତ ଏକଦିବସୀୟ ଦଳରେ ଦୁଇ ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହବାଗଙ୍କ ପୁଅ ଆର୍ଯ୍ୟବୀର ସେହବାଗ ଓ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନ୍ଭୟ ଦ୍ରାବିଡ଼ ସ୍ଥାନ ପାଇଛନ୍ତି।
୩ ଏକଦିବସୀୟ (ସେପ୍ଟେମ୍ବର ୧୮, ୨୧, ୨୩) ସହ ପ୍ରଥମ ବହୁଦିନିଆ (ସେପ୍ଟେମ୍ବର ୨୭ରୁ ୩୦) ମ୍ୟାଚ୍ ରାଜକୋଟରେ ଖେଳାଯିବ।
ଦ୍ବିତୀୟ ବହୁଦିବସୀୟ (ଅକ୍ଟୋବର ୫ରୁ ୮) ମ୍ୟାଚ୍ରେ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି।Advertisment ଏକଦିବସୀୟ ମ୍ୟାଚ୍ ଲାଗି ଦଳ ଏକଦିବସୀୟ ମ୍ୟାଚ୍ ଲାଗି ଦଳ: ଲକ୍ଷ୍ୟ ରାଇଚାନ୍ଦନି (ଅଧିନାୟକ), ଯଶବର୍ଦ୍ଧନ ଚୌହାନ (ଉପଅଧିନାୟକ), ରଜତ ବାଘେଲ (ୱିକେଟ୍ରକ୍ଷକ), ଆର୍ଯ୍ୟବୀର ସେହବାଗ, ଭିକେ ବିନୀତ, କୁଶାଗ୍ରା ଓଝା, ଅର୍ଜୁନ ରାଜପୁତ, ମନଲ ଚୌହାନ, ଅନ୍ଭୟ ଦ୍ରାବିଡ଼ (ୱିକେଟ୍ରକ୍ଷକ), ଭି ଯଶବୀର, ରୋହିତ ଯାଦବ, ଶାଭିନ ବିନୋଦ, ମୋହିତ ଉଲ୍ଭା, ଚିଙ୍ଗୁରୁପତି ଭେଙ୍କଟ, କାବ୍ୟ ପଟେଲ।
Nepal Flood: ନେପାଳ ପ୍ରଳୟ: ଅଧଘଣ୍ଟାରେ ୯ ମିଟର ଉଚ୍ଚରେ ଜଳସ୍ତର ବୃଦ୍ଧି ବହଦିବସୀୟ ମ୍ୟାଚ୍ ଲାଗି ଦଳ: ଯଶବର୍ଦ୍ଧନ ଚୌହାନ (ଅଧିନାୟକ), ଲକ୍ଷ୍ୟ ରାଇଚାନ୍ଦନି (ଉପଅଧିନାୟକ), ସାଗର ଭିର୍କ, କୁଶାଗ୍ରା ଓଝା, ମନଲ ଚୌହାନ, କୁଶ ପଟେଲ, ମାନବ କ୍ରିଷ୍ଣା (ୱିକେଟ୍ରକ୍ଷକ), ଅଭିପ୍ରୟ ବିଶ୍ବାସ (ୱିକେଟ୍ରକ୍ଷକ), ରୋହିତ ଯାଦବ, ଈଶାନ ଓମ୍, ଆୟାନ ଆକ୍ରମ, ପ୍ରଣବ ରାଗବେନ୍ଦ୍ର, ପ୍ରିୟାଂଶୁ ସିଂହ, ମୋହିତ ଉଲ୍ଭା, ଆର୍ଯ୍ୟନ ଯାଦବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
