India Script History After 94 Years: ୯୪ ବର୍ଷରେ ପ୍ରଥମ! ଭାରତୀୟ ବ୍ୟାଟରଙ୍କ ଐତିହାସିକ କମାଲ
ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ବ୍ୟାଟରଙ୍କ ଐତିହାସିକ ପ୍ରଦର୍ଶନ !
ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତ ୪୮୬ ରନ୍ କରି ୪ଟି ୱିକେଟ୍ ହରାଇଛି।
ଏହା ସହ ୯୪ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ବିଦେଶ ମାଟିରେ ଭାରତର ଟପ୍-୫ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଛନ୍ତି।
Advertisment ଏହି ଐତିହାସିକ ଇନିଂସ୍ରେ କେଏଲ୍ ରାହୁଲ ୧୩୬ ରନ୍ର ଶତକୀୟ ପାଳି ଖେଳିଥିବା ବେଳେ ଯଶସ୍ୱୀ ଜୟସ୍ୱାଲ ୮୫, ଦେବଦତ୍ତ ପାଡିକଲ ୮୦, ଶୁଭମନ ଗିଲ୍ ୯୮ ଏବଂ ଋଷଭ ପନ୍ତ ୫୫ ରନ୍ କରିଛନ୍ତି।
ଏହି ଶତକ ସହ ରାହୁଲ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ—ଚାରିଟି ଦେଶରେ ଟେଷ୍ଟ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।
ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ଭାରତ ଏବେ ମ୍ୟାଚ୍ରେ ମଜଭୁତ ସ୍ଥିତିରେ ରହିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
