India Post: ଦଶମ ଶ୍ରେଣୀ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି ସୁଯୋଗ

Aug 05, 2026 - 18:46
India Post:  ଦଶମ ଶ୍ରେଣୀ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି ସୁଯୋଗ

"ନୂଆଦିଲ୍ଲୀ: ଭାରତୀୟ ଡାକ ସେବା ଷ୍ଟାଫ୍ କାର୍ ଡ୍ରାଇଭର ପଦବି ପାଇଁ ନିଯୁକ୍ତି ଘୋଷଣା କରିଛି।

ଦଶମ ଶ୍ରେଣୀ ପାସ୍ କରିଥିବା ଏବଂ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।

ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଅଫଲାଇନରେ ଆବେଦନ ଗ୍ରହଣ କରାଯିବ।

ପ୍ରାର୍ଥୀମାନେ ଆବେଦନ ଫର୍ମ ପୂରଣ କରିବେ, ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟର ସ୍ୱ-ପ୍ରମାଣିତ କପି ସଂଲଗ୍ନ କରିବେ ଏବଂ ସେଗୁଡ଼ିକୁ "ଦି ମ୍ୟାନେଜର, ମେଲ୍ ମୋଟର ସର୍ଭିସ୍, ବେଙ୍ଗାଲୁରୁ-୫୬୦୦୦୧" ଠିକଣାରେ ପଠାଇବେ।

ଏହି ନିଯୁକ୍ତିରେ ଅଂଶଗ୍ରହଣ କରିବାକୁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।

ପ୍ରାର୍ଥୀମାନଙ୍କର ହାଲୁକା ଏବଂ ଭାରି ମୋଟର ଯାନ ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ ରହିଥିବା ଆବଶ୍ୟକ।

ସର୍ବନିମ୍ନ ତିନି ବର୍ଷର ଡ୍ରାଇଭିଂ ଅଭିଜ୍ଞତା ସହିତ ଯାନବାହନଗୁଡ଼ିକର ସାମାନ୍ୟ ମରାମତି ଜ୍ଞାନ ରହିବା ବାଧ୍ୟତାମୂଳକ।

ପ୍ରାର୍ଥୀଙ୍କ ବୟସ ୫୬ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ।

ଏହି ନିଯୁକ୍ତି କେବଳ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ।

ଡାକ ବିଭାଗର ଯୋଗ୍ୟ କର୍ମଚାରୀମାନଙ୍କୁ ପ୍ରାଥମିକତା ଦିଆଯିବ।

ଯେଉଁଥିରେ ଡିସପ୍ୟାଚ୍ ରାଇଡର୍ସ ଏବଂ ମଲ୍ଟି-ଟାସ୍କିଂ ଷ୍ଟାଫ୍ (ଏମଟିଏସ) ଅନ୍ତର୍ଭୁକ୍ତ।

ଯଦି ବିଭାଗ ମଧ୍ୟରେ ଉପଯୁକ୍ତ ପ୍ରାର୍ଥୀ ନମିଳେ, ତେବେ କେନ୍ଦ୍ର ସରକାରଙ୍କ ଅନ୍ୟ ବିଭାଗର କର୍ମଚାରୀମାନଙ୍କୁ ମଧ୍ୟ ବିଚାର କରାଯାଇପାରେ।Advertisment ୧,୨୧୩ଟି ସରକାରୀ ପଦବି ପୂରଣ ପାଇଁ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି  ଏହି ନିଯୁକ୍ତି ପାଇଁ ଚୟନ ଏକ ଟ୍ରେଡ ‌‌ଟେଷ୍ଟ/ଡ୍ରାଇଭିଂ ପରୀକ୍ଷା ଉପରେ ଆଧାରିତ ହେବ।

ମନୋନୀତ ପ୍ରାର୍ଥୀମାନଙ୍କୁ ପେ ଲେବଲ-୨ରେ ରଖାଯିବ।  ‌ଯେଉଁମାନଙ୍କ ଦରମା ୧୯,୯୦୦ ରୁ ୬୩,୨୦୦ଟଙ୍କା ପର୍ଯ୍ୟନ୍ତ ରହିବା ସହିତ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ।

ଏହି ନିଯୁକ୍ତି ଅଭିଯାନର ଲକ୍ଷ୍ୟ ହେଉଛି ମେଲ୍ ମୋଟର ସର୍ଭିସ୍  (ଏମଏମଏସ) ବେଙ୍ଗାଲୁରୁରେ ୧୦ଟି ଏବଂ ମୈସୁରୁର ଏମଏମଏସ ସବ୍-ଡିପୋରେ ୧ଟି ପଦବି ପୂରଣ କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।