Judgement: ଅଡିଓ-ଭିଡିଓ କ୍ଲିପ୍‌ ବିନା କୋର୍ଟ ଖବର ପ୍ରକାଶ କରିପାରିବେ ଗଣମାଧ୍ୟମ

Aug 05, 2026 - 19:45
Judgement: ଅଡିଓ-ଭିଡିଓ କ୍ଲିପ୍‌ ବିନା କୋର୍ଟ ଖବର ପ୍ରକାଶ କରିପାରିବେ ଗଣମାଧ୍ୟମ

"ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ଶୁଣାଣି ଓ ରାୟ ପ୍ରକାଶ ସମ୍ପର୍କରେ ଗଣମାଧ୍ୟମ ଖବର ପ୍ରକାଶ କରିବା ଉପରେ କୌଣସି ପ୍ରତିବନ୍ଧକ ଲାଗୁ କରାଯାଇନାହିଁ।

ତେବେ ଖବର ପ୍ରକାଶ ସମୟରେ କୋର୍ଟ ଶୁଣାଣିର ଅଡିଓ କିମ୍ବା ଭିଡିଓ କ୍ଲିପ୍‌ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ବୁଧବାର ସ୍ପଷ୍ଟ କରିଛନ୍ତି।

ଗତ ୨୪ ଜୁଲାଇରେ ଦିଆଯାଇଥିବା ଅନ୍ତରୀଣ ଆଦେଶକୁ ନେଇ ବିଭିନ୍ନ ମହଲରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ପରେ ଶୀର୍ଷ ଅଦାଲତ ଏହି ସ୍ପଷ୍ଟୀକରଣ ଦେଇଛନ୍ତି।Advertisment ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ଭି.

ମୋହନାଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଗଣମାଧ୍ୟମ ନ୍ୟାୟିକ ପ୍ରକ୍ରିୟା, ଆଇନଗତ ଘଟଣାକ୍ରମ ଓ ରାୟ ସମ୍ପର୍କରେ ପୂର୍ବଭଳି ଖବର ପ୍ରକାଶ କରିପାରିବ।

କିନ୍ତୁ ଶୁଣାଣିର ଅଡିଓ କିମ୍ବା ଭିଡିଓ କ୍ଲିପ୍‌କୁ ଖବରର ଅଂଶ ଭାବେ ପ୍ରସାର କିମ୍ବା ପ୍ରକାଶ କରିବାକୁ ଅନୁମତି ମିଳିବ ନାହିଁ।

ତେଣୁ ଏହି ଆଦେଶକୁ ଗଣମାଧ୍ୟମ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ବୋଲି ବ୍ୟାଖ୍ୟା କରାଯିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।

ଏହି ମାମଲାର ଶୁଣାଣି ସାମ୍ବାଦିକ ହର୍ଷିତା ଗ୍ରୋଭରଙ୍କ ଦ୍ୱାରା ଦାଖଲ ଜନସ୍ବାର୍ଥ ମାମଲା ଉପରେ ଚାଲିଛି।

ଆବେଦନରେ କୋର୍ଟର ସିଧା ପ୍ରସାରିତ ଶୁଣାଣିର ଭିଡିଓକୁ କାଟଛାଟ କରି ସାମାଜିକ ଗଣମାଧ୍ୟମରେ ବିକୃତ ଭାବେ ଉପସ୍ଥାପନ ଏବଂ ଆର୍ଥିକ ଲାଭ ପାଇଁ ବ୍ୟବହାର କରାଯାଉଥିବା ଅଭିଯୋଗ ଉଠାଯାଇଥିଲା।

ଏହାକୁ ଦୃଷ୍ଟିରେ ରଖି ଗତ ୨୪ ଜୁଲାଇରେ ସୁପ୍ରିମ୍‌କୋର୍ଟ ଅନ୍ତରୀଣ ଆଦେଶ ଜାରି କରିଥିଲେ।

ସେହି ଆଦେଶ ଅନୁସାରେ, ସମ୍ପୃକ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍‌ କିମ୍ବା ସୁପ୍ରିମ୍‌କୋର୍ଟର ସେକ୍ରେଟାରି ଜେନେରାଲଙ୍କ ପୂର୍ବ ଅନୁମତି ବିନା କୋର୍ଟ ଶୁଣାଣିର ଅଡିଓ କିମ୍ବା ଭିଡିଓ ରେକର୍ଡିଂକୁ କାଟଛାଟ, ସମ୍ପାଦନା, ପୋଷ୍ଟ, ପୁନଃପୋଷ୍ଟ, ଅପଲୋଡ୍‌ କିମ୍ବା ଆର୍ଥିକ ଲାଭ ପାଇଁ ବ୍ୟବହାର କରିହେବ ନାହିଁ।

କୋର୍ଟ କହିଥିଲେ, ନ୍ୟାୟିକ ପ୍ରକ୍ରିୟାର ଗମ୍ଭୀରତା ଓ ବିଶ୍ୱସନୀୟତା ଅକ୍ଷୁଣ୍ଣ ରଖିବା ସହ ସାମାଜିକ ଗଣମାଧ୍ୟମରେ ଏହାର ଅପବ୍ୟବହାର ରୋକିବା ହିଁ ଏହି ନିର୍ଦ୍ଦେଶର ଉଦ୍ଦେଶ୍ୟ।

Pellet Gun: ପୁଲିସ ଅସାଧାରଣ ପରିସ୍ଥିତିରେ ପେଲେଟ୍ ଗନ୍ ବ୍ୟବହାର କରିବାକୁ କ୍ଷମତାପ୍ରାପ୍ତ: ସୁପ୍ରିମକୋର୍ଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।