India-New Zealand ODI series: ବୁଧବାରଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା: ରୋହିତ-କୋହଲିଙ୍କ ଜୋରଦାର ଅଭ୍ୟାସ

Nov 03, 2026 - 06:42
India-New Zealand ODI series: ବୁଧବାରଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା: ରୋହିତ-କୋହଲିଙ୍କ ଜୋରଦାର ଅଭ୍ୟାସ

ଅକ୍‌ଲାଣ୍ଡ: ଟ୍ବେଣ୍ଟି-୨୦ ଶୃଙ୍ଖଳାର ରୋମାଞ୍ଚକ ପରିସମାପ୍ତି ପରେ ଭାରତ ଓ ନ୍ୟୁଜିଲାଣ୍ଡ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ଟ୍ବେଣ୍ଟି-୨୦ ଭଳି ନ୍ୟୁଜିଲାଣ୍ଡ ଅଭିଜ୍ଞ ସ୍ପିନର ମିଚେଲ ସାଣ୍ଟନରଙ୍କ ନେତୃତ୍ବରେ ଏହି ଶୃଙ୍ଖଳା ଖେଳିବ।

ପ୍ରଥମ ମ୍ୟାଚ୍‌ ଅକଲାଣ୍ଡଠାରେ ଦିବା/ରାତ୍ର ଭିତ୍ତିରେ ଖେଳାଯିବ ଏବଂ ଭାରତୀୟ ସମୟ ସକାଳ ୭ଟା ୩୦ରୁ ଆରମ୍ଭ ହେବ।

ଭାରତ ଏଥିରେ ଶ୍ରେୟସ୍‌ ଆୟରଙ୍କ ପରିବର୍ତ୍ତେ ଶୁବମନ ଗିଲଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ।

ଶ୍ରେୟସ୍‌ ଉପଅଧିନାୟକ ଦାୟିତ୍ବ ତୁଲାଇବେ।

ଦୁଇ କିଂବଦନ୍ତି ବିରାଟ କୋହଲି ଓ ରୋହିତ ଶର୍ମା ଏହି ଶୃଙ୍ଖଳାରେ ସାମିଲ ଥିବାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ।

ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଗତ ୫ଟି ଦିନିକିଆରୁ ଭାରତ ୩ଟି ଏବଂ ନ୍ୟୁଜିଲାଣ୍ଡ ୨ଟି ଜିତିଛି।

ସେଥିମଧ୍ୟରେ ୟୁଏଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଦୁଇଟି ମ୍ୟାଚ୍‌ ରହିଥିଲା ବେଳେ ଭାରତରେ ଖେଳାଯାଇଥିବା ଦିନିକିଆ ଶୃଙ୍ଖଳାର ୩ଟି ମ୍ୟାଚ୍‌ ଅଛି।

ଏଥର କିନ୍ତୁ ନ୍ୟୁଜିଲାଣ୍ଡ ଘରୋଇ ପରିବେଶରେ ଖେଳିବାକୁ ଯାଉଛି।

ଏଣୁ କିୱି ଦଳର ପଲା ସାମାନ୍ୟ ଭାରୀ ରହିବାର ସମ୍ଭାବନା ଅଧିକ।

ନ୍ୟୁଜିଲାଣ୍ଡର ପାଗ ଓ ପରିବେଶ ୫୦ ଓଭରିଆ ମୁକାବିଲା ପାଇଁ ମଧ୍ୟ ନୂଆ ଆହ୍ବାନ ନେଇ ଆସିବ।

Advertisment Climate: ମୃତପ୍ରାୟ ଅବସ୍ଥାରେ ରାମ୍‌କି କାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ବର୍ଜ୍ୟ ପ୍ରଭାବରୁ ୧୦ ହଜାର ଅର୍ଜୁନ ଗଛ ସେପଟେ ଟେଷ୍ଟ୍‌ ଓ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରେଇ ରହିଥିବା ଭାରତର ଦୁଇ ଅଭିଜ୍ଞ ବ୍ୟାଟର୍‌ ବିରାଟ କୋହଲି ଓ ରୋହିତ ଶର୍ମା ଅକଲାଣ୍ଡର ଇଡେନ୍‌ ପାର୍କରେ ଜୋରଦାର ଅଭ୍ୟାସ କରିଛନ୍ତି।

ରବିବାର ଦ୍ୱିତୀୟ ନେଟ୍ସ ଅଧିବେଶନରେ ଉଭୟ ଅନେକ ସମୟ ବ୍ୟାଟିଂ କରିଥି‌ଲେ।

କୋହଲି ପ୍ରଥମେ ଥ୍ରୋ' ଡାଉନ୍‌ରେ ଖେଳିବା ପରେ ଦ୍ରୁତ ବୋଲର ଆକ୍ବିବ ନବି, ଗୁରନୂର ବ୍ରାର ଓ ଅଂଶୁଲ କମ୍ବୋଜଙ୍କ ବୋଲିଂର ସାମ୍ନା କରିଥିଲେ।

କୋହଲିଙ୍କୁ କମ୍ବୋଜ ଓ ନବି ଉଭୟ ପଟୁ ସୁଇଂ ବୋଲିଂ କରୁଥିଲା ବେଳେ ବ୍ରାର୍‌ ଲେନ୍ଥରେ ବୋଲିଂ କରିଥିଲେ।

କୋହଲି କଭର୍‌ ଡ୍ରାଇଭ୍‌ ଖେଳି ନିଜ ଆତ୍ମବିଶ୍ବାସ ବଢ଼ାଉଥିଲେ।

କିଛି ଡ୍ରାଇଭ୍‌ ମିସ୍‌‌ ହେବା ସତ୍ତ୍ବେ କୋହଲି ଆକ୍ରମଣାତ୍ମକ ମନୋଭାବ ଛାଡ଼ି ନ ଥିଲେ।

ମିଡ୍‌ୱିକେଟ୍‌ରେ ଫ୍ଲିକ୍‌ ଖେଳିବାକୁ ମଧ୍ୟ ସେ ଚେଷ୍ଟା କରିଥିଲେ।

ତେବେ ରୋହିତ ଅଫ୍‌ଷ୍ଟମ୍ପ୍‌ ବାହାର ବଲ୍‌କୁ ଛାଡ଼ି ଦେଉଥିଲେ।

ପ୍ୟାଡ୍‌ରେ ଆସୁଥିବା ବଲ୍‌କୁ ସହଜରେ ଖେଳିଥିଲେ।

ହେଲେ ନବିଙ୍କ ଇନ୍‌ସୁଇଂ ବଲ୍‌କୁ ଉଭୟ ଖେଳିବାରେ ଅସୁବିଧାରେ ପଡ଼ିଥିଲେ।

ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇ ବାଦ୍‌ ପଡ଼ିବା ପରେ ପ୍ରଥମ ୩ଟି ଦିନିକିଆ ଲାଗି ଦଳରେ ଥିବା ୨୯ ବର୍ଷୀୟ ନବି ନେଟ୍ସରେ ପୂରା ୧ ଘଣ୍ଟା ଭଲ ଲୟରେ ବୋଲିଂ କରିଥିଲେ।

ଏହି ଅଭ୍ୟାସ ଅଧିବେଶନରେ ଅଧିନାୟକ ଶୁବମନ ଗିଲ୍‌ ଅନୁପସ୍ଥିତ ଥିଲେ।

ସେ ଜିମ୍‌ରେ ସମୟ କାଟିଥିଲେ।

ହେଲେ କେ‌ଏଲ୍‌ ରାହୁଲ ଓ ଋତୁରାଜ ଗାଏକ୍ବାଡ ଅଭ୍ୟାସକୁ ଓହ୍ଲାଇଥିଲେ।

ଦଳର ବୋଲିଂ ପ୍ରଶିକ୍ଷକ ସାଇରାଜ ବାହୁତୁଲେ, ଫିଲ୍ଡିଂ ପ୍ରଶିକ୍ଷକ ଶୁଭଦୀପ ଘୋଷ, ଦୟାନନ୍ଦ ଗରାଣୀ ଓ ନୁୱାନ ସେନେଭିରତ୍ନେ ଉପସ୍ଥିତ ଥିଲେ।

ଅଧିନାୟକ ଶୁବମନ ଗିଲ ମଧ୍ୟ ଭାରତୀୟ ଟ୍ବେଣ୍ଟି-୨୦ ଦଳ ସହ ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରିଛନ୍ତି।

ନ୍ୟୁଜିଲାଣ୍ଡକୁ ଯୁଗଳ ଝଟ୍‌କା: ରାଚିନ, ଚାପମ୍ୟାନ୍‌ ବାଦ୍‌ ଅକଲାଣ୍ଡ: ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଯୁଗଳ ଝଟ୍‌କା ଲାଗିଛି।

ଆଘାତ ଜନିତ ସମସ୍ୟାରୁ ଠିକ୍‌ ସମୟରେ ମୁକୁଳି ପାରି ନଥିବାରୁ କିୱି ଦଳର ଦୁଇ ମହତ୍ତ୍ବପୂର୍ଣ୍ଣ ବ୍ୟାଟର୍‌ ମାର୍କ ଚାପମାନ୍‌ ଓ ରାଚିନ୍‌ ରବୀନ୍ଦ୍ର ବାଦ୍‌ ପଡ଼ିଛନ୍ତି।

ସେମାନଙ୍କ ସ୍ଥାନରେ ଟିମ୍‌ ସେଫର୍ଟ, ହେନ୍‌ରି ନିକୋଲ୍ସ ଓ ଡିନ୍‌ ଫକ୍ସକ୍ରଫ୍ଟଙ୍କୁ ସାମିଲ କରାଯାଇଛି।

ସୋମବାର ନ୍ୟୁଜିଲାଣ୍ଡ କ୍ରିକେଟ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ହାମ୍‌ଷ୍ଟ୍ରିଙ୍ଗ୍‌ ଆଘାତରୁ ମୁକୁଳିବା ପାଇଁ ଚାପମାନ୍‌ଙ୍କୁ ଆହୁରି ଦୁଇ ସପ୍ତାହ ପୁନର୍ବାସ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ।

ସେହିପରି ଡାହାଣ କାନ୍ଧରେ ଆଘାତ ସମସ୍ୟା ଯୋଗୁଁ ରାଚିନ ଏବେ ବି ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି।

ଫଳରେ ଉଭୟ ଖେଳାଳିଙ୍କୁ ଶୃଙ୍ଖଳାରୁ ବାଦ୍‌ ଦେବାକୁ ନିଷ୍ପତ୍ତି ହୋଇଛି।

ସେଫର୍ଟଙ୍କୁ ପୂରା ୫ଟି ମ୍ୟାଚ୍‌ ପାଇଁ ଦଳରେ ରଖାଯାଇଛି।

ପୂର୍ବରୁ ସେ କେବଳ ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ମନୋନୀତ ହୋଇଥିଲେ।

ହେନ୍‌ରି ନିକୋଲ୍ସ ପ୍ରଥମ ୩ଟି ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବେ।

ସେହିପରି ଡିନ୍‌ ଫକ୍ସକ୍ରଫ୍ଟ ଶେଷ ଦୁଇଟି ମ୍ୟାଚ୍‌ରେ ଖେଳିବେ।

ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ମନୋନୀତ ମ୍ୟାଟ୍‌ ଫିସର୍‌ଙ୍କୁ ମଧ୍ୟ ପୂରା ଶୃଙ୍ଖଳାରେ ଅତିରିକ୍ତ ବୋଲିଂ ବିକଳ୍ପ ଭାବେ ରଖାଯାଇଛି।

ଅନ୍ୟପକ୍ଷରେ ଦ୍ରୁତ ବୋଲର ମ୍ୟାଟ୍‌ ହେନ୍‌ରିଙ୍କ ଖେଳିବା ନେଇ ମଧ୍ୟ ଅନିଶ୍ଚିତତା ରହିଛି।

ସେ ସୋମବାର ଦଳ ସହ ଯୋଗ ଦେବା ପରେ ତାଙ୍କ ଫିଟ୍‌ନେସ୍‌ ଆକଳନ କରାଯିବ।

ଦିନିକିଆ ମାନ୍ୟତା ଶୀର୍ଷରେ ଭାରତ ICMR-NIHR: ଆଦିବାସୀ ସ୍ୱାସ୍ଥ୍ୟ କର୍ମୀଙ୍କ ଦକ୍ଷତା ବିକାଶରେ ଭୁବନେଶ୍ୱର ଆଇସିଏମଆର-ଏନଆଇଏଚଆରର ପ୍ରମୁଖ ଅବଦାନ ଦୁବାଇ: ଆଇସିସି ଦିନିକିଆ ମାନ୍ୟତାରେ ଭାରତ ପ୍ରଥମ ସ୍ଥାନ ବଜାୟ ରଖିଛି।

ଭାରତ ୧୧୫ ରେଟିଂ ସହ ଶୀର୍ଷରେ ରହିଛି।

ଜୁନ ମାସରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳାକୁ ଭାରତ ୩-୦ରେ ଜିତିଥିବାବେଳେ ଜୁଲାଇରେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ୧-୨ରେ ପରାସ୍ତ ହୋଇଥିଲା।

ନିକଟରେ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାରେ ଭାରତ ୨-୧ରେ ବିଜୟୀ ହୋଇଥିଲା।

କିନ୍ତୁ ଚଳିତ ବର୍ଷ ଜାନୁଆରିରେ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାକୁ ଭାରତ ୧-୨ରେ ହାରିଯାଇଥିଲା।

ବୁଧବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଥିବାରୁ ତାହାକୁ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଉଦ୍ୟମ କରିବ ଭାରତୀୟ ଦଳ।

ସୋମବାର ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ, ଦକ୍ଷିଣ ଆଫ୍ରିକା ତୃତୀୟ, ପାକିସ୍ତାନ ଚତୁର୍ଥ ଏବଂ ଅଷ୍ଟ୍ରେଲିଆ ପଞ୍ଚମ ସ୍ଥାନରେ ରହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଫଗାନିସ୍ତାନ ଷଷ୍ଠ ସ୍ଥାନକୁ ଉଠି ନିଜର ସର୍ବକାଳୀନ ଶ୍ରେଷ୍ଠ ମାନ୍ୟତା ହାସଲ କରିଛି।

ଆୟର୍ଲାଣ୍ଡ ବିପକ୍ଷରେ ୪-୦ରେ ଦିନିକିଆ ସିରିଜ୍ ବିଜୟ ଏବଂ ଜିମ୍ବାୱେ ଓ ବାଂଲାଦେଶକୁ ନେଇ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜ୍‌ରେ ଅପରାଜିତ ରହିବା ଆଫଗାନିସ୍ତାନର ଏହି ଉନ୍ନତିର ପ୍ରମୁଖ କାରଣ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)