India forex reserves: ୭୦୭ ବିଲିଅନ ଡଲାରକୁ ବଢ଼ିଲା ବିଦେଶୀ ମୁଦ୍ରା ଭଣ୍ଡାର

Aug 14, 2026 - 23:25
India forex reserves: ୭୦୭ ବିଲିଅନ ଡଲାରକୁ ବଢ଼ିଲା ବିଦେଶୀ ମୁଦ୍ରା ଭଣ୍ଡାର

"ନୂଆଦିଲ୍ଲୀ: ଅଗଷ୍ଟ ୭ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ୧୪.୧୩୬ ବିଲିଅନ ଡଲାରର ବୃଦ୍ଧି ଘଟି ୭୦୭.୦୦୨ ବିଲିଅନ ଡଲାରରେ ପହଞ୍ଚିଛି।

ଏହା ହେଉଛି ବିଦେଶୀ ମୁଦ୍ରା ଭଣ୍ଡାରର ସର୍ବାଧିକ ସାପ୍ତାହିକ ବୃଦ୍ଧି।

ଜୁଲାଇ ୩୧ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୧୦.୫୧୨ ବିଲିଅନ ଡଲାର ବୃଦ୍ଧି ଘଟି ୬୯୨.୮୬୬ ବିଲିଅନ ଡଲାରରେ ପହଞ୍ଚିଥିଲା।Advertisment ରିଜର୍ଭ ବ୍ୟାଙ୍କର ସୂଚନା ଅନୁଯାୟୀ, ଅଗଷ୍ଟ ୭ ତାରିଖରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି (ଏଫ୍‌ସିଏ) ୯.୯୪୬ ବିଲିଅନ ଡଲାର ବୃଦ୍ଧି ଘଟି ୫୭୪.୬୨୫ ବିଲିଅନ ଡଲାରରେ ଏବଂ ଗଚ୍ଛିତ ସୁନା ମୂଲ୍ୟରେ ୩.୯୯୫ ବିଲିଅନ ଡଲାର ବୃଦ୍ଧି ଘଟି ୧୦୮.୭୩୮ ବିଲିଅନ ଡଲାରରେ ପହଞ୍ଚିଛି।

Foreign Currency : ବିଦେଶୀ ମୁଦ୍ରା ଭଣ୍ଡାର ୧୦.୫ ବିଲିଅନ ଡଲାର ବଢ଼ିଲା ସେହିଭଳି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ଭାରତର ଗଚ୍ଛିତ ରାଶି ୧୧୬ ନିୟୁତ ଡଲାର ବୃଦ୍ଧି ଘଟି ୪.୮୯୪ ବିଲିଅନ ଡଲାରରେ ପହଞ୍ଚିଥିବାବେଳେ ସ୍ପେସାଲ ଡ୍ରଇଂ ରାଇଟ୍‌ସ (ଏସ୍‌ଡିଆର୍‌)ରେ ୭୯ ନିୟୁତ ଡଲାର ବୃଦ୍ଧି ଘଟି ୧୮.୭୪୫ ବିଲିଅନ ଡଲାରରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୮ରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ପୂର୍ବରୁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୭୨୮.୪୯୪ ବିଲିଅନ ଡଲାରରେ ପହଞ୍ଚିଥିଲା।

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇଥିଲା।

ଏହାକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଡଲାରର ଉପଯୋଗ କରିବାରୁ ବିଦେଶୀ ମୁଦ୍ରା ଭଣ୍ଡାର ତଳକୁ ଖସିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media