India Considers Non-Basmati Rice Export Curbs: ଚାଉଳ ଦରବୃଦ୍ଧିରେ ଲାଗିବ ଲଗାମ! ରପ୍ତାନୀ ଉପରେ ଲାଗିପାରେ ୩୦% ଶୁଳ୍କ
ଚାଉଳ ଦରବୃଦ୍ଧିକୁ ନେଇ ଆକ୍ସନ୍ ମୋଡ୍ରେ କେନ୍ଦ୍ର ସରକାର।
ଘରୋଇ ବଜାରରେ ଚାଉଳ ଦର ନିୟନ୍ତ୍ରଣ ପାଇଁ ଅଣ-ବାସୁମତୀ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବାକୁ ଚାଲିଛି ବିଚାରବିମର୍ଶ।
ପ୍ରଥମ ପର୍ଯ୍ୟାୟରେ ରପ୍ତାନୀ ଉପରେ ୨୦ରୁ ୩୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଯୋଜନା ରହିଛି।
ଆବଶ୍ୟକ ପଡ଼ିଲେ ସାମୟିକ ଭାବେ ରପ୍ତାନୀ ବନ୍ଦ କରିବାକୁ ମଧ୍ୟ ପଛାଇବେନି ସରକାର।
Advertisment ଗତ ଅକ୍ଟୋବରରେ ଚାଉଳ ଦରବୃଦ୍ଧି ୧୨.୫୧ ପ୍ରତିଶତରେ ପହଞ୍ଚିଛି।
ଦେଶରେ ଚାଉଳର ଖୁଚୁରା ଦର ମଧ୍ୟ ଗତବର୍ଷ ତୁଳନାରେ ୧୧ ପ୍ରତିଶତରୁ ଅଧିକ ବଢ଼ିଛି।
ତେଣୁ ରପ୍ତାନୀ କମାଇ ଦେଶରେ ଚାଉଳ ଉପଲବ୍ଧତା ବଢ଼ାଇବାକୁ ଚାହୁଁଛି କେନ୍ଦ୍ର।
ତେବେ ଏଥର ହଠାତ୍ ସମ୍ପୂର୍ଣ୍ଣ ରପ୍ତାନୀ ବନ୍ଦ କରିବାକୁ ଚାହୁଁନି ସରକାର।
ପୂର୍ବରୁ ୨୦୨୩ରେ ଲାଗିଥିବା ରପ୍ତାନୀ କଟକଣା ୧୪ ମାସ ଧରି ଜାରି ରହିଥିଲା।
ଏଥର କିନ୍ତୁ ଦର ସ୍ଥିତି ଦେଖି ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯିବ।
ଅନ୍ୟପଟେ ଖୋଲା ବଜାରରେ ଚାଉଳ ବିକ୍ରି ବଢ଼ାଇବା ସହ 'ଭାରତ ରାଇସ୍' ଜରିଆରେ ଶସ୍ତା ଚାଉଳ ଯୋଗାଇବାକୁ ମଧ୍ୟ ଯୋଜନା କରିଛି କେନ୍ଦ୍ର।
ଏବେ ସମସ୍ତଙ୍କ ନଜର, ଚାଉଳ ଦର ରୋକିବାକୁ କେନ୍ଦ୍ରର ପରବର୍ତ୍ତୀ ପଦକ୍ଷେପ ଉପରେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
