India-China: ଭାରତ-ଚୀନ୍‌ ସୀମା ବିବାଦ: ବେଜିଂରେ ୱାଙ୍ଗ୍‌ ୟିଙ୍କ ଆଲୋଚନା କରିବେ ଡୋଭାଲ

Aug 23, 2026 - 20:18
India-China: ଭାରତ-ଚୀନ୍‌ ସୀମା ବିବାଦ: ବେଜିଂରେ ୱାଙ୍ଗ୍‌ ୟିଙ୍କ ଆଲୋଚନା କରିବେ ଡୋଭାଲ

"ବେଜିଂ: ଭାରତ-ଚୀନ୍‌ ସୀମା ବିବାଦର ସମାଧାନ ଓ ସୀମାରେ ଶାନ୍ତି-ସ୍ଥିରତା ନେଇ ଆଲୋଚନା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୋମବାର ବେଜିଂ ଯିବେ।

ସେଠାରେ ମଙ୍ଗଳବାର ଚୀନ୍‌ର ବିଦେଶମନ୍ତ୍ରୀ ତଥା ତାଙ୍କ ଚୀନୀ ପ୍ରତିପକ୍ଷ ୱାଙ୍ଗ୍‌ ୟିଙ୍କ ସହ ସୀମା ପ୍ରସଙ୍ଗରେ ବିଶେଷ ପ୍ରତିନିଧିସ୍ତରୀୟ ଆଲୋଚନାର ୨୫ଶ ପର୍ଯ୍ୟାୟରେ ଯୋଗଦେବେ।

ଉଭୟ ଦେଶର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।Advertisment ଆହୁରି ପଢନ୍ତୁ :Indonesia: ବାଲିର ହିନ୍ଦୁ ପର୍ବକୁ ଅସମ୍ମାନ କରିବା ମହଙ୍ଗା ପଡ଼ିଲା: ସୁଇଜରଲ୍ୟାଣ୍ଡ ପର୍ଯ୍ୟଟକଙ୍କୁ ୧ ବର୍ଷ ଜେଲ୍‌ ୨୦୦୩ରେ ଗଠିତ ବିଶେଷ ପ୍ରତିନିଧି ବ୍ୟବସ୍ଥା ଅଧୀନରେ ଏହି ଆଲୋଚନା ହେଉଛି।

ପ୍ରାୟ ୩,୪୮୮ କିମି ଦୀର୍ଘ ଭାରତ-ଚୀନ୍‌ ସୀମା ବିବାଦର ଏକ ବ୍ୟାପକ ସମାଧାନ ଖୋଜିବା ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ଆଲୋଚନା ପୂର୍ବରୁ ବିଦେଶମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର ନୂଆଦିଲ୍ଲୀରେ ଆୟୋଜିତ ଇକୋନୋମିକ୍‌ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍‌ରେ ଭାରତ-ଚୀନ୍‌ ସମ୍ପର୍କ ନେଇ ମତ ରଖିଥିଲେ।

ସୀମାରେ ଶାନ୍ତି ଓ ସ୍ଥିରତା ରହିବା ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ପାଇଁ ଅତ୍ୟାବଶ୍ୟକ ବୋଲି ସେ କହିଥିଲେ।

ଆହୁରି ପଢନ୍ତୁ :Newyork: ନ୍ୟୁୟର୍କରେ ପିଜା ଡେଲିଭରି ବେଳେ ପଞ୍ଜାବ ଯୁବକଙ୍କୁ ଗୁଳି: ୨୮ ବର୍ଷୀୟ ଗୁରଦୀପ ସିଂହଙ୍କ ମୃତ୍ୟୁ ଏପଟେ ଅରୁଣାଚଳ ପ୍ରଦେଶର ଅପର ସୁବନସିରି ଅଞ୍ଚଳରେ ଚୀନ୍‌ର ସାମରିକ କାର୍ଯ୍ୟକଳାପ ବଢ଼ିଥିବା ନେଇ ରିପୋର୍ଟ ମଧ୍ୟ ଆସିଛି।

ଅଗଷ୍ଟ ୧୨ରେ ଚୀନ୍‌ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍‌ କହିଥିଲେ ଯେ ଚୀନ୍‌-ଭାରତ ସୀମା ପରିସ୍ଥିତି ବର୍ତ୍ତମାନ ପ୍ରାୟ ସ୍ଥିର ରହିଛି।

୨୦୨୫ ଅଗଷ୍ଟରେ ନୂଆଦିଲ୍ଲୀରେ ୨୪ଶ ପର୍ଯ୍ୟାୟର ବିଶେଷ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା।

ଏବେ ବେଜିଂରେ ହେବାକୁ ଥିବା ୨୫ଶ ପର୍ଯ୍ୟାୟ ଆଲୋଚନାରେ ସୀମାରେ ଶାନ୍ତି ଓ ସ୍ଥିରତା ସହ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ଆଲୋଚନା ହେବ ବୋଲି ଆଶା କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)