Donald trump: ଟ୍ରମ୍ପଙ୍କ ଟ୍ରେଡିଂ ମୋହ -ଭିସା, ମାଷ୍ଟରକାର୍ଡ, ମେଟାରେ କାରବାର

Aug 23, 2026 - 20:18
Donald trump: ଟ୍ରମ୍ପଙ୍କ ଟ୍ରେଡିଂ ମୋହ -ଭିସା, ମାଷ୍ଟରକାର୍ଡ, ମେଟାରେ କାରବାର

"ନୂଆଦିଲ୍ଲୀ: ‌ସେୟାର ବଜାରରେ ନିବେଶ ବା ଟ୍ରେଡିଂ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅହେତୁକ ଦୁର୍ବଳତା ରହିଛି।

ତାଙ୍କର କିଛି ନିଷ୍ପତ୍ତି ସେୟାର ବଜାରରେ ହଇଚଇ ମଧ୍ୟ ସୃଷ୍ଟି କରୁଛି।

ଅଭିଯୋଗ ରହିଛି ଯେ ରାଷ୍ଟ୍ରପତି ଭଳି ଏତେ ବଡ଼ ପଦରେ ରହି ସେ ସରକାରୀ ନୀତି ବିଷୟରେ ସବୁ ଜାଣୁଛନ୍ତି ଓ ସେହି ଅନୁସାରେ ସେୟାର ଟ୍ରେଡିଂ କରୁଛନ୍ତି।

କିନ୍ତୁ ହ୍ବାଇଟ୍‌ ହାଉସ୍‌ ତରଫରୁ ସେହି ଅଭିଯୋଗକୁ ଅସ୍ବୀକାର କରାଯାଇଛି।

ଗତ ଜୁନ ମାସ‌ରେ ‌ସେ ୧୦୦୦ରୁ ଅଧିକ ଥର ପ୍ରତିଭୂତି କାରବାର କରିଥିଲେ।

ଏହି ମାସରେ ସେ ବର୍କସାୟାର ହାଥ୍‌ୱେ, ଭିସା, ମାଷ୍ଟରକାର୍ଡ, ପାଲାଣ୍ଟିର, ମେଟା, କଏନବେସ୍‌, ହୋମ୍‌ ଡିପୋ ଓ ‌କିଛି ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡରେ କାରବାର କରିଥିଲେ।

ତେବେ ସେ କରିଥିବା ଟ୍ରେଡିଂର ମୂଲ୍ୟ କେତେ ଥିଲା ତାହା ଘୋଷଣା କରାଯାଇନାହିଁ।Advertisment ଆହୁରି ପଢନ୍ତୁ :Newyork: ନ୍ୟୁୟର୍କରେ ପିଜା ଡେଲିଭରି ବେଳେ ପଞ୍ଜାବ ଯୁବକଙ୍କୁ ଗୁଳି: ୨୮ ବର୍ଷୀୟ ଗୁରଦୀପ ସିଂହଙ୍କ ମୃତ୍ୟୁ  ପାଲାଣ୍ଟିର ନାମକ ସଫ୍ଟୱେର କମ୍ପାନିର ସେୟାରରେ ସେ ଜୁନ ମାସରେ ଏକାଧିକ ଥର କାରବାର କରିଥିଲେ।

ଜୁନ ୩ରେ ସେ ଉକ୍ତ କମ୍ପାନିର ଅଳ୍ପ ସେୟାର କିଣିଥିଲେ।

ଏହା ପରେ ଜୁନ ୧୬ ଓ ୧୮ରେ ଅଧିକ ସେୟାର ବିକିଥିଲେ।

ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ସହମତି ହେବା ପରେ ସେ ପୁଣି ଜୁନ ୨୩ ଓ ୨୪ରେ ସେହି ସଂସ୍ଥାର ସେୟାର କିଣଥିଲେ।

ବର୍କସାୟାର ହାଥୱେ ସେୟାରରେ ସେ ୫ ନିୟୁତ ଡଲାର ନିବେଶ କରିଥିଲେ ଓ ଅଳ୍ପ କିଛି ସେୟାର ବିକ୍ରି ମଧ୍ୟ କରିଥିଲେ।

ଜୁନ ୧୮ରେ ସେ ମେଟାର ୫ ନିୟୁତ ଡଲାରର ସେୟାର ବିକିଥିଲେ ଓ ପରବର୍ତ୍ତୀ ସମୟରେ ଉକ୍ତ ସଂସ୍ଥାର କିଛି ସେୟାର କିଣିଥିଲେ।

ଜୁନ ୨୨ରେ ଭ୍ୟାନ୍‌ଗାର୍ଡ ଗ୍ରୁପ୍‌ ଇଟିଏଫ୍‌ର ସେ ୨୫ ନିୟୁତ ଡଲାର ପର୍ଯ୍ୟନ୍ତ ବିକ୍ରି କରିଥିଲେ।

ଆହୁରି ପଢନ୍ତୁ :Rohit Pawar: ରୋହିତ ପାୱାରଙ୍କ ପିଏର ୧୨ ବର୍ଷର ଝିଅର ସନ୍ଦେହଜନକ ମୃତ୍ୟୁ; ତଦନ୍ତ ଦାବି କଲେ ଏନସିପି-ଏସ୍‌ପି ନେତା ରାଷ୍ଟ୍ରପତି ଭଳି ଏକ ଗରିମାମୟ ପଦରେ ରହି ସେୟାର ଟ୍ରେଡିଂ ଭଳି ଲାଭଜନକ ବ୍ୟବସାୟରେ ଲିପ୍ତ ଥିବାରୁ ଟ୍ରମ୍ପଙ୍କୁ ସମାଲୋଚନା କରାଯାଉଛି।

ଗତବର୍ଷ ସେ ୨୧,୦୦୦ରୁ ଅଧିକ ଥର ପ୍ରତିଭୂତି କାରବାର କରିଥିଲେ।

ସବୁଠୁ ଚିନ୍ତାର ବିଷୟ ହେଉଛି ଆମେରିକା ସରକାର ନେଉଥିବା କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସହିତ ତାଙ୍କ ନିବେଶନିଷ୍ପତ୍ତିର ସମାନତା ରହୁଛି।

ଯେଉଁଦିନ କିଛି ବଡ଼ ନିଷ୍ପତ୍ତି ହୋଇଥିବ ସେହିଦିନ ସେ ଅଧିକ ସେୟାର କିଣିଥାନ୍ତି କିମ୍ବା ବିକ୍ରି କରନ୍ତି। ‌‌‌ତେବେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ରେଡିଂରେ ଦ୍ବେତ୍ବ ସ୍ବାର୍ଥର କୌଣସି ମାମଲା ସାମନାକୁ ଆସିନାହିଁ।

ଟ୍ରେଡିଂକୁ ସେ ନିଜେ ପରିଚାଳନା କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)