Independence Day 2026: ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରେ ଉଡ଼ାଇଲେ ତ୍ରିରଙ୍ଗା

Aug 15, 2026 - 07:53
Independence Day 2026: ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରେ ଉଡ଼ାଇଲେ ତ୍ରିରଙ୍ଗା

"ନୂଆଦିଲ୍ଲୀ: ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ।

ତ୍ରିରଙ୍ଗା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକାକୁ ସଲାମୀ ଦେଇଥିଲେ ।Advertisment Independence Day 2026: ଲାଲକିଲ୍ଲାର ପ୍ରାଚୀରରୁ ଇତିହାସ ସୃଷ୍ଟି କରିବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଲାଲକିଲ୍ଲା ପରିସରରେ ଦେଶର ଗୌରବ, ଏକତା ଓ ଦେଶଭକ୍ତିର ଭାବନା ପରିଲକ୍ଷିତ ହୋଇଥିଲା ।

ସ୍ୱାଧୀନତା ଦିବସର ପାରମ୍ପରିକ ସମାରୋହରେ ବହୁ ବିଶିଷ୍ଟ ଅତିଥି, କେନ୍ଦ୍ରମନ୍ତ୍ରୀ, ସୁରକ୍ଷା ବାହିନୀର ଅଧିକାରୀ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧି ଉପସ୍ଥିତ ରହିଥିଲେ ।

ତ୍ରିରଙ୍ଗା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ରକୁ ସମ୍ବୋଧିତ କରିବେ ।

ଏହି ଐତିହାସିକ ଅବସରରେ "ବିକଶିତ ଭାରତ"ର ସଂକଳ୍ପ, ଯୁବଶକ୍ତିର ଭୂମିକା ଓ ଦେଶର ଭବିଷ୍ୟତ ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ରହିଛି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media