IND vs WI 2nd T20I: ଭାରତ ବିପକ୍ଷ ଦ୍ବିତୀୟ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍‌

Oct 09, 2026 - 23:02
IND vs WI 2nd T20I: ଭାରତ ବିପକ୍ଷ ଦ୍ବିତୀୟ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍‌

"ରାଞ୍ଚି: ଭ‌ାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ୬ ୱିକେଟ୍‌ରେ ଜିତିଛି।

ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସନ୍‌ ଅନ୍ତର୍ଜାତୀୟ ଷ୍ଟାଡିୟମ ପରିସରରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅତିଥି ଦଳକୁ ୨୫୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଦଳ ୧୮.୩ ଓଭରରେ ୪ଟି ୱିକେଟ ହରାଇ ୨୫୨ ରନ୍‌ ସଂଗ୍ରହ କରିଛି।

Advertisment ୱେଷ୍ଟଇଣ୍ଡିଜ୍‌ ପାଇଁ ପ୍ରାରମ୍ଭିକ ବ୍ୟାଟର ତଥା ଅଧିନାୟକ ସାଇ ହୋପ୍‌ ଅପରାଜିତ ଶତକ (୧୦୨ ରନ୍‌) ହାସଲ କରିଛନ୍ତି।

ସେ ୪୫ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୯ଟି ଛକା ମାରିଛନ୍ତି।

ଶେରଫେନ୍‌ ରଦରହୁଡ ୮୪ ରନ୍‌ ସଂଗ୍ରହ କରିଥିଲେ।

ସେ ୩୭ଟି ବଲ୍‌ ଖେଳି ୭ଟି ଚୌକା ଏବଂ ୭ଟି ଛକା ମାରିଥିଲେ।

ରୋମାରିଓ ସିଫର୍ଡ ୩୪ ରନ୍‌ ଏବଂ ରଭମ୍ୟାନ୍‌ ପାୱେଲ ୨୪ ରନ୍‌କରିଥିଲେ।

ଭାରତ ପାଇଁ ମୟଙ୍କ ଯାଦବ ସର୍ବଶ୍ରେଷ୍ଠ ବୋଲି କରିଥିଲେ।

ସେ ୩ ଓଭର ବୋଲିଂ କରି ୩୬ ରନ୍‌ ଖର୍ଚ୍ଚ କରିଥିଲା ବେଳେ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ।

କୁଲଦୀପ ଯାଦବଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

Cricket: ଫୁଟବଲ ମ୍ୟାଚ୍‌ ପୂର୍ବରୁ କ୍ରିକେଟ୍‌ ଖେଳିଲା ଉରୁଗୁଏ ଦଳ ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ସଂଜୁ ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୨୪୯ ରନ୍ କରିଥିଲେ।

ଭାରତୀୟ ଟିମ୍‌କୁ ଅଭିଷେକ ଶର୍ମା ଏବଂ ସଂଜୁ ସାମସନ ଭଲ ପ୍ରାରମ୍ଭ ଦେଇଥିଲେ।

ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୪୨ ରନ୍‌ର ଭାଗିଦାରୀ କରିପାରିଥିଲେ।

ଅଭିଷେକ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ।

ଈଶାନ କିଶନ ଏବଂ ସଂଜୁ ସାମସନ ଦ୍ବିତୀୟ ୱିକେଟ୍‌ ପାଇଁ ୯୭ ରନ୍‌ର ଭାଗିଦାରୀ କରିଥିଲେ।

ଏହି ଭାଗିଦାରୀ ସମୟରେ ସଂଜୁ ସାମସନ ୨୧ଟି ବଲ୍‌ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ।

ଈଶାନ କିଶନ ୨୨ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୨ଟି ଛକା ବଳରେ ୪୩ ରନ୍‌ ସଂଗ୍ରହ କରିଥିଲେ।

ଅଧିନାୟକ ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ୪୦ ରନ୍‌ ସଂଗ୍ରହ କରିଥିଲେ।

ସେ ୧୮ଟି ବଲ୍‌ ଖେଳି ୩ଟି ଚୌକା ଏବଂ ୩ଟି ଛକା ମାରିଥିଲେ।

ସେହିପରି ଯୁବ ବ୍ୟାଟର ତିଲକ ବର୍ମା ୧୮ଟି ବଲ୍‌ରୁ ଅପରାଜିତ ୪୪ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ୩ଟି ଚୌକା ଏବଂ ୩ଟି ଛକା ସାମିଲ କରିପାରିଥିଲେ।

ନବନ ଧୀର ଗୋଟିଏ ବଲ୍‌ ଖେଳି ୪ ରନ୍‌ ସଂଗ୍ରହ କରିଥିଲେ।

ୱେଷ୍ଟଇଣ୍ଡିଜ ପାଇଁ ରୋଷ୍ଟନ ଚେଜ ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ଶମର ସ୍ପ୍ରିଙ୍ଗରଙ୍କୁ ୨ଟି ୱିକେଟ୍‌ ହାସଲ ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)