IND vs AFG, 2nd ODI: ଆଫଗାନିସ୍ତାନକୁ ୧୭୦ ରନ୍ରେ ପରାସ୍ତ କଲା ଭାରତ
"ଲକ୍ଷ୍ନୌ: ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଭାରତ ୧୭୦ ରନ୍ରେ ପରାସ୍ତ କରିଛି।
ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଆଫଗାନିସ୍ତାନ ୪୦୩ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା।
ଦଳ ୪୪.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୩୨ର ରନ୍ ସଂଗ୍ରହ କରିଛି।Advertisment ଆଫଗାନିସ୍ତାନ ପାଇଁ ରହମତ ଶାହ ସର୍ବାଧିକ ୭୯ ରନ୍ ସଂଗ୍ରହ କରିଥିଲେ।
ସିଦ୍ଦିକୁଲ୍ଲା ଅଟଳ ୪୨ ରନ୍, ରହମାନୁଲ୍ଲା ଗୁରବାଜ ୪୧ ରନ୍ ଏବଂ ଇବ୍ରାହିମ ଜର୍ଦାନ ୨୧ ରନ୍ ସଂଗ୍ରହ କରିଥିଲେ।
ରସିଦ ଖାନ ୧୨ ରନ୍ ସଂଗ୍ରହ କରିଥିବା ବେଳେ ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଏବଂ ଗୁରନୁର ବ୍ରାର ୩-୩ ୱିକେଟ୍ ଅକ୍ତିଆର କରିଥିଲେ।
ପ୍ରୀନ୍ସ ଯାଦବ ୨ଟି ଏବଂ ୱାସିଂଟନ ସୁନ୍ଦର ଗୋଟିଏ ୱିକେଟ ନେଇଥିଲେ।
ଏହି ମୁକାବିଲାରେ ଅତିଥି ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।
ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଶୁଭମନ ଗିଲ୍ଙ୍କ ୧୫୪ ରନ୍ ଏବଂ ଈଶାନ କିଶନଙ୍କ ୧୨୫ ରନ୍ ବଳରେ ଭାରତୀୟ ଟିମ୍ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୪୦୨ ରନ୍ ସଂଗ୍ରହ କରିଥିଲା।
ଭାରତର ଇନିଂସ ଆରମ୍ଭ କରିଥିଲେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏବଂ ରୋହିତ ଶର୍ମା।
ତେବେ ଘରୋଇ ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା।
ଦଳ ମାତ୍ର ୯ ରନ୍ରେ ଜୟସ୍ବାଲ (୪ରନ୍)ଙ୍କୁ ହରାଇଥିଲା।
ମାତ୍ର ଦ୍ବିତୀୟ ୱିକେଟରେ ରୋହିତ ଶର୍ମା ଏବଂ ଅଧିନାୟକ ଶୁଭମନ ଗିଲ ୮୭ ରନ୍ର ଭାଗିଦାରୀ କରିଥିଲେ।
ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୪୮ ରନ୍ ସଂଗ୍ରହ କରିଥିଲେ।
ସେ ୩୯ଟି ବଲ୍ ଖେଳି ୬ଟି ଚୌକା ଏବଂ ୨ଟି ଛକା ମାରିଥିଲେ।
ଆହୁରି ପଢ଼ନ୍ତୁ: Cricket: ନ୍ୟୁଜିଲାଣ୍ଡ କ୍ରିକେଟ୍ରେ ଏକ ଯୁଗର ଅନ୍ତ!
ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ନେଲେ ଏହି ମହାନ ଖେଳାଳି ତେବେ ତୃତୀୟ ୱିକେଟ୍ ନେବା ପାଇଁ ଆଫଗାନିସ୍ତାନ ବ୍ୟାକୁଳ ହୋଇ ଉଠିଥିଲା।
ଶୁଭମନ ଗିଲ ଏବଂ ଈଶାନ କିଶନଙ୍କ ଯୋଡ଼ି ଭାଙ୍ଗିବା ପାଇଁ ଆଫଗାନିସ୍ତାନ ବୋଲରମାନେ ବହୁ ଉଦ୍ୟମ କରୁଥିଲେ।
କିନ୍ତୁ ଏହି ଯୋଡ଼ି ଭାଙ୍ଗିଲା ବେଳକୁ ଭାରତର ସ୍କୋର ୩୨୦ ରନ୍ରେ ପହଞ୍ଚି ସାରିଥିଲା।
ଈଶାନ କିଶନ ୧୨୫ ରନ୍ ସଂଗ୍ରହ କରିଥିଲେ।
ସେ ୭୯ଟି ବଲ୍ ଖେଳି ୧୪ଟି ଚୌକା ଏବଂ ୭ଟି ଛକା ମାରିଥିଲେ।
ଗିଲ ଆଉଟ୍ ହେବା ପୂର୍ବରୁ ୧୫୪ ରନ୍ କରିଥିଲେ।
ସେ ୧୧୦ଟି ବଲ୍ ଖେଳି ୨୨ଟି ଚୌକା ଏବଂ ୨ଟି ଛକା ମାରିଥିଲେ।
ଯୁବ ବ୍ୟାଟର ଶ୍ରେୟସ ଆୟର ୨୬ ରନ୍, ୱାସିଂଟନ ସୁନ୍ଦର ୧୯ ରନ୍ କରିଥିବା ବେଳେ ପ୍ରସନ୍ସ ଯାଦବ ୫ ରନ୍ ସଂଗ୍ରହ କରିଥିଲେ।
ସେହିପରି ଗୁରନୁର ବ୍ରାର୍, ଅର୍ଶଦୀପ ସିଂହ ଏବଂ କୁଲଦୀପ ଯାଦବ ୩ ରନ୍ ଲେଖାଏଁ କରିଥିଲେ।
ଆଫଗାନିସ୍ତାନ ପକ୍ଷରୁ ନାନଗେୟାଲି୍ରା ଖାରୋଟି ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।
ରସିଦ ଖାନ ୩ଟି ୱିକେଟ୍ ଅକ୍ତିଆର କରିଥିଲା ବେଳେ ଏଏମ୍ ଗଜନଫର ଏବଂ ମହମ୍ମଦ ସଲିମ ସଫିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
"