Income: ପୋଷାକ ଇସ୍ତ୍ରୀ କରି ମାସିକ ରୋଜଗାର ୧.୮୦ ଲକ୍ଷ!

Oct 09, 2026 - 12:48
Income: ପୋଷାକ ଇସ୍ତ୍ରୀ କରି ମାସିକ ରୋଜଗାର ୧.୮୦ ଲକ୍ଷ!

"ଆପଣ ପ୍ରତିଦିନ ଅନେକ ସ୍ଥାନରେ କପଡ଼ା ଇସ୍ତ୍ରୀ କରୁଥିବା ଲୋକଙ୍କୁ ଦେଖୁଥିବେ।

କିନ୍ତୁ ଆପଣ କେବେ ଭାବିଛନ୍ତି ସେମାନଙ୍କ ରୋଜଗାର ମାସିକ ରୋଜଗାର କେତେ ହୋଇଥିବ?

କୌଣସି କାମ ଛୋଟ ନୁହେଁ।

ଦୃଢ଼ ଇଚ୍ଛାଶକ୍ତି, ପରିଶ୍ରମ ଓ ଦକ୍ଷତା ଥିଲେ ଯେକୌଣସି କାମରୁ ଭଲ ରୋଜଗାର କରାଯାଇପାରିବ।

ଏହାର ଏକ ଉଦାହରଣ ପାଲଟିଛନ୍ତି ଅରୁଣ ନାମକ ଜଣେ ବ୍ୟକ୍ତି।

ପୋଷାକ ଇସ୍ତ୍ରୀ କରି ସେ ମାସକୁ ୧ ଲକ୍ଷ ୮୦ ହଜାର ଟଙ୍କା ରୋଜଗାର କରୁଥିବା କରିଛନ୍ତି।

ଏଥିସହ ନିଜ ପାଖରେ କାମ କରୁଥିବା ଦୁଇ ଜଣ କର୍ମଚାରୀଙ୍କୁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ଦରମା ମଧ୍ୟ ଦେଉଛନ୍ତି।

ସୋସିଆଲ ମିଡିଆରେ ତାଙ୍କ ରୋଜଗାର ସମ୍ପର୍କିତ ଏହି ଭିଡିଓ ଚର୍ଚ୍ଚାରେ ରହିଛି।Advertisment ପ୍ରତିଦିନ ଇସ୍ତ୍ରୀ କରନ୍ତି ୫୦୦ ପୋଷାକ "Two_generations_one_vlog" ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର ହୋଇଥିବା ଭିଡିଓରେ ଅରୁଣ ନିଜ କାମ ଓ ରୋଜଗାର ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ ଏକ ବିଲ୍ଡିଂ ଭିତରେ ପୋଷାକ ଇସ୍ତ୍ରୀ କରନ୍ତି।

ତାଙ୍କ କହିବା ଅନୁଯାୟୀ, ସେ ପ୍ରତିଦିନ ପ୍ରାୟ ୫୦୦ଟି ପୋଷାକ ଇସ୍ତ୍ରୀ କରିଥାନ୍ତି।

ପ୍ରତି ପୋଷାକ ପିଛା ୮ ଟଙ୍କା ନେଉଥିବାରୁ ଦୈନିକ ମୋଟ ରୋଜଗାର ୪ ହଜାର ଟଙ୍କା ହୋଇଥାଏ।ଅରୁଣଙ୍କ କହିବା ଅନୁଯାୟୀ, ତାଙ୍କର ମାସିକ ରୋଜଗାର ୧ ଲକ୍ଷ ୮୦ ହଜାର ଟଙ୍କା।

ବ୍ୟବସାୟର ସମସ୍ତ ଖର୍ଚ୍ଚ ବାଦ୍ ଦେବା ପରେ ମାସକୁ ପ୍ରାୟ ୮୦ ହଜାରରୁ ୯୦ ହଜାର ଟଙ୍କା ସଞ୍ଚୟ ହେଉଛି।

ତେବେ ଏହି କାମ ଏତେ ସହଜ ନୁହେଁ।

ପ୍ରାୟ ୫ କିଲୋଗ୍ରାମ ଓଜନର ଇସ୍ତ୍ରୀ ଧରି ଦୀର୍ଘ ସମୟ ଧରି କାମ କରିବାକୁ ପଡ଼େ।

ଏଥିପାଇଁ ଶାରୀରିକ ପରିଶ୍ରମ ସହ ଦକ୍ଷତା ମଧ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି।

Trump Administration: ଟିସିଏସ, ଇନଫୋସିସ ସହ ୮ ପ୍ରମୁଖ ଆଇଟି କମ୍ପାନିର ଗ୍ରୀନ୍ କାର୍ଡ ପ୍ରକ୍ରିୟା ଉପରେ ଟ୍ରମ୍ପ ପ୍ରଶାସନର କଟକଣା ଅରୁଣ ନିଜେ ଏହି କାମ କରିବା ସହ ଆଉ ଦୁଇ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି।

ସେମାନଙ୍କୁ ମାସକୁ ୨୦ ହଜାର ଟଙ୍କା ଲେଖାଏଁ ଦରମା ମଧ୍ୟ ଦେଉଛନ୍ତି।

ଅରୁଣଙ୍କ ରୋଜଗାର ସମ୍ପର୍କିତ ଏହି ଭିଡିଓଟି ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ବିଷୟ ପାଲଟିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)