Income tax: ବିଦେଶକୁ ପାଣ୍ଠି ପଠାଉଥିବା ସଂସ୍ଥାରେ ଆୟକର ତଲାସୀ

Aug 18, 2026 - 23:21
Income tax: ବିଦେଶକୁ ପାଣ୍ଠି ପଠାଉଥିବା ସଂସ୍ଥାରେ ଆୟକର ତଲାସୀ

"ନୂଆଦିଲ୍ଲୀ: ବିଦେଶକୁ ବିପୁଳ ପରିମାଣରପାଣ୍ଠି ପଠାଉଥିବା ସଂସ୍ଥାଗୁଡ଼ିକରେ ଆୟକର ବିଭାଗ ତଲାସୀ ଆରମ୍ଭ କରିଛି।

ଗୁଇନ୍ଦା ସୂଚନା ଆଧାରରେ ହୋଇଥିବା ତଲାସୀରୁ ଅନେକ ଚମକାଇବା ଭଳି ତଥ୍ୟ ସାମନାକୁ ଆସିଛି।

ଏହି ସନ୍ଦେହଜନକ ସଂସ୍ଥାଗୁଡ଼ିକ ଗତ ଦୁଇ ବର୍ଷରେ ବିଦେଶକୁ ବିପୁଳ ପରିମାଣର ପାଣ୍ଠି ପଠାଇଛନ୍ତି।

କାଳ୍ପନିକ ଦାତବ୍ୟ ଟ୍ରଷ୍ଟ ନାଁରେ ଏହି କାରବାର ହେଉଥିଲା।

ଦେଶବ୍ୟାପୀ ଏହାର ଏକ ନେଟୱର୍କ ଠାବ କରାଯାଇଛି।Advertisment ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ସନ୍ଦେହଜନକ ସଂସ୍ଥାଗୁଡ଼ିକ ଆୟକର ରିଟର୍ଣ୍ଣ ଦାଖଲ କରିନାହାନ୍ତି କିମ୍ବା ନିଜ କାରବାରକୁ କମ୍‌ ଦର୍ଶାଇଛନ୍ତି।

ସେମାନେ ଘୋଷଣା କରିଥିବା କାରବାର ଓ ବିଦେଶକୁ ପଠାଇଥିବା ପାଣ୍ଠି ଭିତରେ ବଡ଼ ଧରଣର ତାରତମ୍ୟ ରହିଛି।

ସେମାନେ ନିଜର ଯେଉଁ ଠିକଣା ଦେଇଥିଲେ ତାହା ମଧ୍ୟ ଭୁଲ ଥିଲା।

Fraud: ତିନି କୋଟି ଟଙ୍କାରୁ ଊର୍ଦ୍ଧ୍ବ ସରକାରୀ ପାଣ୍ଠି ଆତ୍ମସାତ: ବନ୍ଧା ହେଲେ ଦୁଇ ପୂର୍ବତନ କର୍ମଚାରୀ ଆଜିଠାରୁ ଆୟକର ବିଭାଗ ଆରମ୍ଭ କରିଥିବା ଦେଶବ୍ୟାପୀ ତଲାସୀ ଅଭିଯାନରେ ଜାଲ କମ୍ପାନି, ତାହା ପଛରେ ଥିବା ବ୍ୟକ୍ତି ଓ ଫର୍ମ ୧୫ସିବି ଜାରି କରିଥିବା ପେସାଦାରମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

ଦେଶର ସିମାନ୍ତ ଜିଲ୍ଲାଗୁଡ଼ିକରେ ଏଭଳି ଅନେକ ସଂସ୍ଥା ରହିଛି।

ଏହି ଅଭିଯାନରେ ୩୯୪ଟି ସଂସ୍ଥା ଓ ୩୬ ଜଣ ପେସାଦାରଙ୍କୁ ସାମିଲ କରାଯାଇଛି।

ଘଟଣାର ଅଧିକ ତଦନ୍ତ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media