IMF's praise: ଆଇଏମ୍‌ଏଫ୍‌ର ପ୍ରଶଂସା: ଭାରତ ବିଶ୍ବ ଅଭିବୃଦ୍ଧିର ଇଞ୍ଜିନ୍‌, ନୂଆ ଜିଡିପି ହିସାବ ପଦ୍ଧତିକୁ ସ୍ବାଗତ

Sep 12, 2026 - 07:55
IMF's praise: ଆଇଏମ୍‌ଏଫ୍‌ର ପ୍ରଶଂସା: ଭାରତ ବିଶ୍ବ ଅଭିବୃଦ୍ଧିର ଇଞ୍ଜିନ୍‌, ନୂଆ ଜିଡିପି ହିସାବ ପଦ୍ଧତିକୁ ସ୍ବାଗତ

"ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପ୍ରଶଂସା କରି ଏହାକୁ ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ କହିଛି।

ଶକ୍ତି ସଙ୍କଟ ଓ ବିଶ୍ବସ୍ତରରେ ବିଭିନ୍ନ ପ୍ରକାର ଆହ୍ବାନ ଲାଗି ରହିଥିବା ସତ୍ତ୍ବେ ଭାରତୀୟ ଅର୍ଥନୀତି ଏହାର ଦ୍ରୁତ ଗତି ବଜାୟ ରଖିପାରିଥିବା ଏହି ଅନ୍ତର୍ଜାତୀୟ ସଂସ୍ଥା ଜଣାଇଛି।

ଚଳିତ ଆର୍ଥିକବର୍ଷ ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ୭.୮% ହୋଇଥିଲା।

ଏହି ଅଭିବୃଦ୍ଧି ଆଶାଠାରୁ ଅଧିକ ବୋଲି ଆଇଏମ୍‌ଏଫ୍‌ କହିଛି।

Advertisment Bank of India: ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସତର୍କତା ସଚେତନତା କାର୍ଯ୍ୟକ୍ରମ ଆଇଏମ୍‌ଏଫ୍‌ର ମୁଖପାତ୍ର ଜୁଲି କୋଜାକ୍‌ଙ୍କ ଅନୁଯାୟୀ, ଭାରତର ଏହି ଅଭିବୃଦ୍ଧିରେ ସେବା କ୍ଷେତ୍ରର ଦୃଢ଼ ପ୍ରଦର୍ଶନ ଓ ରପ୍ତାନି ବୃଦ୍ଧି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ବିଶ୍ୱ ବଜାରରେ ଶକ୍ତି ମୂଲ୍ୟ ବୃଦ୍ଧି ଭଳି ଆହ୍ବାନ ସତ୍ତ୍ବେ ଭାରତୀୟ ଅର୍ଥନୀତି ଏପର୍ଯ୍ୟନ୍ତ ଉଲ୍ଲେଖନୀୟ ଦୃଢ଼ତା ପ୍ରଦର୍ଶନ କରିଛି।

ଚଳିତ ବର୍ଷର ଏପ୍ରିଲ-ଜୁନ୍‌ ତ୍ରୈମାସିକରେ ୭.୮% ଅଭିବୃଦ୍ଧି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବ ଆକଳନ ୭%ଠାରୁ ମଧ୍ୟ ଅଧିକ।

୨୦୨୫-୨୬ର ଏହି ସମୟରେ ବାସ୍ତବ ଜିଡିପି ୭୫.୪୬ ଲକ୍ଷ କୋଟି ଟଙ୍କା ଥିଲା।

Bank of India: ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସତର୍କତା ସଚେତନତା କାର୍ଯ୍ୟକ୍ରମ ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ତାହା ୮୧.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଜିଡିପି ଆକଳନ ପଦ୍ଧତିରେ କରାଯାଇଥିବା ପରିବର୍ତ୍ତନ ପାଇଁ ବିଭିନ୍ନ ମହଲ ସରକାରଙ୍କୁ ସମାଲୋଚନା କରୁଛନ୍ତି।

କିନ୍ତୁ ଆଇଏମ୍‌ଏଫ୍‌ ସେଥିପାଇଁ ଭାରତକୁ ପ୍ରଶଂସା କରିଛି।

ନୂତନ ପଦ୍ଧତିକୁ ଏହା ସ୍ବାଗତ କରି କହିଛି, ନୂଆ ତଥ୍ୟ ଓ ଅଧିକ ସୂକ୍ଷ୍ମ ମୂଲ୍ୟ ସୂଚକ ବ୍ୟବହାର ଦ୍ୱାରା ଅର୍ଥନୀତିର ପ୍ରକୃତ ଚିତ୍ର ଆହୁରି ସଠିକ୍‌ ଭାବେ ଆକଳନ କରାଯାଇପାରିବ।

ଆଇଏମ୍‌ଏଫ୍‌ ଅକ୍ଟୋବରରେ ନିଜର ପରବର୍ତ୍ତୀ ବିଶ୍ୱ ଅର୍ଥନୈତିକ ଆକଳନ ପ୍ରକାଶ କରିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)