‘Illness’ Act Fails ଫ୍ଲପ୍‌ ହେଲା ଅସୁସ୍ଥ ନାଟକ, ଜେଲ୍‌ ଗଲେ ଲାଞ୍ଚୁଆ ଡିଏଲ୍‌ଓ

Sep 01, 2026 - 20:20
‘Illness’ Act Fails  ଫ୍ଲପ୍‌ ହେଲା ଅସୁସ୍ଥ ନାଟକ, ଜେଲ୍‌ ଗଲେ ଲାଞ୍ଚୁଆ ଡିଏଲ୍‌ଓ

"କେନ୍ଦୁଝର: ଠିକାଦାରଙ୍କ ଠାରୁ ଶ୍ରମିକ ନିୟୋଜନ ପ୍ରମାଣପତ୍ର ନିମନ୍ତେ ୨୦ହଜାର ଟଙ୍କା ଲାଞ୍ଚ ନେଇ ‌ଧରାପଡ଼ିଥିବା ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋୟୀ ଶେଷରେ ଜେଲ୍‌ ହାଜତ ଯାଇଛନ୍ତି।

ଜେଲ୍‌ ହାଜତକୁ ନଯିବା ପାଇଁ ଗତକାଲି ଶରୀର ଅସୁସ୍ଥର ଏକ ହାଇଭୋଲ୍‌ଟେଜ୍‌ ନାଟକ କରିଥିଲେ।

ଡାକ୍ତରୀ ପରୀକ୍ଷାରେ ଶରୀର ପୂର୍ଣ୍ଣ ସୁସ୍ଥ ଥିବା ଧରାପଡ଼ିବା ପରେ ଆଜି କୋର୍ଟରେ ହାଜର କରାଯାଇ ଜେଲ୍‌ ହାଜତକୁ ପଠାଯାଇଛି।

Advertisment Labour Officer Arrested ଠିକାଦାରଠୁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଶ୍ରମଅଧିକାରୀ ଗିରଫ ଲାଞ୍ଚ ନେଇ ଧରାପଡ଼ିବା ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଆଶଙ୍କାରେ ଭିଜିଲାନ୍ସ ଟିମ୍‌ ଲାଞ୍ଚୁଆ ଡିଏଲ୍‌ଓଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢ଼ାଉ କରିଥିଲା।

ନଗଦ ୭,୨୯,୨୦୦ ଟଙ୍କା ଏବଂ ୩୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଜବତ କରିଥିଲା।

ଏହାସହ ଅନେକ ଆପତ୍ତିଜନକ କାଗଜପତ୍ର ଜବତ କରିଥିଲା।

ତଦନ୍ତ ସରିବାପରେ ଗତକାଲି ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ ପୂର୍ବରୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୂଖ୍ୟ ଚିକି୍ସାଳୟକୁ ପଠାଇ ଥିଲା।

କିନ୍ତୁ ସେଠାରେ ଆରମ୍ଭ ହୋଇଥିଲା ଶ୍ରମ ଅଧିକାରୀଙ୍କ ଅସୁସ୍ଥ ଡ୍ରାମା।

Vigilance: ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ଘରୁ ନଗଦ ୭ ଲକ୍ଷ ୨୯ ହଜାର ଟଙ୍କା ଓ ୩୦୦ ଗ୍ରାମ୍ ସୁନା ଜବତ ହଠାତ୍‌ ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିବା କହି ବଡ଼ଜୋରରେ ଚିତ୍କାର କରିଥିଲେ।

ଡାକ୍ତର ଆବଶ୍ୟକ ପରୀକ୍ଷା କରିବା ସହ ନିରୀକ୍ଷଣରେ ରଖିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କଲେ।

ଅସୁସ୍ଥତା ସମ୍ପର୍କରେ ନିଶ୍ଚିତ ହେବାକୁ ଇସିଜି ଏବଂ ରକ୍ତ ପରୀକ୍ଷା କରାଯାଇଥିଲା।

ଏହିଭିତରେ ଡାକ୍ତର ଦେଇଥିବା ଇଞ୍ଜେସନ ଏବଂ ଔଷଧ ସେବନ କରିବାକୁ ମନା କରିଥିଲେ ଡିଏଲ୍‌ଓ।

ପରେ ସମସ୍ତ ପରୀକ୍ଷା ରିପୋର୍ଟରେ ଅଭିଯୁକ୍ତ ଡିଏଲ୍‌ଓ ସୁସ୍ଥ ଥିବା ସ୍ପଷ୍ଟ ହୋଇଥିଲା।

ଏହାପରେ ‌ତାଙ୍କୁ ଡାକ୍ତରଖାନାରୁ ଛୁଟି ଦିଆଯାଇଥିଲା।

Vigilance: ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ଘରୁ ନଗଦ ୭ ଲକ୍ଷ ୨୯ ହଜାର ଟଙ୍କା ଓ ୩୦୦ ଗ୍ରାମ୍ ସୁନା ଜବତ ଭିଜିଲାନ୍ସ ତାଙ୍କୁ ଧରି ଅଫିସକୁ ଫେରିବା ସହ ଲାଞ୍ଚୁଆବାବୁ କାଳେ କିଛି ବାହାନା କରି ପୁଣି ଛୁ ମାରିବେ ସେଥିପାଇଁ ରାତି ତମାମ ତାଙ୍କୁ ଜଗିବସିଥିଲେ ।

ଆଜି କୋର୍ଟ ଖୋଲିବା ପରେ ଭିଜିଲାନ୍ସ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା।

ଅଭିଯୁକ୍ତ ଡିଏଲ୍‌ଓଙ୍କ ଓକିଲ ତାଙ୍କର ଶରୀର ଅସୁସ୍ଥ ଥିବାରୁ ଜାମିନ ପାଇଁ ଆବେଦନ କରିଥିଲେବି ମାନ୍ୟବର ଜଜ୍ ଏହାକୁ ଖାରଜ କରି ୧୧ଦିନ ପାଇଁ ବିଚାବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)