Ebola: ଦିଲ୍ଲୀରେ ଇବୋଲା!: କ୍ୱାରେଣ୍ଟାଇନ୍‌ରେ ବିଏସଏଫ୍ ଯବାନ, ୧୦,୯୭୪ ଯାତ୍ରୀଙ୍କ ସ୍କ୍ରିନିଂ

Aug 01, 2026 - 09:59
Ebola: ଦିଲ୍ଲୀରେ ଇବୋଲା!: କ୍ୱାରେଣ୍ଟାଇନ୍‌ରେ ବିଏସଏଫ୍ ଯବାନ, ୧୦,୯୭୪ ଯାତ୍ରୀଙ୍କ ସ୍କ୍ରିନିଂ

"ନୂଆଦିଲ୍ଲୀ: ସାରା ବିଶ୍ୱରେ ଇବୋଲା ଭାଇରସର ସଙ୍କଟ ମଧ୍ୟରେ ଭାରତରେ ଇବୋଲାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି।

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ଡିଆରସି)ରୁ ଫେରିଥିବା ଜଣେ ୫୨ ବର୍ଷୀୟ ସୀମା ସୁରକ୍ଷା ବାହିନୀ (ବିଏସଏଫ୍)ସୈନିକଙ୍କଠାରେ ଇବୋଲା ଲକ୍ଷଣ ପ୍ରକାଶ ପାଇଛି।

ତାଙ୍କୁ ଚିକିତ୍ସା ଲାଗି ଦିଲ୍ଲୀର ରାମ ମନୋହର ଲୋହିଆ(ଆରଏମଏଲ) ହସ୍ପିଟାଲରେ ଭର୍ତ୍ତି କରାଯାଇ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ସରକାର ସତର୍କ ମୋଡ୍‌ରେ ଅଛନ୍ତି।

ସନ୍ଦିଗ୍ଧ ବିଏସଏଫ୍ ଯବାନ ଏକ ମିଳିତ ଜାତିସଂଘ (ୟୁଏନ) ଶାନ୍ତିରକ୍ଷା ମିଶନରେ ଥିଲେ।

ସେ ୧୧ ଜୁଲାଇରେ କଙ୍ଗୋରୁ ଭାରତ ଫେରି ଆସିଥିଲେ।

ନିୟମ ଅନୁଯାୟୀ, ସୈନିକଙ୍କୁ ଇବୋଲା ପ୍ରଭାବିତ ଅଞ୍ଚଳରୁ ଆସିଥିବା ଯୋଗୁଁ ୨୧ ଦିନ ପାଇଁ ବିମାନବନ୍ଦର ସ୍ୱାସ୍ଥ୍ୟ ସଂଗଠନ (ଏପିଏଚଓ)ରେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ କରାଯାଇଥିଲା।

କ୍ୱାରେଣ୍ଟାଇନ୍ ଅବଧିର ୨୦ ତାରିଖ ସନ୍ଧ୍ୟାରେ, ତାଙ୍କଠାରେ ହଠାତ୍ ଅତ୍ୟଧିକ ଜ୍ୱର ଏବଂ ଶରୀର ଯନ୍ତ୍ରଣା ଲକ୍ଷଣ ପ୍ରକାଶ ପାଇଥିଲା।

ଏନେଇ ଯବାନ ଅଭିଯୋଗ କରିଥିଲେ।

ଏହାକୁ ଇବୋଲା ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ଭାବରେ ବିବେଚନା କରାଯାଇ କଠୋର ପ୍ରୋଟୋକଲ ଅନୁସାରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଯବାନଙ୍କ ରକ୍ତ ନମୁନାଗୁଡ଼ିକୁ ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(ଏନଆଇଭି)କୁ ପରୀକ୍ଷା ପାଇଁ ପଠାଯାଇଛି।

ରିପୋର୍ଟକୁ ଅପେକ୍ଷା କରାଯାଇଛି।Advertisment ଯାତ୍ରୀମାନଙ୍କ ଉପରେ କଡ଼ା ନଜର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ବୁଣ୍ଡିବୁଗୟୋ ଇବୋଲା ପ୍ରକୋପକୁ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ଘୋଷଣା କରିବା ପରଠାରୁ ଭାରତ ସରକାର ସତର୍କତା ଅବଲମ୍ବନ କରୁଛନ୍ତି।

ଶୁକ୍ରବାର, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.

ନଡ୍ଡା ସଂସଦକୁ ସୂଚନା ଦେଇଛନ୍ତି ଯେ, ମେ" ୨୩ ତାରିଖ ପରଠାରୁ ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଭାରତରେ ଆସୁଥିବା ୧୦,୯୭୪ ଜଣ ଆନ୍ତର୍ଜାତୀୟ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଇଛି।

କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନ ଭଳି ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି।

ଭାରତ ସରକାର ଏକ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇ ନାହାନ୍ତି, କିନ୍ତୁ ଏୟାର ସୁବିଧା ୨.୦ ପୋର୍ଟାଲ ଏବଂ ସ୍ୱୟଂ-ଘୋଷଣା ଫର୍ମରେ ଗତ ୨୧ ଦିନ ମଧ୍ୟରେ ଏହି ଦେଶଗୁଡ଼ିକ ପରିଦର୍ଶନ କରି ଫେରିଥିବା ସମସ୍ତ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି।

ବିମାନବନ୍ଦରଗୁଡ଼ିକରେ ସ୍କ୍ରିନିଂରେ ମୁମ୍ବାଇ ବିମାନବନ୍ଦର ସବୁଠାରୁ ଆଗରେ ଅଛି, ଏପର୍ଯ୍ୟନ୍ତ ୭,୫୬୮ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଇଛି।

ସେହିପରି ଦିଲ୍ଲୀରେ ୧,୮୩୩ , ହାଇଦ୍ରାବାଦରେ ୫୩୨, ଚେନ୍ନାଇରେ ୨୧୦, ବେଙ୍ଗାଲୁରୁରେ ୨୦୫ ଏବଂ ଅହମଦାବାଦରେ ୨୦୦ ଯାତ୍ରୀଙ୍କର ସ୍କ୍ରିନିଂ ହୋଇଛି।

ଇବୋଲାର ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଆଇସିଏମଆର୍ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ମିଳିତ ଭାବରେ ଏକ କଡ଼ା ରଣନୀତି ବିକଶିତ କରିଛି।

ଦେଶବ୍ୟାପୀ ହସ୍ପିଟାଲଗୁଡ଼ିକରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ସୃଷ୍ଟି କରାଯାଇଛି।

Russia Ukraine War: କିଭ୍ ଉପରେ ରାତିସାରା ବୋମା ମାଡ଼ କଲା ରୁଷ: ଆକ୍ରମଣରେ ୩ ମୃତ, ୧୨ରୁ ଅଧିକ ଆହତ ପ୍ରମୁଖ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡ଼ିକରେ ଅତିରିକ୍ତ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏନସିଡିସିର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅପରେସନ୍ସ ସେଣ୍ଟର ସପ୍ତାହ ସାରା ୨୪ ଘଣ୍ଟା କାର୍ଯ୍ୟ କରୁଛି।

ଯେକୌଣସି ସନ୍ଦିଗ୍ଧ ମାମଲାକୁ ତୁରନ୍ତ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ଦେଶର ବିଭିନ୍ନ ହସ୍ପିଟାଲଗୁଡ଼ିକରେ ମକ୍ ଡ୍ରିଲ୍ ମଧ୍ୟ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।