Flood: ଦଶରଥପୁରରେ ଅବସ୍ଥା ସୁଧିରିନି: ଏବେ ବି ୧୯ ପଞ୍ଚାୟତର ୫୯ ଗାଁର ୮୦ ହଜାର ଲୋକ ଜଳବନ୍ଦୀ
"ଦଶରଥପୁର: ୧୦୦ ବର୍ଷର ରେକର୍ଡ ଭାଙ୍ଗି ଦଶରଥପୁର ବ୍ଲକର ଚଳିତ ବନ୍ୟା।
ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକଟି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।
ଚଳିତ ଥର ବୈତରଣୀ ନଦୀ ଜୟନ୍ତରା ମହାପାତ୍ରସାହି ଘେରି ବନ୍ଧ ଘାଇ, କାଣୀ ନଦୀର ତରପଦା ପଞ୍ଚାୟତ ଡୋଭାଵିଲ, ପାଟଣା ଠାରେ ଦୁଇଟି ଘାଇ ଏବଂ କଣ୍ଟପଡା ଠାରେ ପ୍ରଥମ ବନ୍ୟାରେ ହୋଇଥିବା ମୁକୁଳା ଘାଇ ହୋଇଛି।
ଏହି ଘାଇ ବାଟ ଦେଇ ବନ୍ୟା ଜଳ ନିଷ୍କାସନ ହୋଇ ବ୍ଲକର ୧୯ ପଞ୍ଚାୟତର ୫୯ ରାଜସ୍ବ ଗ୍ରାମର ବନ୍ୟା ପ୍ରଭାବିତ ହୋଇଛି।
୮୭ ହଜାର ୮୧୪ ଜଣ ବନ୍ୟା ପ୍ରଭାବିତ ହୋଇଥିବାବେଳେ ପାଣି ଘେରରୁ ଉଦ୍ଧାର କରାଯାଇଥିଲା ୩୭ ହଜାର ୭୯୪ ଜଣ।
ଏମାନଙ୍କୁ ବ୍ଲକ ପକ୍ଷରୁ ୪ ଦିନ ହେବ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଆଶ୍ରୟ ସ୍ଥଳୀଗୁଡିକରେ ପ୍ରଦାନ କରାଯାଉଛି।Advertisment Elephant Attack: ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ, ଦନ୍ତା ଆକ୍ରମଣରେ ୨ ମୃତ ଅନ୍ୟପକ୍ଷରେ ଚୁଡା ୨୨୦ କ୍ଇଣ୍ଟାଲ୍, ଗୁଡ ୨୨ କ୍ଇଣ୍ଟାଲ, ପାଣି ବୋତଲ ୧୫ ହଜାର , ଗୋ ଖାଦ୍ୟ ୩୦ ମେଟ୍ରିକ ଟନ, ୭ ଟି ପଞ୍ଚାୟତକୁ ୨୮୩୦ ପାଲ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି।
ବନ୍ୟାର ତୃତୀୟ ଦିନରେ ତରପଦା, କସପା, ମଲିକାପୁର, ଶୁଶୁଆ, ମଙ୍ଗଳପୁର, କନିକାପଡା, ଛଚିଣା, କଟିକଟା, ଜୟନ୍ତରା, ନିଜାମପୁର, କୟାଁ, କମାରଡ଼ିହ, ଖାନନଗର, ଥାଳକୁଡି, ପାଲଟପୁର, ଜାଫରପୁର, ବିରିପଟା, ଦତ୍ତପୁର, ଦୁଦୁରାଅଣ୍ଟା ଆଦି ପଞ୍ଚାୟତର ଶତାଧିକ ଗାଁ ମଝିରେ ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି।
ମଲିକାପୁର ପଞ୍ଚାୟତ ମହାନ୍ତିପାଟଣା ଏବଂ ବଣିଆପାଟଣା, ତରପଦା ପଞ୍ଚାୟତର ୧ ଏବଂ ୨ ନମ୍ବର ୱାର୍ଡ଼କୁ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ପହଂଚି ନଥିବା ବନ୍ୟା ବିପନ୍ନମାନେ ଅଭିଯୋଗ ଆଣିଛନ୍ତି।
କାଟିଆ - ବୈଷପନରାସ୍ତା, ଅହିୟାସ - ତରପଡା ରାସ୍ତା, ବଉଳାଙ୍ଗ - ମଲିକାପୁର ରାସ୍ତା, ପରିପଦା - ଦତ୍ତପୁର, ବୈଷପନ - ଅର୍ଦ୍ଧାଉଳିଆ, ଲାଲବାଗ - ନିଜାମପୁର, ଲକ୍ଷ୍ମୀପୁର - ଗୁଣ୍ଠୁଣିପଡା, ମଙ୍ଗଳପୁର - ମହାନ୍ତିପାଟଣା, ମୁଖ୍ୟ ରାସ୍ତା ସମେତ ଏକାଧିକ ଗ୍ରାମ୍ୟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ଯୋଗାଯୋଗ ହେବା ସମ୍ଭବ ହେଉନାହିଁ।
ବନ୍ୟା ଆସିବାରୁ ଶତାଧିକ କଚା ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।
ଲଗାଣ ବର୍ଷା ଏବଂ ବନ୍ୟାରେ ବ୍ଲକର ପ୍ରାୟ ୫ ହଜାର ହେକ୍ଟର ଚାଷ ଜମିରେ ୬ ଦିନ ହେବ ପାଣି ବୁଡି ରହିଥିବାରୁ ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି।
ବ୍ଲକର ବିପନ୍ନମନକୁ ସମସ୍ତ ପ୍ରକାଶ ସହାୟତା ଯୋଗାଇଦିଆଯାଉଥିବା ଦଶରଥପୁର ବ୍ଲକ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଏବଂ ବିଡ଼ିଓ ଆକାଶ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବଡ଼ ସମସ୍ୟା ହେଉଛି ପାନୀୟ ଜଳ ସବୁଠୁ ବଡ଼ ସମସ୍ୟା ହେଉଛି ପାନୀୟ ଜଳ, ସମଗ୍ର ଅଂଚଳ ପାଣିରେ ବୁଡ଼ି ରହିଥିବାରୁ ପିଇବା ପାଣି ସାଜିଛି ବଡ଼ ସମସ୍ୟା।
ବନ୍ୟାରେ ନଳକୂପ, ପାଣି ଟ୍ୟାପ ବୁଡ଼ି ରହିବାରୁ ଲୋକେ ପାଣି ପିଇବା ସମ୍ଭବ ହେଉନି।
ପ୍ରଶାସନ ଦିନକୁ ଗୋଟିଏ ପରିବାରକୁ ୧ ଲିଟର ପାଣି ଦେଉଛଣି।
ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଥରେ ଲେଖାଏଁ ଦେଉଛନ୍ତି।
ଯାହାକି ସମୁଦ୍ରକୁ ଶଙ୍ଖେ ବୋଲି ଦୁଦୁରା ଅଣ୍ଟା ଏବଂ ମଲିକାପୁର, ତରପଦା, କସପା ଭଳି ବନ୍ୟା ବିପନ୍ନମାନେ ଅଭିଯୋଗ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।