ICICI: ମହିଳାଙ୍କ ପାଇଁ ‘ଆଇସିଆଇସିଆଇ ପ୍ରୁ ଆଇପ୍ରୋଟେକ୍ଟ ସ୍ମାର୍ଟ ହର୍
"ଭୁବନେଶ୍ବର: ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ମହିଳାମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଟର୍ମ ପ୍ଲାନ୍ "ଆଇସିଆଇସିଆଇ ପ୍ରୁ ଆଇପ୍ରୋଟେକ୍ଟ ସ୍ମାର୍ଟ ହର୍" ଉନ୍ମୋଚନ କରାଯାଇଛି।
ଏଥିରେ ଜୀବନ ବୀମା ସହିତ ସ୍ୱାସ୍ଥ୍ୟ ଓ ୱେଲନେସ୍ ଲାଭ ମଧ୍ୟ ରହିଛି।
ଏଥିରେ ମହିଳାମାନଙ୍କ ପାଇଁ ଆଜୀବନ ୧୫% ପ୍ରିମିୟମ୍ ରିହାତିର ସୁବିଧା ରହିଛି।
ଅଧିକ ଆର୍ଥିକ ନମନୀୟତା ପ୍ରଦାନ କରିବା ପାଇଁ ଗର୍ଭାବସ୍ଥା ସମୟରେ ପ୍ରିମିୟମ୍ ବିରତି ସୁବିଧା ମିଳିବ।
୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଅତିରିକ୍ତ ମହିଳା କୈନ୍ଦ୍ରିକ ସ୍ୱାସ୍ଥ୍ୟ ପରିଚାଳନା ସେବା ଓ ୱେଲନେସ୍ ଲାଭ ମଧ୍ୟ ମିଳିବ।Advertisment ଆହୁରି ପଢନ୍ତୁ :Beaten to Death ଜମିଜମା ବିବାଦରୁ ଧାନ ବିଲରେ ପିଟିପିଟି ମାରିଦେଲେ ଏହା ୧୦ ବର୍ଷ ପର୍ଯ୍ୟନ୍ତ କ୍ରମବର୍ଦ୍ଧିଷ୍ଣୁ ଆୟ ବିକଳ୍ପ ମାଧ୍ୟମରେ ପିଲାଙ୍କ ଶିକ୍ଷାର ଯତ୍ନ ଓ ସୁରକ୍ଷା ମଧ୍ୟ ଯୋଗାଇଦେବ।
ଏ ସମ୍ପର୍କରେ କମ୍ପାନିର ଚିଫ୍ ପ୍ରଡକ୍ଟ ଅଫିସର୍ ବିକାଶ ଗୁପ୍ତା କହିଛନ୍ତି, ଆଇସିଆଇସିଆଇ ପ୍ରୁ ଆଇପ୍ରୋଟେକ୍ଟ ସ୍ମାର୍ଟ ହର୍ ମହିଳାମାନଙ୍କ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଓ ୱେଲନେସ୍ ଆବଶ୍ୟକତାକୁ ପୂରଣ କରିବା ସହିତ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ପାଇଁ ପ୍ରସ୍ତୁତ କରାଯାଇଛି।
ଆମେ ଏପରି ଏକ ସମାଧାନ ପ୍ରଦାନ କରୁଛୁ ଯାହା ମହିଳାମାନଙ୍କୁ ସେମାନଙ୍କର ଆର୍ଥିକଭବିଷ୍ୟତ ଓ ସମଗ୍ର କଲ୍ୟାଣକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
