06 JULY 2026

Welcome!

Unlock your personalized experience.
Sign Up

Agniveer latest news : ଅଗ୍ନିବୀରଙ୍କ ପାଇଁ ଖୁସି ଖବର, ୨୫% ରୁ ଅଧିକ ଯବାନ ହୋଇପାରନ୍ତି ପରମାନେଣ୍ଟ

Jul 06, 2026 - 10:33
Agniveer latest news : ଅଗ୍ନିବୀରଙ୍କ ପାଇଁ ଖୁସି ଖବର, ୨୫% ରୁ ଅଧିକ ଯବାନ ହୋଇପାରନ୍ତି ପରମାନେଣ୍ଟ

ନୂଆଦିଲ୍ଲୀ, ୬/୭ : ଅଗ୍ନିବୀରଙ୍କ ପାଇଁ ଖୁସି ଖବର। ତିନି ସେନା ୪ ବର୍ଷ ପାଇଁ ଆବଶ୍ୟକ ୨୫ ପ୍ରତିଶତରୁ ଅଧିକ ସୈନିକ ରଖିବା ପାଇଁ ପ୍ରସ୍ତାବ ପଠାଇଛନ୍ତି। ଏହି ପ୍ରସ୍ତାବରେ ନୌସେନା ସର୍ବାଧିକ ସଂଖ୍ୟକ ସୈନିକ ରଖିବାକୁ ଅନୁରୋଧ କରିଛି। ସେହିପରି ସ୍ଥଳସେନା ଏବଂ ବାୟୁସେନା ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। 

ଅଗ୍ନିପଥ ଯୋଜନାର ଆରମ୍ଭରେ ଧାର୍ଯ୍ୟ ହୋଇଥିଲା ଯେ, ୪ ବର୍ଷ ସର୍ଭିସ ପରେ ମେରିଟ୍ ଆଧାରରେ ୨୫ ପ୍ରତିଶତ ଯବାନଙ୍କ ସେବା ଜାରି ରଖିବା ନେଇ ନିଷ୍ପତ୍ତି ନିଆଯିବ। ପ୍ରଥମେ ସମସ୍ତ ଅଗ୍ନିବୀରଙ୍କୁ ସେବାରୁ ମୁକ୍ତ କରାଯିବ ଏବଂ ସଶସ୍ତ୍ର ବାହିନୀରେ ସେବା ଦେବାକୁ ଇଚ୍ଛା ରଖୁଥିବା ଅଗ୍ନିବୀରଙ୍କୁ ପୁଣି ଥରେ ସାମିଲ କରାଯିବ। ମେରିଟ୍ ଆଧାରରେ ଏହି ଚୟନ ପ୍ରକ୍ରିୟା ହେବ। ହେଲେ ଏବେ ୨୫ ପ୍ରତିଶତରୁ ଅଧିକ ଯବାନ ନିୟମିତ ହେବାର ସମ୍ଭାବନା ରହିଛି। ମିଲିଟାରୀ ଅଫେୟାର୍ସ ଡିପାର୍ଟମେଣ୍ଟରେ ଏନେଇ ଚର୍ଚ୍ଚା ହେଉଛି। 

ରିପୋର୍ଟ ଅନୁସାରେ ନୌସେନା ସବୁଠୁ ଅଧିକ ଅଗ୍ନିବୀରଙ୍କୁ ନିୟମିତ କରିବାକୁ ଅନୁମତି ମାଗିଛି। ୨୫ ରୁ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ନିୟମିତ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ସ୍ଥଳ ଓ ବାୟୁସେନାରେ ୫୦ ପ୍ରତିଶତ ଯବାନଙ୍କୁ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଏହି ଦାବି ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତଥାପି ୨୫ ପ୍ରତିଶତ କୋଟା ବୃଦ୍ଧି ହେବ ବୋଲି ଚର୍ଚ୍ଚା ହେଉଛି।ସୂଚନା ଥାଉକି, ଗତ ବର୍ଷ ସେନାରେ ପ୍ରାୟ ୭୦ ହଜାର ଅଗ୍ନିବୀର ସାମିଲ ହୋଇଛନ୍ତି। ଆସନ୍ତା ବର୍ଷ ପ୍ରାୟ ୯୦ ହଜାର ପୋଷ୍ଟ ବାହାରିବ ବୋଲି ଅନୁମାନ କରାଯାଉଛି। ଯଦି ଯବାନଙ୍କ ସଂଖ୍ୟା ବଢେ ତାହେଲେ ସେନାରେ ପ୍ରାୟ ୧.୮ ଲକ୍ଷ ସୈନିକଙ୍କ ଆବଶ୍ୟକତା ପୂରଣ ହୋଇପାରିବ। 

ଆହୁରି ପଢନ୍ତୁ- India Passport Ranking : ବିଶ୍ୱର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ଆସିଲା ନୂଆ ରାଙ୍କିଂ ; ଜାଣନ୍ତୁ, ଭାରତର ସ୍ଥାନ କେତେ ନମ୍ୱରରେ

କେନ୍ଦୁଝରରେ ଏନ୍‌କାଉଣ୍ଟର ; ମହମ୍ମଦ ନାଫିସ ଆହତ