ICC: ଆଇସିସି ପ୍ରସ୍ତୁତ କରୁଛି ଖସଡ଼ା: ମାତୃତ୍ବ ପରେ ଭଲରେ ଫେରିପାରିବେ କ୍ରିକେଟ୍ର
"ନୂଆଦିଲ୍ଲୀ: ମାତୃତ୍ବ ପରେ ଖେଳ ପଡ଼ିଆକୁ ଫେରିବା ପ୍ରତିଟି ମହିଳା କ୍ରୀଡ଼ାବିତ୍ ପାଇଁ ଅନେକ ଆହ୍ବାନ ଆଣିଥାଏ।
ତେବେ ମହିଳା କ୍ରିକେଟର୍ଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଖୁବ୍ ଶୀଘ୍ର ଏକ ଖସଡ଼ା ପ୍ରସ୍ତୁତ କରିବାକୁ ଯାଉଛି।
ପ୍ରସବ ପରବର୍ତ୍ତୀ ପୁନଃଥଇଥାନ, ବ୍ୟବସ୍ଥିତ ତାଲିମ, ପ୍ରତ୍ୟାବର୍ତ୍ତନ ପୂର୍ବରୁ ୧୬ ସପ୍ତାହ ବିଶିଷ୍ଟ ବ୍ୟବଧାନକୁ ନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଯାଉଛି ଆଇସିସି।
ଡାକ୍ତରୀ ସମୀକ୍ଷା, ମନସ୍ତାତ୍ତ୍ବିକ ସମର୍ଥନ, ଆବଶ୍ୟକ ତାଲିମ ଏବଂ ଏହାର ପରିଚାଳନା ଆଦିକୁ ନଜରରେ ରଖି ଆଇସିସି ଏକ ବିସ୍ତୁତ ଖସଡ଼ା ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି।Advertisment ଆହୁରି ପଢନ୍ତୁ: Ukraine: ଡୋନ୍ବାସ୍ ଦଖଲ ପାଇଁ ରୁଷ୍ର ନଜର କୋସ୍ତ୍ୟାନ୍ତିନିବକା ଉପରେ, ୟୁକ୍ରେନ୍ ପାଇଁ ବଢ଼ୁଛି ସଙ୍କଟ ଜଣେ ସମର୍ପିତ "କେସ୍ ମ୍ୟାନେଜର" ନିଯୁକ୍ତ ହେବେ ଯିଏ ପ୍ରସବ ପରବର୍ତ୍ତୀ ମହିଳା କ୍ରିକେଟରଙ୍କ ପ୍ରତ୍ୟାବର୍ତ୍ତନକୁ ପରିଚାଳନା କରିବେ।
କେସ୍ ମ୍ୟାନେଜର ଜଣଙ୍କ ଡାକ୍ତର କିମ୍ବା ଫିଜିଓଥେରାପିଷ୍ଟ ହୋଇଥିବେ ବୋଲି କୁହାଯାଇଛି।
ଯେଭଳି କୌଣସି ଖେଳାଳି ମାତୃତ୍ବ ଓ ଦେଶର ପ୍ରତିନିଧିତ୍ବ କରିବା ମଧ୍ୟରୁ ଗୋଟିଏକୁ ପସନ୍ଦ କରିବା ସ୍ଥିତିକୁ ନଯିବେ ସେଥି ପାଇଁ ଯୋଜନା ହେବ ବୋଲି ଆଇସିସି ଅଧ୍ୟକ୍ଷ ଜୟ ସାହା ପ୍ରକାଶ କରିଛନ୍ତି।
ଖେଳାଳିଙ୍କୁ "ବ୍ୟବହାରିକ, ଶାରୀରିକ ଓ ମନସ୍ତାତ୍ତ୍ବିକ" ସମର୍ଥନ ସହିତ ସେମାନଙ୍କ ସ୍ଥାନୀୟ ନିୟମାବଳୀ ଭିତରେ ସେମାନଙ୍କ କଲ୍ୟାଣକୁ ଅଗ୍ରାଧିକାର ଦିଆଯିବ ବୋଲି ସାହ ପ୍ରକାଶ କରିଛନ୍ତି।
ଭାରତର ଶ୍ରମ ଆଇନ ଆନୁସାରେ ଜଣେ ମହିଳାଙ୍କୁ ମାତୃତ୍ବ ପାଇଁ ୬ ମାସର ବେତନସଂଯୁକ୍ତ ଛୁଟି ପ୍ରଦାନ କରାଯାଇଥାଏ।
ଆଫି ଫ୍ଲେଚର୍ ଉଦାହରଣମାତୃତ୍ବ ଲାଭ ପରେ କ୍ରିକେଟ୍ ପଡ଼ିଆକୁ ଫେରିଥିବା କ୍ରିକେଟର୍ଙ୍କ ମଧ୍ୟରେ ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ୱେଷ୍ଟଇଣ୍ଡିଜ୍ର ଆଫି ଫ୍ଲେଚର।
୨୦୨୧ ମସିହାରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଖେଳୁଛନ୍ତି।
ଗର୍ଭବତୀ ହେଉଥିବା ମହିଳା କ୍ରିକେଟରଙ୍କ ପାଇଁ ଆଇସିସିର ଏହି ଯୋଜନାକୁ ସେ ସ୍ବାଗତ କରିଛନ୍ତି।
ପରିବାରକୁ ଦେଖିବା ସହ ପ୍ରତ୍ୟାବର୍ତନ ପାଇଁ ଏହା ସୁଯୋଗ ଦେବ ବୋଲି ଫ୍ଲେଚର କହିଛନ୍ତି।
ମା" ହେବା ପରେ କ୍ରିକେଟ୍କୁ ଫେରିବା ସମ୍ପର୍କରେ ଫ୍ଲେଚର କହିଥିଲେ "ଶାରୀରିକ ଭାବେ ଏହା ଆହ୍ବାନ ତ ଆଣିଥାଏ, କିନ୍ତୁ ଏହାଠାରୁ ଅଧିକ ସଂଘର୍ଷ ଥିଲା ପିଲା ସମୟ ସମୟ କାଟିବା ଏବଂ ମୂଲ୍ୟବାନ ସମୟସବୁକୁ ଧରି ରଖିବା"।
ପ୍ରତି ଖେଳାଳିର ଜୀବନ ଯାତ୍ରା ଭିନ୍ନ, ସୁସ୍ଥ ରହିବା ଏବଂ ପ୍ରକ୍ରିୟାରେ ବିଶ୍ବାସ ରଖିବା ପାଇଁ ଆପଣଙ୍କୁ ଦୃଢ଼ମନା ହେବାକୁ ପଡ଼ିବ" ଫ୍ଲେଚର୍ କହିଛନ୍ତି।
ସୂଚନାଯୋଗ୍ୟ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଖେଳୁଥିବା ୩୯ ବର୍ଷୀୟା ଦ୍ରୁତ ବୋଲର ଫ୍ଲେଚର ଦେଶ ପାଇଁ ୯୫ ଦିନିକିଆ ଏବଂ ୧୧୧ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳି ଯଥାକ୍ରମେ ୧୧୯ ଓ ୧୦୫ ୱିକେଟ୍ ନେଇଛନ୍ତି।"