IAS officer: ପଦ ଛାଡ଼ିବାର ୮ ଦିନ ପରେ ଟିକେଟ୍ ପାଇଲେ ପୂର୍ବତନ ଆଇଏଏସ୍‌

Sep 11, 2026 - 21:54
IAS officer: ପଦ ଛାଡ଼ିବାର ୮ ଦିନ ପରେ ଟିକେଟ୍ ପାଇଲେ ପୂର୍ବତନ ଆଇଏଏସ୍‌

"ଗୁଆହାଟୀ: ଆସାମର ନଗାଓଁ ଲୋକସଭା ଆସନ ଉପନିର୍ବାଚନ ପାଇଁ ପୂର୍ବତନ ଆଇଏଏସ୍‌ ଅଧିକାରୀ ଦେବାଶିଷ ଶର୍ମାଙ୍କୁ ପ୍ରାର୍ଥୀ କରିଛି ବିଜେପି।

ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଶୁକ୍ରବାର ତାଙ୍କ ନାମକୁ ଅନୁମୋଦନ କରିଛି।

ନଗାଓଁ ଲୋକସଭା ଆସନ ପାଇଁ ଅକ୍ଟୋବର ୬ରେ ଭୋଟ୍‌ ଗ୍ରହଣ ହେବ ଏବଂ ଅକ୍ଟୋବର ୯ରେ ଭୋଟ୍‌ ଗଣତି ହେବ।Advertisment ଆହୁରି ପଢନ୍ତୁ :Bhadrak road accident ପୃଥକ ଦୁର୍ଘଟଣାରେ, ଜଣେ ମୃତ, ୪ ଗୁରୁତର ଶର୍ମା ନଗାଓଁର ଜିଲ୍ଲା କମିସନର ଭାବେ କାର୍ଯ୍ୟ କରୁଥିଲେ।

ସେ ସେପ୍ଟେମ୍ବର ୩ରେ ସରକାରୀ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ।

ଏହାର ପାଞ୍ଚ ଦିନ ପରେ, ସେପ୍ଟେମ୍ବର ୮ରେ ଗୁଆହାଟୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇଥିଲେ।

ତାଙ୍କ ସହ ସାମ୍ବାଦିକ ଲେନିନ ସୌରଭ ବୋରା ଓ ଗୁଞ୍ଜନ କଲିତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ।ଦଳରେ ଯୋଗଦେବାର ମାତ୍ର ୩ ଦିନ ପରେ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି।

ନଗାଓଁ ଲୋକସଭା ଆସନରୁ ୨୦୨୪ରେ କଂଗ୍ରେସ ଟିକେଟ୍‌ରେ ପ୍ରଦ୍ୟୁତ ବରଦୋଲୋଇ ବିଜୟୀ ହୋଇଥିଲେ।

ପରେ ସେ ବିଜେପିରେ ଯୋଗ ଦେଇ ନିକଟରେ ହୋଇଥିବା ଆସାମ ବିଧାନସଭା ନିର୍ବାଚନରେ ଦିସପୁର ଆସନରୁ ବିଜୟୀ ହୋଇଥିଲେ।

ଏହାପରେ ନଗାଓଁ ଲୋକସଭା ଆସନ ଖାଲି ହୋଇଥିଲା।

ଆହୁରି ପଢନ୍ତୁ :Anti-liquor protest ପୂଜାସ୍ଥଳ ନିକଟରେ ନୂତନ ମଦ ଦୋକାନକୁ ବିରୋଧ, ତାଲା ପକାଇଲେ ମହିଳା ଏପଟେ ଶର୍ମା ଜିଲ୍ଲା କମିସନର ଥିବା ସମୟରେ ନିଆଯାଇଥିବା ନିର୍ବାଚନ ସମ୍ପର୍କିତ ନିଷ୍ପତ୍ତି, ନିର୍ଦ୍ଦେଶ ଓ ପଦକ୍ଷେପର ସମୀକ୍ଷା ଦାବି କରି କଂଗ୍ରେସ ସାଂସଦ ରକିବୁଲ ହୁସେନ ସେପ୍ଟେମ୍ବର ୪ରେ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗକରିଥିଲେ।

ଶର୍ମାଙ୍କ ରାଜନୈତିକ ନିରପେକ୍ଷତା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)