BRICS Summit 2026: ପୁଟିନଙ୍କ ପାଇଁ ଆଇଟିସି ମୌର୍ଯ୍ୟର ସ୍ୱତନ୍ତ୍ର ଚକୋଲେଟ୍‌ ଥାଳି

Sep 11, 2026 - 21:54
BRICS Summit 2026: ପୁଟିନଙ୍କ ପାଇଁ ଆଇଟିସି ମୌର୍ଯ୍ୟର ସ୍ୱତନ୍ତ୍ର ଚକୋଲେଟ୍‌ ଥାଳି

"ନୂଆଦିଲ୍ଲୀ: ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।

ଭାରତ ମଣ୍ଡପମ୍‌ରେ ସେପ୍ଟେମ୍ବର ୧୨ ଓ ୧୩ରେ ହେବାକୁ ଥିବା ଏହି ସମ୍ମିଳନୀରେ ବ୍ରିକ୍ସର ୧୧ ସଦସ୍ୟ ଦେଶ ଓ ୧୦ ସହଯୋଗୀ ଦେଶର ପ୍ରତିନିଧି ଯୋଗଦେବେ।

ଏହି ଗସ୍ତ ସମୟରେ ପୁଟିନ ଦିଲ୍ଲୀର ଆଇଟିସି ମୌର୍ଯ୍ୟରେ ରହିବେ।Advertisment ପୁଟିନଙ୍କୁ ଭାରତୀୟ ଆତିଥ୍ୟର ସ୍ୱତନ୍ତ୍ର ଅନୁଭୂତି ଦେବା ପାଇଁ ଆଇଟିସି ମୌର୍ଯ୍ୟ ପକ୍ଷରୁ ଏକ ବିଶେଷ ଚକୋଲେଟ୍‌ ଥାଳି ପ୍ରସ୍ତୁତ କରାଯାଇଛି।

ଏଥିରେ ବିଭିନ୍ନ ପ୍ରକାର ଚକୋଲେଟ୍‌ ରହିଛି, ଯେଉଁଥିରେ ଭାରତର ବିଭିନ୍ନ ଐତିହ୍ୟ ଓ ପରମ୍ପରାକୁ ଉପସ୍ଥାପନ କରାଯାଇଛି।

ଚକୋଲେଟ୍‌ ସହ ଭାରତୀୟ ପାରମ୍ପରିକ ମିଠା ମଧ୍ୟ ଏହି ଥାଳିରେ ସ୍ଥାନ ପାଇଛି।

୮୦୦ ଦିନରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଶେଷ ହେବ!

ୟୁକ୍ରେନ ଉପରେ ଭ୍ଲାଦିମିର ପୁଟିନଙ୍କ ବଡ ବିବୃତ୍ତି ବିଶେଷ ଥାଳିର ଆଉ ଏକ ଆକର୍ଷଣ ହେଉଛି ଭାରତୀୟ ମସଲାରୁ ପ୍ରେରିତ ଚକୋଲେଟ୍‌ ବନ୍‌ବନ୍‌।

ଏଥିରେ ଗୁଜୁରାତି, କେଶର, ଗୋଲାପ, ଅଦା ଓ ପାନମଧୁରି ଭଳି ସ୍ୱାଦ ବ୍ୟବହାର କରାଯାଇଛି।

ଏହା ମାଧ୍ୟମରେ ଭାରତୀୟ ସ୍ୱାଦ ଓ ଆତିଥ୍ୟକୁ ଚକୋଲେଟ୍‌ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି।

କେବଳ ଆଇଟିସି ମୌର୍ଯ୍ୟ ନୁହେଁ, ବ୍ରିକ୍ସ ସମ୍ମିଳନୀ ପାଇଁ ଦିଲ୍ଲୀର ଅନ୍ୟାନ୍ୟ ବିଳାସପୂର୍ଣ୍ଣ ହୋଟେଲ୍‌ ମଧ୍ୟ ବିଦେଶୀ ପ୍ରତିନିଧିଙ୍କ ସ୍ୱାଗତ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଓ ଉପହାର ପ୍ରସ୍ତୁତ କରିଛନ୍ତି।

ବିଭିନ୍ନ ହୋଟେଲ୍‌ ଭାରତୀୟ ପରମ୍ପରା, ଖାଦ୍ୟ ଓ ସଂସ୍କୃତିକୁ ନିଜ ଆୟୋଜନରେ ସ୍ଥାନ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)