HPV Vaccination: ଗର୍ଭାଶୟ ଗ୍ରୀବା କର୍କଟ ଲଢ଼େଇରେ ବଡ଼ ସଫଳତା: ନଅ ମାସରେ ଏକ କୋଟିରୁ ଅଧିକ ଏଚପିଭି ଟିକାକରଣ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗର୍ଭାଶୟ ଗ୍ରୀବା କର୍କଟ ସୃଷ୍ଟି କରୁଥିବା ଏଚପିଭି ସଂକ୍ରମଣକୁ ରୋକିବା ପାଇଁ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହେବାର ନଅ ମାସ ମଧ୍ୟରେ ଏକ କୋଟିରୁ ଅଧିକ ମାନବ ପାପିଲୋମାଭାଇରସ୍ ( ଏଚପିଭି ) ଟିକା ୧୪ ବର୍ଷ ବୟସ୍କ କିଶୋରୀଙ୍କୁ ପ୍ରଦାନ କରାଯାଇଛି।
ଏହି ଅଭିଯାନ ଧାର୍ଯ୍ୟ ଜନସଂଖ୍ୟାର ପ୍ରାୟ ୮୭% କୁ କଭର୍ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଫେବ୍ରୁଆରି ୨୦୨୬ରେ ଆରମ୍ଭ ହୋଇଥିବା ଜାତୀୟ ଏଚପିଭି ଟିକାକରଣ ଅଭିଯାନ ଅନ୍ତର୍ଗତ ମାଗଣାରେ ଟିକାକରଣ ଆରମ୍ଭ ହୋଇଥିଲା।
Advertisment ଏହି ଟିକା ଦ୍ବାରା ମହିଳାଙ୍କଠାରେ ଦେଖାଯାଉଥିବା ଗର୍ଭାଶୟ ଗ୍ରୀବା କର୍କଟରୁ ସୁରକ୍ଷା ପ୍ରଦାନ କରିଥାଏ।
ସ୍ତନ କର୍କଟ ପରେ ଭାରତରେ ମହିଳାଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ ଗର୍ଭାଶୟ ଗ୍ରୀବା କର୍କଟ ହୋଇଥାଏ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ, ଭାରତର ରେଜିଷ୍ଟ୍ରାର ଜେନେରାଲ ୨୦୨୧ ଜନସଂଖ୍ୟା ଆକଳନ ଉପରେ ଆଧାରିତ।
ଏହି ଅଭିଯାନ ପ୍ରାୟ ୧କୋଟି ୨୦ ଲକ୍ଷ କିଶୋରୀଙ୍କ ଚିହ୍ନଟ ବାର୍ଷିକ ଲକ୍ଷ୍ୟ ଆଧାରରେ ୮୭% ସଫଳତା ହାସଲ ହୋଇଛି।
ସ୍ତନ କର୍କଟ ପରେ ଗର୍ଭାଶୟ ଗ୍ରୀବା କର୍କଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ସ୍ୱାସ୍ଥ୍ୟସେବା ବୃତ୍ତିଗତ, ଆଗଧାଡ଼ିର କର୍ମୀ, ଶିକ୍ଷକ, ଅଭିଭାବକ ଏବଂ ସ୍ଥାନୀୟ ସମ୍ପ୍ରଦାୟର ସମନ୍ୱିତ ପ୍ରୟାସ ଦ୍ୱାରା ଏହି ଲକ୍ଷ୍ୟ ହାସଲ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଏହା ସହିତ ଡିଜିଟାଲ୍ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦେଶବ୍ୟାପୀ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ହୋଇଛି, ୟୁ-ୱିନ୍ ପ୍ଲାଟଫର୍ମ ବାସ୍ତବ-ସମୟ ମନିଟରିଂ ଏବଂ ଲାଭାର୍ଥୀ ଟ୍ରାକିଂକୁ ସହାୟତା ପୟଦାନ କରିଛି।
ତଥ୍ୟ ଅନୁଯାୟୀ, ଗୁଜୁରାଟ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମିଜୋରାମ, ମଧ୍ୟପ୍ରଦେଶ ଏବଂ ବିହାର ଆଦି ଛଅଟି ରାଜ୍ୟରେ ଅଭିଯାନରେ ୧୦୦% କଭରେଜ ହାସଲ କରାଯାଇଛି।
୧୪ ବର୍ଷ ବୟସର କିଶୋରୀଙ୍କୁ ଟିକା ଅନ୍ୟାନ୍ୟ ଉଚ୍ଚ ପ୍ରଦର୍ଶନକାରୀ ରାଜ୍ୟଗୁଡ଼ିକ ମଧ୍ୟରେ, ଆସାମରେ ୯୫.୬୩% କଭରେଜ ରେକର୍ଡ କରାଯାଇଛି।
ସେହିପରି ତେଲେଙ୍ଗାନାରେ ୯୫.୨୮%, କର୍ଣ୍ଣାଟକରେ ୯୩.୧୬% ଏବଂ ଉତ୍ତରାଖଣ୍ଡରେ ୯୦.୧୭% ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଛି।
ଛତିଶଗଡ଼ ରେ ୮୬.୨୧% ଏବଂ ରାଜସ୍ଥାନରେ ୮୫.୨୩%, କେରଳରେ ୭୭.୦୨%, ତାମିଲନାଡୁରେ ୭୬.୧୨%, ଓଡ଼ିଶା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦରା ଏବଂ ନଗର ହାଭେଲି ଏବଂ ଡାମନ ଏବଂ ଡିଉରେ ୭୨.୯୯% ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇଛି।
ଘରୁ ବାହାରିବା ପୂର୍ବରୁ ଛୁଟିଦିନର ତାଲିକା ଯାଞ୍ଚ କରନ୍ତୁ ସଂଖ୍ୟା ଦୃଷ୍ଟିରୁ ଉତ୍ତର ପ୍ରଦେଶ ଦେଶରେ ସବୁଠାରୁ ଆଗରେ ଅଛି।
ରାଜ୍ୟରେ ୨୯ ଲକ୍ଷ ୩୩ ହଜାର ୧୪ ବର୍ଷ ବୟସର କିଶୋରୀଙ୍କୁ ଟିକା ଦିଆଯାଇଛି।
ଏହା ପରେ ବିହାରରେ ୧୩ ଲକ୍ଷ ୭୦ ହଜାରରୁ ଅଧିକ ଏବଂ ଗୁଜୁରାଟରେ ୭ ଲକ୍ଷ ୭୫ ହଜାରରୁ ଅଧିକଙ୍କର ଟିକାକରଣ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
