How to avoid daily headaches? ସବୁଦିନିଆ ମୁଣ୍ଡବିନ୍ଧା ଏଡ଼ାଇବେ କିପରି?
"ଅନେକ ଲୋକଙ୍କର ପ୍ରତିଦିନ ମୁଣ୍ଡବିନ୍ଧା ହୁଏ, ହେଲେ ସେମାନେ ଏହାକୁ ସାମାନ୍ୟ ଭାବି ଏଡ଼ାଇ ଯାଆନ୍ତି।
ତେବେ ଏହାକୁ ହାଲୁକା ଭାବରେ ନେବା ଠିକ୍ ନୁହେଁ।
କାରଣ ଏହା ଆଗକୁ ବଡ଼ ସମସ୍ୟା ପାଲଟିପାରେ।
ଆସନ୍ତୁ ଜାଣିବା, ଏହାର ମୁଖ୍ୟ କାରଣ କ"ଣ ଓ ଏଥିରୁ କିପରି ଆଶ୍ବସ୍ତି ପାଇପାରିବା।
Advertisment Cyber Safety Awareness: ଶିକ୍ଷାନୁଷ୍ଠାନରେ "ସୁରକ୍ଷିତ ଡିଜିଟାଲ ଜୀବନ"ର ଗୁରୁମନ୍ତ୍ର ଦେଲା ପୁଲିସ କମ୍ ପାଣି ପିଇବା: ଶରୀରରେ ଜଳର ଅଭାବ ରହିଲେ ମୁଣ୍ଡ ବିନ୍ଧେ।
କମ୍ ପାଣି ପିଇବା ଦ୍ୱାରା ଶରୀର ଡିହାଇଡ୍ରେଟ୍ ହୋଇଯାଏ।
ଫଳରେ ମସ୍ତିଷ୍କକୁ ଠିକ୍ ମାତ୍ରାରେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ ଏବଂ ଯନ୍ତ୍ରଣା ହୋଇଥାଏ।
ଠିକ୍ ସମୟରେ ନ ଖାଇବା: ଯେତେବେଳେ ଆମେ ଠିକ୍ ସମୟରେ ଖାଦ୍ୟ ଖାଉନା, ସେତେବେଳେ ରକ୍ତରେ ଶର୍କରା କମିଯାଏ, ଯେଉଁ କାରଣରୁ ମୁଣ୍ଡରେ ଯନ୍ତ୍ରଣା ଆରମ୍ଭ ହୁଏ।
ଖାଲି ପେଟରେ ରହିଲେ ଏହି ସମସ୍ୟା ଆହୁରି ବଢ଼ିଯାଏ।
ସ୍କ୍ରିନ୍ର ଅଧିକ ବ୍ୟବହାର: ଫୋନ୍ କିମ୍ବା କମ୍ପ୍ୟୁଟର୍ର ଅଧିକ ବ୍ୟବହାର ଦ୍ୱାରା ମଧ୍ୟ ମୁଣ୍ଡବିନ୍ଧା ହୁଏ।
ସ୍କ୍ରିନ୍ରୁ ବାହାରୁଥିବା ଆଲୋକ ଆଖି ଉପରେ ଚାପ ପକାଏ।
ଫଳରେ ଆଖି ଥକିଯାଏ ଓ ଏହି ଥକାପଣ କ୍ରମଶଃ ମୁଣ୍ଡବିନ୍ଧାରେ ପରିଣତ ହୁଏ।
ଅସମ୍ପୂର୍ଣ୍ଣ ନିଦ: କମ୍ ନିଦ କିମ୍ବା ରାତିରେ ଅଧିକ ସମୟ ଉଜାଗର ରହିବା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ।
ପର୍ଯ୍ୟାପ୍ତ ନିଦ ନହେବା ଦ୍ୱାରା ଶରୀର ଓ ମସ୍ତିଷ୍କ ଉଭୟଙ୍କୁ ବିଶ୍ରାମ ମିଳେନାହିଁ, ଫଳରେ ପରଦିନ ମୁଣ୍ଡ ଓଜନିଆ ଏବଂ ଯନ୍ତ୍ରଣା ଅନୁଭବ ହୁଏ।
ଅଧିକ ଚାପ: ମାନସିକ ଚାପ କିମ୍ବା ଉତ୍କଣ୍ଠା, ମାଇଗ୍ରେନ୍ ଓ ଚାପଜନିତ ସମସ୍ୟାଗୁଡ଼ିକୁ ବଢ଼ାଇଥାଏ।
ଅଧିକ ଚିନ୍ତା କରିବା କିମ୍ବା ଷ୍ଟ୍ରେସ୍ ଦ୍ୱାରା ବେକ ଓ ମୁଣ୍ଡର ମାଂସପେଶୀଗୁଡ଼ିକ ଟାଇଟ୍ ହୋଇଯାଏ।
ଫଳରେ ଯନ୍ତ୍ରଣା ହେବାକୁ ଲାଗେ।
Neglect: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ୨୦୨୦ରୁ ପ୍ରସ୍ତାବ, ହୋଇପାରିନି ଜମି ଚିହ୍ନଟ ଭୁଲ୍ ଭଙ୍ଗୀରେ ବସିବା: ଦୀର୍ଘ ସମୟ ଧରି ଭୁଲ୍ ତରିକାରେ ବସି ରହିବା, ଯେପରିକି ନଇଁ କାମ କରିବା ମଧ୍ୟ ମୁଣ୍ଡ ଓ ବେକ ଯନ୍ତ୍ରଣାର କାରଣ ହୋଇପାରେ।
ଅଧିକ କ୍ୟାଫିନ୍ ସେବନ- ଯେଉଁମାନେ ପ୍ରତିଦିନ ଅଧିକ ଚା" କଫି ପିଅନ୍ତି, ହଠାତ୍ କମାଇ ଦେଲେ ମୁଣ୍ଡ ବିନ୍ଧେ।
ଆଶ୍ବସ୍ତି ପାଇବେ କିପରିଯଦି ଆପଣଙ୍କୁ ପ୍ରାୟତଃ ମୁଣ୍ଡବିନ୍ଧା ରହେ ଓ ଏହାସହିତ ଆପଣଙ୍କର ଦିନଚର୍ଯ୍ୟା ମଧ୍ୟ ବିଗିଡ଼ି ଯାଉଛି, ତେବେ ପ୍ରଥମେ ଏହାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ।
କାରଣ ଖରାପ ଦିନଚର୍ଯ୍ୟା ମୁଣ୍ଡବିନ୍ଧାର ବଡ଼ କାରଣ ହୋଇଥାଏ।
ଦିନସାରା ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ଠିକ୍ ସମୟରେ ଖାଇବା ଅଭ୍ୟାସ କରନ୍ତୁ।
ଫୋନ୍ ଓ ଲାପ୍ଟପ୍ ବ୍ୟବହାର କରିବା ସମୟରେ ମଝିରେ ମଝିରେ ଆଖିକୁ ବିଶ୍ରାମ ଦିଅନ୍ତୁ।
ଶରୀର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ପ୍ରତିଦିନ ଅତି କମ୍ରେ ୭-୮ ଘଣ୍ଟା ଶୁଅନ୍ତୁ।
ଚାପ କମାଇବା ପାଇଁ ହାଲୁକା ବ୍ୟାୟାମ, ଯୋଗ କିମ୍ବା ଧ୍ୟାନକୁ ଦିନଚର୍ଯ୍ୟାରେ ସାମିଲ୍ କରନ୍ତୁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
