House rental: ମୌଖିକ ନୁହେଁ, ଏଣିକି ଘର ଭଡ଼ା ପାଇଁ ଲିଖିତ ଚୁକ୍ତି: ଘର ଭଡ଼ା ବ୍ୟବସ୍ଥାରେ ୫୯ ବର୍ଷର ପୁରୁଣା ଆଇନ ବଦଳିବ
ଭୁବନେଶ୍ବର: ଓଡ଼ିଶାରେ ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର ହେବ। ଏଣିକି ମୌଖିକ ଚୁକ୍ତିରେ ଘର ଭଡ଼ା ଦେବା କିମ୍ବା ନେବା ସମ୍ଭବ ହେବ ନାହିଁ। ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଲିଖିତ ଚୁକ୍ତିନାମା ସ୍ୱାକ୍ଷର ହେବା ପରେ ତାହାକୁ ଦୁଇ ମାସ ମଧ୍ୟରେ ଭଡ଼ା ପ୍ରାଧିକରଣ ଓ ସ୍ଥାନୀୟ ଥାନାରେ ପଞ୍ଜୀକରଣ କରିବାକୁ ପଡ଼ିବ। ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ କରିଛନ୍ତି। କେନ୍ଦ୍ରର ମଡେଲ୍ ଟେନାନ୍ସି ଆଇନକୁ ଆଧାର କରି ପ୍ରସ୍ତୁତ ଏହି ଚିଠା ଆଇନରେ ଘର ମାଲିକ ଓ ଭଡ଼ାଟିଆଙ୍କ ଅଧିକାର, ଦାୟିତ୍ୱ ଓ ବିବାଦ ସମାଧାନ ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି। ଦୀର୍ଘ ଦିନ ଧରି ଓଡ଼ିଶାରେ ଭଡ଼ା ବ୍ୟବସ୍ଥା ୧୯୬୭ ଆଇନ ଅନୁସାରେ ଚାଲୁଥିଲା। ନୂଆ ଆଇନ କାର୍ଯ୍ୟକାରୀ ହେଲେ ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଥିବା ଅନିଶ୍ଚିତତା ଦୂର ହେବ। ଖାଲି ପଡ଼ିଥିବା ଘର ବଜାରକୁ ଆସିବ ଓ ଭଡ଼ା ବିବାଦର ତ୍ୱରିତ ସମାଧାନ ପାଇଁ ସ୍ୱତନ୍ତ୍ର ନ୍ୟାୟିକ ବ୍ୟବସ୍ଥା ସୃଷ୍ଟି ହେବ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ‘ଓଡ଼ିଶା ହାଉସ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ, ୧୯୬୭’ ଓ ୧୯୭୪ ସଂଶୋଧନ ଆଇନ ରଦ୍ଦ ହୋଇଯିବ। ଘରମାଲିକ କିମ୍ବା ଭଡ଼ାଟିଆଙ୍କ ମୃତ୍ୟୁ ହେଲେ ତାଙ୍କ ଉତ୍ତରାଧିକାରୀମାନେ ଚୁକ୍ତିର ଅବଶିଷ୍ଟ ସମୟ ପାଇଁ ସମାନ ଅଧିକାର ଓ ଦାୟିତ୍ୱ ପାଇବେ।
BJD: ଓଡ଼ିଆ ଭାଷାର ପ୍ରସାର ପାଇଁ ନିରନ୍ତର କାର୍ଯ୍ୟ କରୁଥିଲେ ନବୀନ ପଟ୍ଟନାୟକ: ବିଜେଡି
ଘର ଭଡ଼ା ବ୍ୟବସ୍ଥାରେ ୫୯ ବର୍ଷର ପୁରୁଣା ଆଇନ ବଦଳିବ
ଭଡ଼ା ଦର ନିର୍ଦ୍ଧାରଣରେ ସରକାରୀ ହସ୍ତକ୍ଷେପ ନାହିଁ
ଗଠନ ହେବ ସ୍ୱତନ୍ତ୍ର ନ୍ୟାୟାଳୟ, ପ୍ରତ୍ୟେକ ଅଞ୍ଚଳରେ ଭଡ଼ା ପ୍ରାଧିକରଣ
ସରକାର ଏକ ଅନଲାଇନ୍ ପୋର୍ଟାଲ୍ ଖୋଲିବେ, ଯେଉଁଠାରେ ସମସ୍ତ ଭଡ଼ା ଚୁକ୍ତି ପଞ୍ଜୀକୃତ ହେବ। ପ୍ରତ୍ୟେକ ଚୁକ୍ତିକୁ ଏକ ୟୁନିକ୍ ଆଇଡି ନମ୍ବର ମିଳିବ। ଘରଭଡ଼ା ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ସ୍ଥିର ହେବ। ଭଡ଼ା ନିର୍ଦ୍ଧାରଣ ପାଇଁ ସରକାର କୌଣସି ସୀମା ଧାର୍ଯ୍ୟ କରିବେ ନାହିଁ। ଚୁକ୍ତିରେ ଉଲ୍ଲେଖ ଥିଲେ ଘରମାଲିକ ଭଡ଼ା ବଢ଼ାଇପାରିବେ। ଘରର ଉନ୍ନତୀକରଣ, ନୂଆ ନିର୍ମାଣ କିମ୍ବା ଗଠନମୂଳକ ପରିବର୍ତ୍ତନ ପରେ ମଧ୍ୟ ଭଡ଼ା ବୃଦ୍ଧିର ବ୍ୟବସ୍ଥା ରହିଛି। ଘରମାଲିକଙ୍କ ଲିଖିତ ଅନୁମତି ବିନା ଭଡ଼ାଟିଆ ଘରର କୌଣସି ଅଂଶ କିମ୍ବା ସମ୍ପୂର୍ଣ୍ଣ ଘର ଅନ୍ୟକୁ ଭଡ଼ାରେ ଦେଇପାରିବେ ନାହିଁ। ଚିଠା ଆଇନରେ ଭଡ଼ା ଚୁକ୍ତି ସମୟରେ ନିଆଯାଉଥିବା ସୁରକ୍ଷା ଜମାରାଶି (ସିକ୍ୟୁରିଟି ଡିପୋଜିଟ୍) ସମ୍ପର୍କରେ ମଧ୍ୟ ବ୍ୟବସ୍ଥା ରହିଛି। କେଉଁ କାମ ଘର ମାଲିକ କରିବେ ଓ କେଉଁ କାମ ଭଡ଼ାଟିଆ କରିବେ ସେ ନେଇ ସ୍ପଷ୍ଟ ନିୟମ ରହିଛି। ଘରମାଲିକଙ୍କୁ ଭଡ଼ା ନେବା ପରେ ଭଡ଼ାଟିଆଙ୍କୁ ରସିଦ ପ୍ରଦାନ କରିବାକୁ ହେବ।
Lightning dead: ଭଦ୍ରକରେ ବଜ୍ରପାତ, ୨୫ ବର୍ଷରେ ୧୪୪ ମୃତ
ପ୍ରତ୍ୟେକ ଅଞ୍ଚଳରେ ଭଡ଼ା ପ୍ରାଧିକରଣ ନିଯୁକ୍ତ ହେବେ। ଭଡ଼ା ଚୁକ୍ତି ପଞ୍ଜୀକରଣ, ଅଭିଯୋଗ ଶୁଣାଣି ଓ ବିବାଦ ସମାଧାନର ପ୍ରଥମ ସ୍ତରଭାବେ ଏହି ପ୍ରାଧିକରଣ କାର୍ଯ୍ୟ କରିବେ। ଭଡ଼ା ସମ୍ବନ୍ଧୀୟ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ଭଡ଼ା ନ୍ୟାୟାଳୟ ଓ ଭଡ଼ା ନ୍ୟାୟାଧିକରଣ ଗଠନ ହେବ। ଏହାଦ୍ୱାରା ବର୍ଷ ବର୍ଷ ଧରି ଅଦାଲତରେ ପଡ଼ି ରହୁଥିବା ମାମଲାର ଶୀଘ୍ର ସମାଧାନ ସମ୍ଭବ ହେବ। ଚୁକ୍ତିର ଅବଧି ଶେଷ ପରେ ଭଡ଼ାଟିଆ ଘର ଖାଲି ନ କଲେ ତାଙ୍କ ଉପରେ ବର୍ଦ୍ଧିତ ଭଡ଼ା ଲାଗୁ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।