ପାକିସ୍ତାନ କୋଇଲା ଖଣିରେ ଭୟାବହ ବିସ୍ଫୋରଣ: ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିରହିଛନ୍ତି ୧୦ ଜଣ

Jul 31, 2026 - 23:16
ପାକିସ୍ତାନ କୋଇଲା ଖଣିରେ ଭୟାବହ ବିସ୍ଫୋରଣ: ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିରହିଛନ୍ତି ୧୦ ଜଣ

"ଇସଲାମାବାଦ :ପାକିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରଦେଶ ବଲୁଚିସ୍ତାନର ରାଜଧାନୀ କ୍ୱେଟା ସହର ଉପକଣ୍ଠରେ ଅବସ୍ଥିତ ଏକ କୋଇଲା ଖଣିରେ ଗୁରୁବାର ଏକ ଭୟାବହ ବିସ୍ଫୋରଣ ଘଟି ଅତିକମ୍‌ରେ ୩୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।

ଏହି ଦୁର୍ଘଟଣା ପରେ ଅନ୍ୟ ୧୦ ଜଣ ଶ୍ରମିକ ମାଟି ତଳେ ଫସି ରହିଥିବା ସରକାରୀ ଅଧିକାରୀମାନେ ପ୍ରକାଶ କରିଛନ୍ତି ।Advertisment ସରକାରୀ ଖଣି ପରିଦର୍ଶକ ଗନି ବଲୋଚ୍‌ଙ୍କ ସୂଚନା ଅନୁଯାୟୀ, ଖଣି ମଧ୍ୟରେ ମିଥେନ୍ ଗ୍ୟାସ ଜମା ହୋଇ ରହିବା ଯୋଗୁଁ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି ।

ବିସ୍ଫୋରଣ ପରେ ପ୍ରାଦେଶିକ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଏବଂ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ପ୍ରାୟ ୪,୦୦୦ ଫୁଟ ଗଭୀର ମାଟି ତଳେ ଯୁଦ୍ଧକାଳୀନ ଭିତ୍ତିରେ ତଲାସୀ ଓ ଉଦ୍ଧାର ଅପରେସନ ଜାରି ରଖିଛନ୍ତି ।

Flood In Mahanadi: ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବସାଧାରଣଙ୍କ ପ୍ରବେଶ ନିଷିଦ୍ଧ ଦୁର୍ଘଟଣାର ପ୍ରଥମ କିଛି ଘଣ୍ଟା ମଧ୍ୟରେ ଉଦ୍ଧାରକାରୀ ଦଳ ୭ଟି ମୃତଦେହ ବାହାର କରିଥିବା ବେଳେ ପରବର୍ତ୍ତୀ ସମୟରେ ଆହୁରି ୨୮ଟି ମୃତଦେହ ଉଦ୍ଧାର କରାଯାଇଛି ।

ଗନି ବଲୋଚ୍ କହିଛନ୍ତି ଯେ ଖଣି ଭିତରେ ଫସିଥିବା ଶେଷ ଶ୍ରମିକଙ୍କୁ ଠାବ କରାଯିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ।

ତେବେ ମିଥେନ୍ ଗ୍ୟାସ ବିସ୍ଫୋରଣ ଯୋଗୁଁ ଭିତରେ ଅମ୍ଳଜାନର ସ୍ତର ଶୂନ୍ୟ ହୋଇଯାଇଥିବାରୁ ଜୀବିତ ଉଦ୍ଧାର ହେବାର ଆଶା କ୍ଷୀଣ ଏବଂ ଉଦ୍ଧାରକାରୀମାନେ ଅତି ସତର୍କତାର ସହ ଭିତରକୁ ପ୍ରବେଶ କରୁଛନ୍ତି ।

ଅନ୍ୟପଟେ କୋଇଲା ଖଣି ଶ୍ରମିକ ସଂଗଠନ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ମାଲିକମାନଙ୍କର ଅବହେଳାକୁ ଦାୟୀ କରାଯାଇଛି ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ପାକିସ୍ତାନର ଏହି ଅନୁନ୍ନତ ପ୍ରଦେଶରେ ବ୍ୟାପକ ବେକାରୀ କାରଣରୁ ହଜାର ହଜାର ଶ୍ରମିକ ନିଜ ଜୀବିକା ପାଇଁ ଅତ୍ୟନ୍ତ ଅସୁରକ୍ଷିତ ସ୍ଥିତିରେ ଥିବା ଖଣି ଶିଳ୍ପ ଉପରେ ନିର୍ଭର କରିଥାନ୍ତି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।