Hotel customer: ହୋଟେଲରେ ଗ୍ରାହକଙ୍କୁ ପିଟିପିଟି ହତ୍ୟା ମାମଲା: ମାଲିକ ଓ ଦୁଇ ପୁଅଙ୍କୁ ସଜା

Aug 23, 2026 - 07:48
Hotel customer: ହୋଟେଲରେ ଗ୍ରାହକଙ୍କୁ ପିଟିପିଟି ହତ୍ୟା ମାମଲା: ମାଲିକ ଓ ଦୁଇ ପୁଅଙ୍କୁ ସଜା

"ଭୁବ‌ନେଶ୍ବର: ୨୦୧୫ ମସିହା ଜୁଲାଇ ୧୩ତାରିଖର ଘଟଣା।

ଖାଇବା ପରେ ମିଲ୍‌ ବାବଦ ଟଙ୍କା ନେଣଦେଣକୁ ନେଇ ଜଣେ ଗ୍ରାହକଙ୍କୁ ହୋଟେଲ ମାଲିକ ଓ ତାଙ୍କର ଦୁଇ ପୁଅ ମାଡ଼ମାରି ଗୁରୁତର କରିଥିଲେ ଏବଂ ପରଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସହିଦନଗର ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି।

ଭୁବନେଶ୍ୱର ୩ୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ହିମାଂଶୁ ଶେଖର ମଲ୍ଲିକ ମାମଲାର ଶୁଣାଣି ଶେଷକରି ହୋଟେଲ ମାଲିକ ଓ ତାଙ୍କର ୨ପୁଅଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି।

ଆସାମୀମାନେ ହେଲେ ବାପା ବେସାରତ୍‌ ଅହମ୍ମଦ ଖାଁ, ପୁଅ ତେଜରାତ୍‌ ଅହମ୍ମଦ ଖାଁ ଓ ସଲାମନ୍ତ ଅହମ୍ମଦ ଖାଁ।

ପ୍ରତ୍ୟେକଙ୍କୁ ୭ବର୍ଷ ଲେଖାଏଁ କାରାଦଣ୍ଡ ସହିତ ୨୦,୦୦୦ ଟଙ୍କା ଲେଖାଏଁ ଜରିମାନା ଆଦେଶ ଦିଆଯାଇଛି।

ଜରିମାନା ଅନାଦାୟ କ୍ଷେତ୍ରରେ ପ୍ରତ୍ୟେକଙ୍କୁ ଅତିରିକ୍ତ ୧ ବର୍ଷର ସଶ୍ରମ କାରାଦଣ୍ଡାଦେଶ ହୋଇଛି।Advertisment Education: "ଏନ୍‌ପିସିଆଇଏଲ୍"ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ ଘଟଣାଦିନ ରାତି ପ୍ରାୟ ସାଢ଼େ ୯ଟା ବେଳେ ଶତ୍ରୁଘ୍ନ ବେହେରା କଳିଙ୍ଗ ଷ୍ଟାଡିୟମ ଛକ ନିକଟସ୍ଥ ଅତିଥି ରେସ୍ତୋରାଂକୁ ଯାଇଥିଲେ।

ଘରକୁ କିଛି ଖାଦ୍ୟ ଆଣିବାକୁ ସେ ପାର୍ସଲ ବରାଦ କରିଥିଲେ।

କିନ୍ତୁ ପାର୍ସଲ ଦାମ୍‌କୁ ନେଇ ହୋଟେଲ ମାଲିକ ବେସାରତ୍‌ଙ୍କ ସହ ଶତ୍ରୁଘ୍ନଙ୍କର ବଚସା ହୋଇଥିଲା।

ବଚସା ବଢ଼ିବଢ଼ି ହାତାହାତି ଯାଏଁ ଯାଇଥିଲା।

ଖବର ପାଇ ବେସାରତ୍‌ଙ୍କ ଦୁଇ ପୁଅ ତେଜରାତ୍‌ ଓ ସଲାମନ୍ତ ହୋଟେଲରେ ପହଞ୍ଚିଥିଲେ ଏବଂ ସେମାନେ ମିଳିତଭାବେ ଶତ୍ରୁଘ୍ନଙ୍କୁ ଆକ୍ରମଣ କରିଥିଲେ।

ସେମାନେ ଶତ୍ରୁଘ୍ନଙ୍କୁ ରଶିରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ଖବର ପାଇ ସହିଦନଗର ଥାନା ପୁଲିସ ହୋଟେଲରେ ପହଞ୍ଚି ତା ଶତ୍ରୁଘ୍ନଙ୍କୁ ଉଦ୍ଧାର କରିଥିଲା ଏବଂ ନୂଆପଲ୍ଲୀ ଶବରସାହି ଭାଗବତ ଟୁଙ୍ଗୀ ନିକଟରେ ଛାଡ଼ିଦେଇଥିଲା।

Trump imposes: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ ପରଦିନ ସକାଳେ ସେ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।

କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ନିସ୍ତୁକ ମାଡ଼ରେ ଅଭ୍ୟନ୍ତରୀଣ ଜଟିଳ କ୍ଷତ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା।

ଏନେଇ ମୃତକ ଶତ୍ରୁଘ୍ନଙ୍କ ମାଆ ମୁକ୍ତା ବେହେରା ସହିଦନଗର ଥାନାରେ ଅଭିଯୋଗ କରିଥିଲେ।

୨୦ଜଣଙ୍କ ବଳିଷ୍ଠ ସାକ୍ଷ୍ୟ ଓ ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ ଅଦାଲତ ଆଜି ରାୟ ଶୁଣାଇଛନ୍ତି।

ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର୍‌ ଶୁଭଶ୍ରୀ ଜେନା ଏହି ମାମଲା ପରିଚାଳନା କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)