Hosted major AI programs: ଟ୍ରାଇଡେଣ୍ଟରେ ଏଆଇ ସେମିନାର
"ଭୁବନେଶ୍ବର: ଟ୍ରାଇଡେଣ୍ଟ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସରେ ଏଆଇ ଚାଳିତ ବ୍ୟବସାୟ ପରିବର୍ତ୍ତନ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ପିଡବ୍ଲ୍ୟୁସି କନ୍ସଲଟିଂ, ଗୁରଗାଓଁର ପାର୍ଟନର ଅମିତ କୁମାର ଗିରି ଅତିଥି ଭାବେ ଯୋଗଦେଇ ଡିଜିଟାଲ ରୂପାନ୍ତରଣ ଓ ଉତ୍ପାଦନ ଶିଳ୍ପରେ ଏହାର ଉଲ୍ଲେଖନୀୟ ଭୂମିକା ଉପରେ ମତ ଦେଇଥିଲେ।
ସେ ନିଜର ବୃତ୍ତିଗତ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ।
ଛାତ୍ରଛାତ୍ରୀଙ୍କୁ ବିଜନେସ୍ ରଣନୀତି ଉପରେ ମାର୍ଗଦର୍ଶନ କରିଥିଲେ।
ସ୍ମାର୍ଟ ମାନୁଫାକ୍ଚରିଂରେ ଡିଜିଟାଲ ପ୍ରକ୍ରିୟା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ଓ ଦ୍ରୁତ ଗତିରେ ବଦଳୁଥିବା କ୍ଷେତ୍ର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ।
ଏହି ଅଧିବେଶନକୁ ମ୍ୟାନେଜମେଣ୍ଟ, ଏଆଇ, ମେକାନିକାଲ୍ ଇଞ୍ଜିନିୟରିଂ ଭଳି କ୍ଷେତ୍ରର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜନ କରାଯାଇଥିଲା।Advertisment ଭାଷାର ପ୍ରଚାର ପାଇଁ ଏକାଠି କାମ କରିବାକୁ ପଡ଼ିବ: ରାଜ୍ୟପାଳ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


