Horoscope 2026 October 29: ଜାଣନ୍ତୁ ଆଜିର ରାଶିଫଳ...
ମେଷ: ନୂଆ କାମରେ ଭାଗ୍ୟର ସହଯୋଗ ପାଇବେ।
ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ବିଶେଷ କାମର ମୂଳଦୁଆ ରଖିବା ଲାଗି ଦିନଟି ଭଲ।
ପିଲାମାନଙ୍କ ନୂଆ ଗତିବିଧିରେ ବ୍ୟସ୍ତ ରହିବେ।
ଓକିଲଙ୍କ ଲାଗି ଦିନଟି ଭଲ। Advertisment ବୃଷ: ଆୟର ନୂଆ ଉତ୍ସ ସୃଷ୍ଟି ହେବ।
ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାମ ପ୍ରଦାନ କରିବେ।
ଖେଳ ଜଗତର ଲୋକ ଅଭ୍ୟାସରେ ବ୍ୟସ୍ତ ରହିବେ।
ବନ୍ଧୁ ଆପଣଙ୍କ ଘରକୁ ନିମନ୍ତ୍ରଣ ଦେବା ପାଇଁ ଆସିପାରନ୍ତି। ମିଥୁନ: ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ।
ବ୍ୟବସାୟରେ ପୁଞ୍ଜି ଲଗାଇବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ ଭଲ ହେବ।
କଳାକ୍ଷେତ୍ରରେ ଥିବା ଲୋକଙ୍କର ଭଲ ଲାଭ ହେବ।
ସାମାଜିକସ୍ତରରେ ସକ୍ରିୟ ରହିବେ।
କର୍କଟ: ଘରର ବଡ଼ଙ୍କ ସହଯୋଗରେ ଆପଣଙ୍କ କାମ ଜଲଦି ପୂରା ହେବ।
ଜୀବନସାଥୀ ଆପଣଙ୍କ ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ।
ଘର କ୍ଳେଶ ଦୂର ହେବ।
ରାଜନୀତିରେ ସଫଳତା ପାଇବେ। ସିଂହ: ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ।
ଯୋଗାଯୋଗରେ ବ୍ୟବସାୟ ସମ୍ବନ୍ଧୀୟ ଭଲ ସୂଚନା ପାଇବେ।
କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। କନ୍ୟା: କଠିନ ପରିସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ।
ପାଖ ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହେବ।
ଚାକିରି ଖୋଜୁଥିବା ଲୋକ ଭଲ ଚାକିରି ପାଇବେ।
ଆହୁରି ପଢ଼ନ୍ତୁ- 🔴Odisha Cyclone Update: ୬ ଘଣ୍ଟାର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା 'ଅର୍ଣ୍ଣବ'; ସମସ୍ତ ବିଭାଗ ୧୦୦% ସତର୍କ ଅଛନ୍ତି: ପ୍ରଭାତୀ ପରିଡ଼ା ତୁଳା: କୌଣସି କାମକୁ ନେଇ ଚେଷ୍ଟାରେ ସଫଳତା ପାଇବେ।
ମୋବାଇଲ ଓ ଇମେଲରେ ଭଲ ଖବର ପାଇବେ।
ବାଲ୍ୟବନ୍ଧୁ ସହିତ ଦୀର୍ଘଦିନ ପରେ ଦେଖା ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ନିଜକୁ ସୁସ୍ଥ ଓ ସବଳ ଅନୁଭବ କରିବେ। ବିଛା: ବଡ଼ ଓ ଅଲଗା କାମ କରିବା ପାଇଁ ଭାବିପାରନ୍ତି।
ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଚେଷ୍ଟା କରିବେ।
ଅଫିସରେ ଅଧିକାରୀମାନଙ୍କ ସହଯୋଗ ପାଇବେ।
ସ୍ଥଗିତ ଥିବା କାମରେ ଆପଣଙ୍କ ଅନୁଭବ କାମର ଆସିବ।
ଧନୁ: ଆପଣଙ୍କ ରୁଟିନରେ କିଛି ପରିବର୍ତ୍ତନ ଆସିବ।
ନୂଆ କୌଶଳର ସାହାରା ନିଅନ୍ତୁ କାମ ସହଜ ହେବ।
ବିରୋଧୀପକ୍ଷ ଆପଣଙ୍କ ସାମନାରେ ମତମସ୍ତକ ହେବେ।
ଛାତ୍ରଛାତ୍ରୀ ପାଇଁ ସମୟ ଅନୁକୂଳ ରହିବ।
ମକର: ପରିବାର ସାମନାରେ ନିଜର ମତ ରଖିବାର ପୂରା ମଉକା ପାଇବେ।
ଆପଣଙ୍କ ଯୋଜନାରେ ଲୋକ ଯଥେଷ୍ଟ ପ୍ରଭାବିତ ହେବେ।
ଜୀବନସାଥୀର ଭରପୂର ସହଯୋଗ ଓ ସାନିଧ୍ୟ ପାଇବେ।
କୁମ୍ଭ: ଦିନଟି ବ୍ୟସ୍ତତାଭରା ରହିବ।
ନିଜର ମାମଲା ବାହାର ଲୋକଙ୍କୁ କହନ୍ତୁ ନାହିଁ।
ଅସମ୍ଭବ କାମ ପୂରା ହେବା ଯୋଗୁଁ ଖୁସି ହେବେ।
ଚାକିରିଜୀବୀ ନିଜ କାମରେ ଧ୍ୟାନକେନ୍ଦ୍ରୀତ କରି ରହନ୍ତୁ।
ମୀନ: ମିଳିମିଶି କାମ କରନ୍ତୁ ଯଥେଷ୍ଟ ସଫଳତା ପାଇବେ।
ନିବେଶ ମାମଲାରେ ଘରର ବଡ଼ଙ୍କ ଠାରୁ ନୂଆ ପରାମର୍ଶ ପାଇବେ।
ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହିବେ।
ସାମାଜିକ ପରିସର ବୃଦ୍ଧି ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
