Horoscope 2026 November 27: ଜାଣନ୍ତୁ ଆଜିର ରାଶିଫଳ
ମେଷ: ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ମହିଳାମାନେ ଅନ୍ଲାଇନ୍ରେ କିଣାକିଣି କରିପାରନ୍ତି। ଛାତ୍ରଛାତ୍ରୀ କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ।
ବୃଷ: ଆପଣ ଅଧିକ ଲୋକଙ୍କ ସହିତ ଯୋଡ଼ିହେବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ କୌଣସି କାମରେ ସହାୟତା ପାଇବେ।
ମିଥୁନ: ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଜୀବନସାଥୀ ଆପଣଙ୍କ ଠାରୁ କୌଣସି କାମରେ ପରାମର୍ଶ ନେବେ। ବନ୍ଧୁମାନଙ୍କ ସହିତ ଜିନିଷ କିଣିବାକୁ ଯିବେ। ନିଜର ଖର୍ଚ୍ଚ ଉପରେ ଟିକେ ଦୃଷ୍ଟି ଦିଅନ୍ତୁ।
କର୍କଟ: କୌଣସି ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। କାର୍ଯ୍ୟରେ ଆପଣଙ୍କୁ ଭାଗ୍ୟର ସହାୟତା ମିଳିବ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।
ସିଂହ: ଆପଣ ଯେତେ ପରିଶ୍ରମ କରିବେ ଆଗାମୀ ଦିନରେ ସେତେ ଲାଭ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଆପଣ ନିଜ ପାଇଁ ଲୁଗା କିଣିବେ। ବନ୍ଧୁମାନଙ୍କ ସହିତ ରାତ୍ରିଭୋଜନ କରିବେ।
କନ୍ୟା: ବେପାରରେ ଅନ୍ୟ ଦିନ ଅପେକ୍ଷା ଯଥେଷ୍ଟ ଅଧିକ ଲାଭ ହେବ। ସନ୍ତାନର ସଫଳତାରେ ଆପଣଙ୍କ ମନ ପ୍ରସନ୍ନ ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷାର ପରିଣାମ ଆପଣଙ୍କ ସପକ୍ଷରେ ଆସିବ।
ତୁଳା: ଆପଣଙ୍କ ଆର୍ଥିକ ସ୍ଥିତିରେ ଭଲ ପରିବର୍ତ୍ତନ ହେବ। ସୁସ୍ଥ ରହିବା ପାଇଁ ଖାଦ୍ୟର ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନଧ୍ୟାନ ଦିଅନ୍ତୁ।
ବିଛା: ଅଧୁରା ଥିବା କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ପାଇଁ କୌଣସି ଉଦ୍ୟୋଗରୁ ଚାକିରିର ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବା ଲାଗି ପରିଶ୍ରମ କରିବାକୁ ହେବ।
ଧନୁ: ଚାକିରି ଅନ୍ବେଷଣ ସମାପ୍ତ ହେବ। ବନ୍ଧୁ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ। ଜୀବନସାଥୀ ଆପଣଙ୍କୁ ପ୍ରସନ୍ନ ହେବାର ଅବସର ଦେବେ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ।
ମକର: ଆୟର ନୂଆ ଉତ୍ସ ଖୋଲିବ। ବିଶେଷ ପ୍ରୋଜେକ୍ଟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ଅଧିକ ସମୟ ସୋସିଆଲ ମିଡିଆରେ କଟାଇବେ। ପାଠପଢ଼ାରେ ମନ କମ୍ ଲାଗିବ।
କୁମ୍ଭ: ଆଧ୍ୟାତ୍ମିକ ଓ ଧାର୍ମିକ ପ୍ରସଙ୍ଗ ପ୍ରତି ଆଗ୍ରହ ବଢ଼ିବ। ଜମି ସମ୍ବନ୍ଧୀୟ କାମରେ ଅର୍ଥ ଲଗାନ୍ତୁ, ଲାଭ ହେବ। ଚାକିରିଆ ଆଗକୁ ବଢ଼ିବାର ମଉକା ପାଇବେ। ନବବିବାହିତଙ୍କ ଲାଗି ଦିନଟି ଭଲ ରହିବ।
ମୀନ: ଆପଣଙ୍କ ଆୟରେ ବୃଦ୍ଧି ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ଆପଣଙ୍କର ଧ୍ୟାନ କାମ ପୂରା କରିବାରେ ଲାଗିରହିବ। କଣ୍ଠଶିଳ୍ପୀ ଭଲ ଦକ୍ଷତା ପ୍ରଦର୍ଶନ ପାଇଁ ପୁରସ୍କାର ପାଇବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
