Horoscope 2026 November 20: ଜାଣନ୍ତୁ ଆଜିର ରାଶିଫଳ...
ମେଷ: କୌଣସି ଶୁଭ ଖବର ପାଇବେ।
ଜମି ସମ୍ବନ୍ଧୀୟ ଅଟକିଥିବା ମାମଲା ପୂରା ହୋଇଯିବ।
ଅନ୍ୟମାନଙ୍କ କଥାକୁ ବିଶ୍ବାସ ନକରି ନିଜର ନିର୍ଣ୍ଣୟକୁ ସର୍ବୋପରି ରଖନ୍ତୁ।
ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ।
Advertisment ବୃଷ: ଆପଣଙ୍କୁ କୌଣସି ଉପଲବ୍ଧି ମିଳିବା ଯୋଗ ରହିଛି।
ପ୍ରତ୍ୟେକ କାମର ଯୋଜନା ପ୍ରସ୍ତୁତ କରି ସଂପୂର୍ଣ୍ଣ କରନ୍ତୁ।
ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ପରିଶ୍ରମର ଅନୁକୂଳ ପରିଣାମ ପାଇବେ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବାକୁ ଚେଷ୍ଟା କରିବେ।
ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ପୂରା ହୋଇଯିବ।
ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ମିଳିବ।
କର୍କଟ: କୌଣସି ବଡ଼ କାମ କରିବା ପୂର୍ବରୁ ଉଭୟ ସକାରାତ୍ମକ ଓ ନକାରାତ୍ମକ ପାର୍ଶ୍ବ ଉପରେ ବିଚାର କରନ୍ତୁ।
ଛାତ୍ରଛାତ୍ରୀ ନିଜର ପାଠପଢ଼ା ଓ କ୍ୟାରିୟର ସମ୍ବନ୍ଧୀୟ ଗତିବିଧିକୁ ନେଇ ଗମ୍ଭୀର ରହିବେ।
ସିଂହ: ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ।
ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ।
ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।
ଆପଣଙ୍କର ମହତ୍ବାକାଂକ୍ଷା ବୃଦ୍ଧି ହୋଇପାରେ।
କନ୍ୟା: ପରିବାରରେ ଖୁସିର ବାତାବରଣ ରହିବ।
ଆପଣଙ୍କ ପାଇଁ କୌଣସି ଫଇସଲା କରିବା କଠିନ ହେବ।
ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ରହିବ।
ଭୁଲ୍ ବାଟରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରହନ୍ତୁ।
ଆହୁରି ପଢ଼ନ୍ତୁ- 🔴Cyclone Akvan: ଗୋପାଳପୁର ନିଟକରେ ମାଡ଼ ହୋଇପାରେ ବାତ୍ୟା, ଆସୁଛି ବାତ୍ୟା; ଏମିତି ରହିଛି ଓଡ଼ିଶାର ପ୍ରସ୍ତୁତି ତୁଳା: ସାଥୀରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ।
ବ୍ୟକ୍ତିତ୍ବ ବିକଶିତ ପାଇଁ ଭଲ ଦିନଟିଏ।
ପରିବାରରେ ନୂଆ ଦାୟିତ୍ବ ତୁଲାଇବେ।
ଅଫିସରେ ବହୁ ଦିନରୁ ବାକି ଥିବା କାମ ପୂରା କରିପାରିବେ।। ବିଛା: ପିଲା ଆପଣଙ୍କୁ କୌଣସି ଶୁଭ ଖବର ଦେବେ।
ଘର ପାଇଁ କୌଣସି ନୂଆ ଜିନିଷ କିଣିବେ।
ଭବିଷ୍ୟତ ଉଜ୍ଜ୍ବଳ ପାଇଁ ନୂଆ ପଦକ୍ଷେପ ନେବେ।
କୌଣସି ସୃଜନାତ୍ମକ କାର୍ଯ୍ୟରେ ଆପଣଙ୍କର ସୁନାମ ହେବ।
ଧନୁ: ସାମାଜିକ ଗତିବିଧିରେ ଆପଣଙ୍କର ପ୍ରତିଭା ଖୋଲିକରି ସାମନାକୁ ଆସିବ।
ଚାକିରିଜୀବୀ ଅଧିକ କାର୍ଯ୍ୟଭାର ବହନ କରିବା ଯୋଗୁଁ ଅଫିସରେ ଅଧିକ ସମୟ ରହିବାକୁ ପଡ଼ିବ।
ଘରକୁ କୁଣିଆ ଆସିବେ।
ମକର: ଅଫିସ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ।
ଆପଣ ନିଜର ବାଣୀ ଉପରେ ସଂଯମ ରଖିବା ଦରକାର।
ପିଲାଙ୍କ ସଂପର୍କରେ ଆପଣଙ୍କୁ ଗର୍ବ ଅନୁଭବ ହେବ।
ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
କୁମ୍ଭ: ଅଚାନକ କିଛି ଖର୍ଚ୍ଚ ଆପଣଙ୍କ ସମ୍ମୁଖକୁ ଆସିବ।
ଅର୍ଥ ମାମଲାକୁ ନେଇ ଅନୁଭବୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ନିଅନ୍ତୁ।
ଜୀବନସାଥୀ ସହିତ କୌଣସି ହୋଟେଲକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇପାରନ୍ତି।
ମୀନ: ସକାରାତ୍ମକ ବିଚାରଧାରା ଲୋକଙ୍କ ସହ ରହିବାର ଅବସର ପାଇବେ।
ମୂଲ୍ୟବାନ ବସ୍ତୁକୁ ସମ୍ଭାଳି କରି ରଖନ୍ତୁ।
ଅଧିକତର ବ୍ୟବସାୟିକ କାମ ନିର୍ଦ୍ଧାରିତ ସମୟରେ ସମାପ୍ତ ହୋଇଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
