Accident: ନିୟନ୍ତ୍ରଣ ହରାଇ ଟ୍ରକ୍କୁ ପିଟିଲା କାର, ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ
"ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ରବିବାର ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ନିୟନ୍ତ୍ରଣ ହରାଇ ଟ୍ରକ୍କୁ ପଛପଟରୁ ଧକ୍କା ଦେଇଥିବା ଏକ ଦ୍ରୁତଗାମୀ କାର୍ ଦୁର୍ଘଟଣାରେ ଦୁଇ ଜଣ ମହିଳା ଏବଂ ଜଣେ ଶିଶୁକନ୍ୟା ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି।
ମୃତକମାନେ ଗୋଟିଏ ପରିବାରର ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।
Advertisment ପୁଲିସ କହିଛି, ଅମରାବତୀ ଜିଲ୍ଲା ଧମନଗାଁଓ ରେଳବାଇ ତହସିଲ ଅଧୀନ ସମୃଦ୍ଧି ମହାମାର୍ଗ ଅଞ୍ଚଳରେ ଆଜି ଅପରାହ୍ଣରେ ଘଟିଥିବା ଏହି ଦୁର୍ଘଟଣା ଯନ୍ତ୍ରଣାଦାୟକ ଥିଲା।
ଦ୍ରୁତଗାମୀ କାର୍ର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇ ଥିଲା।
ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲେ।
ଦୁର୍ଘଟଣା ପରେ କାର୍ରେ ଥିବା ସମସ୍ତ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।
ମୃତକମାନେ ଚନ୍ଦ୍ରପୁର ଜିଲ୍ଲାର ଏବଂ ସମସ୍ତେ ଗୋଟିଏ ପରିବାରର ଥିଲେ।
ପୁଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଦୁର୍ଘଟଣା ପରେ ଟ୍ରାଫିକ ଭିଡ଼ ଉପୁଜି ଥିଲା।
କିଛି ସମୟ ପରେ ପୁଲିସ ଏହାକୁ ନିୟନ୍ତ୍ରଣକୁ ଆଣିଥିଲା।
ଗୋଟିଏ ପରିବାରର ୫ଜଣ ଲୋକ ନାଗପୁରରୁ ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ ଏବଂ ମୁମ୍ବାଇ ଅଭିମୁଖେ ଯାଉଥିଲେ।
Accident: ପୁଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ; ୨ଡ଼ିଏସପିଙ୍କ ସମେତ ତିନି ଜଣ ଗୁରୁତର ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ କାର୍ଟି ଦ୍ରୁତଗତିରେ ଆଗକୁ ବଢୁଥିଲା।
କାରର ଚାଳକ ନିୟନ୍ତ୍ରଣ ହରାଇ ଟ୍ରକ୍ ପଛରେ ଯାଇ ଧକ୍କା ଦେଇଥିଲେ।
କାର ଭିତରେ ଯାତ୍ରୀମାନେ ଚାପି ହୋଇଯାଇଥିଲେ।
ବଡ଼ଧରଣର ଦୁର୍ଘଟଣା ଘଟିଥିବାରୁ କାର ଭିତରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ସମସ୍ୟା ଉପୁଜି ଥିଲା।ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
"