Horoscope 2026 June 11: ଜାଣନ୍ତୁ ଆଜିର ରାଶିଫଳ...
"୧୧ ଜୁନ୍ ୨୦୨୬, ଗୁରୁବାର।
ତିଥି: ଜ୍ୟେଷ୍ଠ (ମଳ) କୃଷ୍ଣ ଏକାଦଶୀ।
ନକ୍ଷତ୍ର: ରେବତୀ।
ଚନ୍ଦ୍ର: ମୀନ।
ପରମା/ପୁରୁଷୋତ୍ତମୀ ଏକାଦଶୀ (ସର୍ବସମ୍ମତ-ରାମାନୁଜ ଭିନ୍ନ), ଶ୍ରୀମନ୍ଦିରରେ ଜଳକ୍ରୀଡ଼ା।
ସୂର୍ଯ୍ୟୋଦୟ: ୫ଟା୧୦, ସୂର୍ଯ୍ୟାସ୍ତ: ୬ଟା୨୧।
ଘାତଚନ୍ଦ୍ର: ଧନୁ।
ଘାତବାର: ତୁଳା ଓ କୁମ୍ଭ।
ଶୁଭବେଳା: ପ୍ରାତଃ ୫ଟା୧୦ରୁ ୬ଟା୩, ଦିବା ୯ଟା୩୪ରୁ ୧୧ଟା୧୯, ସନ୍ଧ୍ୟା ୭ଟା୪ରୁ ୯ଟା୧୪, ରାତ୍ରି ୧ଟା୭ରୁ ୨ଟା୧୭, ରାତ୍ରି ୩ଟା୪୪ରୁ ୫ଟା୧୧ ପର୍ଯ୍ୟନ୍ତ।Advertisment ମେଷ: ଯଦି କୌଣସି କାରଣରୁ ଦ୍ବିଧାରେ ଅଛନ୍ତି ତେବେ ସେଥିରୁ ମୁକ୍ତି ପାଇବେ।
କଠିନ ପରିସ୍ଥିତିରେ ଆପଣଙ୍କ ପରିବାର ଆପଣଙ୍କ ସାମନାରେ ଢାଲ ହୋଇ ଛିଡ଼ା ହେବେ।
ଚାକିରିରେ ସଫଳତା ମିଳିବା ଯୋଗ ଅଛି।
ବୃଷ: ପ୍ରୋଜେକ୍ଟ କାର୍ଯ୍ୟରେ ଜୀବନସାଥୀର ସହଯୋଗ ପାଇବେ।
ସକାରାତ୍ମକ ଭାବନା ଆପଣଙ୍କ ଜୀବନଯାପନରେ ସାହାଯ୍ୟ କରିବ।
ବୀମା ଓ କମିସନି କାର୍ଯ୍ୟରେ ଯଥେଷ୍ଟ ସଫଳତା ପାଇବେ।
ମିଥୁନ: କୌଣସି ପଲିସରେ ନିବେଶ ଲାଗି ଦିନଟି ଶୁଭ।
ବ୍ୟବସାୟରେ ଆଶାଜନକ ଫଳ ପାଇବେ।
ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ପାରିବାରିକ ଜୀବନରେ ସୁଖଶାନ୍ତି ବୃଦ୍ଧି ହେବ।
ବାଲ୍ୟବନ୍ଧୁ ସହ ଦେଖା ହେବ।
କର୍କଟ: ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ।
ନିଜର ବ୍ୟକ୍ତିଗତ କଥା ଅନ୍ୟକୁ ନକହିଲେ ବଡ଼ ଅଶାନ୍ତିରୁ ରକ୍ଷା ପାଇଯିବେ।
ଆପଣଙ୍କ ଚତୁରତା ଓ ଯୋଗ୍ୟତାର ପ୍ରଶଂସା ହେବ।
ସିଂହ: ଭାଗ୍ୟୋନ୍ନତିର ସୂଚନା।
ସାରା ଦିନ କାର୍ଯ୍ୟ ବ୍ୟସ୍ତତାରେ ରହିବେ।
ଆଜିର ପରିବେଶକୁ ଲକ୍ଷ୍ୟ ରଖି ଯେଉଁ ଯୋଜନା ପ୍ରସ୍ତୁତି କରିଛନ୍ତି ତାହା ଦ୍ବାରା ଆପଣଙ୍କର ବହୁତ ସମସ୍ୟାର ସମାଧାନ ହୋଇଯିବ।
କନ୍ୟା: ନିବେଶ ସଂପର୍କ ଯୋଜନାରେ ଅଧିକ ଲାଭ ହୋଇପାରେ।
ଘରେ ଧାର୍ମିକ କାର୍ଯ୍ୟ ସଂପନ୍ନ ହୋଇପାରେ।
ମାତାପିତାଙ୍କ ଆଶୀର୍ବାଦରେ ଆପଣଙ୍କ କାମରେ ସଫଳତା ପାଇବେ।
ଲୁଗା ବ୍ୟବସାୟରେ ଲାଭ ହେବ।
ତୁଳା: କୌଣସି ସମାରୋହରେ ସାମିଲ ହେବେ।
ଆପଣଙ୍କ ଉପସ୍ଥିତିକୁ ମହତ୍ବ ମିଳିବ।
ପୁରୁଣା ଅଶାନ୍ତିରୁ ଆରାମ ମିଳିପାରେ।
ଆପଣ ଭବିଷ୍ୟତକୁ ନେଇ ଅଧିକ ସକ୍ରିୟ ଓ ଗମ୍ଭୀର ରହିବେ।
ବ୍ୟବସାୟରେ ଲାଭ ହେବ।
ଆହୁରି ପଢ଼ନ୍ତୁ- IvaGrover: ୧୮ ଦିନର ପ୍ରେମ ସମ୍ପର୍କ ପରେ ବିବାହ ଆଉ ଏହା ସାଜିଥିଲା ଯନ୍ତ୍ରଣାର କାରଣ: ଇଭା ଗ୍ରୋଭର ବିଛା: ବ୍ୟବସାୟରେ ବହୁତ ଅଧିକ ଦାୟିତ୍ବ ଓ କାମର ବୋଝ ରହିବ।
କାର୍ଯ୍ୟକ୍ଷେତ୍ରରେ ଗମ୍ଭୀରତା ଓ ନିଷ୍ଠାରେ ନିଜର ପ୍ରୋଜେକ୍ଟକୁ ରୂପରେଖ ଦିଅନ୍ତୁ।
ଘରେ ସୁଖଶାନ୍ତିର ମାହୋଲ ରହିବ।
ଧନୁ: ବଡ଼ ଭାଇଙ୍କ ସହିତ ବସି ଜମି ସମ୍ବନ୍ଧୀୟ କଥା ହେବେ।
ଅର୍ଥ ସଂପର୍କିତ ଯୋଜନା କରିବେ।
କୌଣସି ପ୍ରକାର ଲାଗି ରହିଥିବା କାନୁନ ସମସ୍ୟାର ସମାଧାନ ପାଇପାରନ୍ତି।
ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।
ମକର: କୌଣସି ପାଖ ବ୍ୟକ୍ତିଙ୍କ ସଂପର୍କରେ ଗଭୀରତାରେ ବିଚାର କରି ସମ୍ବନ୍ଧ ସୁଧାରିବେ।
ସରକାରୀ ବା କୋର୍ଟ ସମ୍ବନ୍ଧୀୟ କୌଣସି ମାମଲା ଅଟକିଥିଲେ ତାର ଉଚିତ ସଫଳତା ମିଳିବାର ସମ୍ଭାବନା।
କୁମ୍ଭ: କୌଣସି ନକାରାତ୍ମକ ସ୍ଥିତିରେ ଭୟଭୀତ ନହୋଇ ତା"ର ସମାଧାନ ଖୋଜନ୍ତୁ।
ଭାଇଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।
ଛାତ୍ରଛାତ୍ରୀ ନିଜ ଭାବନାରେ ଅଧିକ ସକାରାତ୍ମକତା ଆଣନ୍ତୁ।
ମୀନ: ଆପଣଙ୍କ କାର୍ଯ୍ୟ କୁଶଳତା ଓ ଯୋଗ୍ୟତାର ପ୍ରଶଂସା ହେବ।
ବିଦେଶ କଂପାନିରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ।
ପାରିବାରିକ ସୁଖରେ ବୃଦ୍ଧି ହେବ।
ବନ୍ଧୁ ସହିତ ବାହାରକୁ ବୁଲି ଯିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।