Sand Smuggling: ସକ୍ରିୟ ମାଫଆ, ନିଷ୍କ୍ରିୟ ଖଣି ବିଭାଗ
"କର୍ଲାମୁଣ୍ଡା (ଭଜଶ୍ୟାମ ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ବେଆଇନ ବାଲି ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ।
ଖବି ବିଭାଗର ନିରବ ଦ୍ରଷ୍ଟାର ସୁଯୋଗ ନେଇ ବାଲି ମାଫିଆ ବିଭିନ୍ନ ନଦୀଘାଟରୁ ଦିନ ରାତି ହାଇୱା ଓ ଟ୍ରାକ୍ଟରରେ ବାଲି ଚାଲାଣ କରୁଥିବା ଦେଖିବାକୁ ମିଳିଛି।
ବିଭିନ୍ନ ସମୟରେ ଖଣିବିଭାଗ ଧର୍ମକୁ ଆଖିଠାର ସଦୃଶ ଚଢଉ ଓ ସାମାନ୍ୟ ଜରିମାନା ଆଦାୟ କରୁଥିବା ବେଳେ ବାଲି ଚାଲାଣକାରୀଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ବେଆଇନ ବାଲି ଚାଲାଣ ନୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଅଭିଯୋଗ ହେଉଛି।
Advertisment କର୍ଲାମୁଣ୍ଡା ବ୍ଲକ ଦେଇ ପ୍ରବାହିତ ତେଲ ଏବଂ ଉତେଇ ନଦୀରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି।
ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଉଭୟ ତେଲ ଓ ଉତେଇ ନଦୀ ଅସ୍ତିତ୍ୱ ହରାଇବା ନେଇ ଆସଙ୍କା ପ୍ରକାଶ ପାଇଛି।
ଖଣି ବିଭାଗର ଉଦାସୀନତା ଯୋଗୁଁ ବାଲି ମାଫିଆ ବେଫିକର ଭାବେ ସେମାନଙ୍କ କାରବାର ଜାରି ରଖିଥିବା ଦେଖିବାକୁ ମିଳିଛି।
କୁନ୍ଦେଇପାଲି ଘାଟ ଅଛି ଅଥଚ ଖଣି ବିଭାଗର ପାଖରେ ଖବର ନାହିଁ।
ପ୍ରକାଶ ଯେ କୁନ୍ଦେଇପାଲି ଗାଁ ଭିତରେ ଗାଡ଼ି ଯାତାୟତ କରୁଥିବାରୁ ଲୋକେ ଶୋଇ ପାରୁନଥିବା ମଧ୍ୟ ଅଭିଯୋଗ ଭୋରରୁ ରାତି ଯାଏ ଏଠାରୁ ଟ୍ରାକ୍ଟର ଯୋଗ ବାଲି ଚାଲାଣ ହେଉଛି।
ଏପରିକି ନଦୀରେ ୩ଫୁଟ ପାଣି ଥିବା ସତ୍ୱେ ମଧ୍ୟ ବାଲି ଥିବା ସ୍ଥାନକୁ ଗାଡ଼ି ନେଉଥିବା ଦେଖିବାକୁ ମିଳିଛି।
ବିନା ରୟାଲଟି ବିନା ପ୍ରଦୂଷଣ ପ୍ରମାଣପତ୍ର ତଥା ସିଟିଓରେ କୌନସି କାଗଜ ପତ୍ର ନ ଥାଇ ପ୍ରତ୍ୟେହ ଶତାଧିକ ଟ୍ରିପ ବାଲି ଚାଲାଣ ହେଉଛି।
ଏ ପରିକି ପୌରକେଲା ଘାଟର ଲିଜ ସରି ଯାଇଥିଲେ ମଧ୍ୟ ଅଦ୍ୟାବଧି ସେହି ଘାଟରୁ ବେଆଇନ ଭାବେ ବାଲି ଉଠୁଥିବା ଅଭିଯୋଗ ହେଉଛି।
ଏପରିକି ଅନେକ ସ୍ଥାନରେ ଶହ ଶହ ଟ୍ରିପ ବାଲି ବେଆଇନ ଭାବେ ବର୍ଷା ହେବା ଆଗରୁ ନିଜ ବ୍ୟବସାୟ ପାଇଁ ଗଚ୍ଛିତ ରଖାଯାଇଥିବା ବେଳେ ଏନେଇ ଖଣି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବାଲି ମାଫିଆ ଙ୍କୁ ପରୋକ୍ଷ ଭାବେ ଉତ୍ସାହିତ କରୁଛି।
କେତେକ ପ୍ରଭାବ ଶାଳି ନେତା କିଛି ମଷ୍ଟିମେୟ ବ୍ୟକ୍ତି କାହାକୁ ଖାତିର ନ କରି ବାଲି ଚାଲାଣ କରୁଥିବାରୁ ଖଣି ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ପଛଘୁଞ୍ଛା ଦେଉଥିବା ଅଭିଯୋଗ ହେଉଛି।
ବ୍ଲକର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏହାର ସୁବିଧା ନେଇ ଟ୍ରିପ ପିଛା ଉଚ୍ଚା ଦରରେ ବାଲି ମାଫିଆମାନେ ମାଲେମାଲ ହେଉଥିବା ବେଳେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି।
ଆହୁରି ପଢ଼ନ୍ତୁ: ଅପରେସନ୍ "ବୈତରଣୀ": ବାଲି ମାଫିଆଙ୍କ ଘରେ ପଶିଲା ପୁଲିସ ଏନେଇ ବ୍ଲକରେ ଏକ ମାତ୍ର ତେରେସିଂହା ଠାରେ ଥିବା ନଦୀ ବାଲି ଘାଟରେ ଲିଜ ଥିବା ଡିଡିଏମ ଦୀପକ ଧରୁଆ ପ୍ରକାଶ କରିଛନ୍ତି।
ଆଶ୍ଚର୍ଯ୍ୟର କଥା ଦିନବେଳା ବାଲି ହାଇୱା କି ଟ୍ରାକ୍ଟରେ ବାଲି ନେବା ସଂପୂର୍ଣ୍ଣ ବାରଣ ଥିବା ବେଳେ ଏହି ଘାଟରୁ ଦିନ ଓ ରାତି ସମାନ ଭାବେ ବାଲି ଚାଲାଣ ହେଉଛି।
ପ୍ରକାଶ ଥାଉକି ଭବାନୀପାଟଣା ଠାରେ ଥିବା ଡିଡିଏମ୍ ଦୀପକ ଧରୁଆ ସବୁ ସ୍ୱୀକାର କରିବା ସହ କମ ଦିନ ଭିତରେ ନିକଟରେ ଥିବା ଫାଣ୍ଡି ଓ ତହସିଲକୁ ଧରିବାକୁ ଏକ ଚିଠିରେ ଆଦେଶ ନାମା ଜାରି କରିବୁ ବୋଲି ପ୍ରକାଶ କରିଥିଲେ।
ଜିଲ୍ଲାପାଳ ପ୍ରଶାସନ ବେଆଇନ ବାଲି ଚାଲଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।