06 JUNE 2026

Welcome!

Unlock your personalized experience.
Sign Up

Horoscope 2026 June 04: ଜାଣନ୍ତୁ ଆଜିର ରାଶିଫଳ...

Jun 04, 2026 - 00:10
Horoscope 2026 June 04: ଜାଣନ୍ତୁ ଆଜିର ରାଶିଫଳ...

‌ମେଷ: ଘରର ବଡ଼ଠୁ କିଛି ପ୍ରେରଣା ପାଇବେ। ଆପଣଙ୍କ ବ୍ୟବହାରରେ ଘରର ବୟୋଜ୍ୟେଷ୍ଠ ପ୍ରସନ୍ନ ରହିବେ। ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ହେବ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 

ବୃଷ: ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ବଜାୟ ରହିବ। ବଡ଼ ବ୍ୟବସାୟ ଗୋଷ୍ଠୀରେ ଭାଗୀଦାରି କରିବା ପାଇଁ ବିଚାର କରିବେ। ଆପଣଙ୍କ ସୃଷ୍ଟିକରଣକୁ ଲୋକ ପ୍ରଶଂସା କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ।  

ମିଥୁନ: ଦୂରସ୍ଥାନକୁ ଯିବାର ଯୋଗ ଅଛି। ଆପଣଙ୍କ ଖାଲି ସମୟରେ ନିଜର ଭଲ ଆଉ ମନ୍ଦ ବିଷୟରେ ବିଚାର କରିବେ। ନିଜ କାମରେ ଆଖପାଖ ଲୋକଙ୍କ ସାହାଯ୍ୟ ପାଇବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ। 

କର୍କଟ: ଦନଟି ଉଲ୍ଲାସଭରା ରହିବ। ନିତିଦିନିଆ କାମରେ କିଛି ନବୀନତା ଆସିପାରେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ ଶିକ୍ଷକଙ୍କ ଠାରୁ ପ୍ରଶଂସା ପାଇବେ। 

ସିଂହ: ଆର୍ଥିକ ରୂପେ ବନ୍ଧୁଠୁ ସାହାଯ୍ୟ ପାଇବେ। କ୍ୟାରିୟରରେ ଗୁରୁଜନଙ୍କଠାରୁ ମାର୍ଗଦର୍ଶନ ମିଳିବା ସହଜ ହେବ। ସ୍ବାସ୍ଥ୍ୟକୁ ଭଲ ରଖିବା ଲାଗି ଯୋଗର ରୁଟିନ ଗ୍ରହଣ କରିବେ। ନକାରାତ୍ମକ ଜିନିଷ ଠାରୁ ଦୂରରେ ରହନ୍ତୁ। 

କନ୍ୟା: ଦିନଟି ଆତ୍ମବିଶ୍ବାସ ଭରା ରହିବ। ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣିବାର ସଫଳ ହେବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇବେ। ଶରୀର ସୁସ୍ଥ ରହିବ। 

ଆହୁରି ପଢ଼ନ୍ତୁ- DK Shivakumar: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର

ତୁଳା: ପରିବାରରେ ହର୍ଷ ଉଲ୍ଲାସର ମାହୋଲ ରହିବ। ବିଦ୍ୟାର୍ଥୀ ଲକ୍ଷ୍ୟ ପାଇବା ଲାଗି ଶିକ୍ଷକଙ୍କର ପୂରା ସାହାଯ୍ୟ ପାଇବେ। ଲେଖନ କ୍ଷେତ୍ରରେ ଥିବା ବ୍ୟକ୍ତି ବଡ଼ ଖୁସି ଖବର ପାଇବେ। ଗାଡ଼ି କିଣିବା ଯୋଗ ଅଛି। 

ବିଛା: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ତଳିଆ କର୍ମଚାରୀ ଆପଣଙ୍କଠୁ କାମ ଶିଖିବାକୁ ଚାହିବେ। ପରିବାର ସବୁ ଲୋକ କୌଣସି ସମାରୋହରେ ସାମିଲ ହେବେ। ଆପଣ କୌଣସି କାମକୁ ‌ନେଇ ଉତ୍ସାହିତ ରହିବେ। 

ଧନୁ: କାମ ଓ ପାରିବାରିକ ସମ୍ବନ୍ଧରେ ସାମଞ୍ଜସ୍ୟ ବଜାୟ ରଖିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାମକୁ ପୂରା କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଛାତ୍ରୀ ପ୍ରତିଯୋଗୀ ପରୀକ୍ଷାରେ ସଫଳ ହେବେ। ‌ 

ମକର: ବେପାରରେ ଅଟକିଥିବା ଯୋଜନା ଆରମ୍ଭ କରିବା ଯୋଗୁଁ ବ୍ୟସ୍ତତା ବଢ଼ିବ। ଚାକିରି କରୁଥିବା ଲୋକ ନିଜର କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରନ୍ତୁ। ଆପଣଙ୍କ କଳା ଓ ସାହିତ୍ୟ କ୍ଷେତ୍ରରେ ମନ ଖୁବ୍ ଲାଗିବ। 

କୁମ୍ଭ: ବେପାରରେ ସାମନ୍ୟ ରୂପେ ଲାଭ ପାଇବେ। ଟଙ୍କାପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ ପ୍ରତିଯୋଗୀତା ପରୀକ୍ଷାରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ। ‌ 

ମୀନ: ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଆପଣଙ୍କର ଏଭଳି ବିଚାର ଆସିବ ଯାହା ଜବରଦସ୍ତ ଓ ସୃଜନାତ୍ମକ ହେବ। ଆୟର ନୂଆ ଉତ୍ସ ସୃଷ୍ଟି ହେବ। ବିଦ୍ୟାର୍ଥୀଙ୍କ ଲାଗି ସଫଳତାର ଯୋଗ ଅଛି।

ଅଧିକ ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।