06 JUNE 2026

Welcome!

Unlock your personalized experience.
Sign Up

Sudarsan: ଅଧିକ ସୁଦୃଢ଼ ହେଲା ‘ସୁଦର୍ଶନ ଚକ୍ର’ ରୁଷ୍‌ରୁ ଚତୁର୍ଥ ବ୍ୟାଚ୍‌ ଏସ୍‌-୪୦୦ ପହଞ୍ଚିଲା

Jun 04, 2026 - 00:10
Sudarsan: ଅଧିକ ସୁଦୃଢ଼ ହେଲା ‘ସୁଦର୍ଶନ ଚକ୍ର’ ରୁଷ୍‌ରୁ ଚତୁର୍ଥ ବ୍ୟାଚ୍‌ ଏସ୍‌-୪୦୦ ପହଞ୍ଚିଲା

ନୂଆଦିଲ୍ଲୀ : ଦେଶର ଦୂରଗାମୀ ବାୟୁ ପ୍ରତିରକ୍ଷା ଦକ୍ଷତାକୁ ସୁଦୃଢ଼ କରିବାପାଇଁ ରୁଷ୍‌ରୁ ଚତୁର୍ଥ ବ୍ୟାଚ୍‌‌ରେ ଏସ୍‌-୪୦୦ ସୁଦର୍ଶନ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆସି ଭାରତ ପହଞ୍ଚିଛି। ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ ଏସ୍‌-୪୦୦ ସୁଦର୍ଶନ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏକ ଭାରତୀୟ ଜାହାଜରେ ଆସି ପହଞ୍ଚିଛି ଏବଂ ଏହା ଖୁବ୍‌ଶୀଘ୍ର କାର୍ଯ୍ୟରେ ନି‌ୟୋଜିତ ହେବ। ଏହି ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୨୦୧୮ରେ ହୋଇଥିବା ଏକ ଚୁକ୍ତିର ଅଂଶ। ଏହି ଚୁକ୍ତି ଅଧୀନରେ ଭାରତ ରୁଷ୍‌ଠାରୁ ୫ଟି ଏସ୍‌-୪୦୦ ସ୍କ୍ବାଡ୍ରନ ପାଇବାର ଥିଲା। ଏଥିରୁ ୩ଟି ଏସ୍‌-୪୦୦ ୨ ବର୍ଷ ତଳେ ଭାରତ ପହଞ୍ଚି ସାରିଥିବାବେଳେ ରୁଷ୍‌-ୟୁକ୍ରେନ ଯୁଦ୍ଧ ପାଇଁ ବାକି ୨ଟି ଏସ୍‌-୪୦୦ ଭାରତ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଅପରେସନ୍‌ ସିନ୍ଦୂର ସମୟରେ ଏସ୍‌-୪୦୦ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଆସନ୍ତା କିଛି ମାସ ମଧ୍ୟରେ ପଞ୍ଚମ ତ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ସିଷ୍ଟମ୍‌ ଆସି ଭାରତ ପହଞ୍ଚିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।