Horoscope 2026 July 27: ଜାଣନ୍ତୁ ଆଜିର ରାଶିଫଳ

Jul 27, 2026 - 00:15
Horoscope 2026 July 27: ଜାଣନ୍ତୁ ଆଜିର ରାଶିଫଳ

"୨୭ ଜୁଲାଇ ୨୦୨୬, ‌ସୋମବାର।

ତିଥି: ଆଷାଢ଼ ଶୁକ୍ଳ ତ୍ରୟୋଦଶୀ।

ନକ୍ଷତ୍ର: ମୂଳା।

ଚନ୍ଦ୍ର: ଧନୁ।

ନୀଳାଦ୍ରି ବିଜେ, ରସଗୋଲା ଦିବସ, ଶିବ ଚତୁର୍ଦ୍ଦଶୀ ଓ ବେଢ଼ା ପରିକ୍ରମା, କଲାମଙ୍କ ତିରୋଧାନ।

ସୂର୍ଯ୍ୟୋଦୟ: ୫ଟା୨୪, ସୂର୍ଯ୍ୟାସ୍ତ: ୬ଟା୨୧।

ଘାତଚନ୍ଦ୍ର: ତୁଳା ଓ କୁମ୍ଭ।

ଘାତବାର: ମିଥୁନ।

ଶୁଭବେଳା: ପ୍ରାତଃ ୫ଟା୨୪ରୁ ୭ଟା୧, ଦିବା ୧୦ଟା୩୫ରୁ ୧ଟା୧୦, ଦିବା ୪ଟା୪୪ରୁ ୫ଟା୩୦, ସନ୍ଧ୍ୟା ୭ଟା୬ରୁ ୯ଟା୧୮, ରାତ୍ରି ୧୧ଟା୫୩ରୁ ୨ଟା୨୭ ପର୍ଯ୍ୟନ୍ତ।Advertisment ମେ‌ଷ: ଶାନ୍ତିରେ ସବୁ କାମ କରିବାକୁ ଚେଷ୍ଟା କରନ୍ତୁ।

ଘର କାମରେ ଆପଣଙ୍କର ଅର୍ଥ ଲାଗିବ।

ନିଜର ବାଣୀ ମଧୁର ରଖନ୍ତୁ।

ଜୀବନସାଥୀର ଭାବନାକୁ ବୁଝିବାରେ ସଫଳତା ମିଳିପାରେ।ବୃଷ: କୋର୍ଟ କଚେରି ମାମଲାରେ ଚିନ୍ତା ଓ ଖର୍ଚ୍ଚ ବଢ଼ିପାରେ।

କୌଣସି ବନ୍ଧୁର ସହଯୋଗ ପାଇବେ।

ପରିବାର ଲୋକ ଆପଣଙ୍କ କଥାରେ ସହମତ ହେବେ।

ମିଥୁନ: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ।

ଆପଣଙ୍କ ଉପରେ ପରିବାରର ଦାୟତ୍ବ ଆସିବ।

ଆର୍ଥିକ ସ୍ଥିତି ଭଲ ରହିବ।

ଲୋକେ ଆପଣଙ୍କ କାମରେ ଖୁସି ରହିବେ।

କର୍କଟ: ଧାର୍ମିକ ଗତିବିଧିରେ ସାମିଲ ହେବାର ଯୋଗ ଅଛି।

ପରିବାରରେ ଲାଗି ରହିଥିବା ସମସ୍ୟା ସମାପ୍ତ ହେବ।

ଅନ୍ୟମାନଙ୍କ ସହିତ କଥାବାର୍ତ୍ତାରୁ ଆପଣଙ୍କୁ ଫାଇଦା ହେବ।

ସିଂହ: ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ।

ନୂଆ ବ୍ୟବସାୟ କରିବାକୁ ଚାହୁଁଥିବା ଲୋକ ବଜା‌ର ସ୍ଥିତି ନେଇ ବିଚାର କରିବା ଭଲ ହେବ।

ଅଫିସରେ ନୂଆ ଦାୟିତ୍ବ ପାଇବେ।

କନ୍ୟା: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ।

ନୂଆ ବ୍ୟବସାୟ ଆରମ୍ଭ କରିବାରେ ବଡ଼ଭାଇର ସହଯୋଗ ପାଇବେ।

ବ୍ୟସ୍ତବହୁଳ ଜୀବନରୁ ପିଲାଙ୍କ ପାଇଁ ସମୟ ବାହାର କରନ୍ତୁ।ତୁଳା: ଜୀବନସାଥୀର ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ।

ଘର ଲୋକଙ୍କ ସାହାଯ୍ୟରେ ଆପଣଙ୍କ ଜରୁରୀ କାମ ପୂରା ହେବ।

ସାମାଜିକ କାର୍ଯ୍ୟ କରି ଆପଣଙ୍କୁ ଭଲ ଲାଗିବ।‌ବିଛା: ସମସ୍ତେ ଆପଣଙ୍କ ମତ ନେବାକୁ ଚାହିଁବେ।

ଆର୍ଥିକ ଲାଭ ପାଇବେ।

ବନ୍ଧୁ ସନ୍ଧ୍ୟା ପାଇଁ ବଢ଼ିଆ ଯୋଜନା ବନାଇ ଆପଣଙ୍କୁ ଖୁସି କରିଦେବେ।

ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।‌ ଧନୁ: ପରିବାର ଲୋକଙ୍କ ଆଗରେ ନିଜର ମତ ରଖିବାର ପୂରା ମଉକା ପାଇବେ।

ଆପଣଙ୍କ ଯୋଜନାରେ ଲୋକ ପ୍ରଭାବିତ ହେବେ।

ବିଦ୍ୟାର୍ଥୀ ଅଧ୍ୟୟନରେ ପୂରା ଧ୍ୟାନକେନ୍ଦ୍ରିତ କରନ୍ତୁ।

ମକର: ଭାଇ ବା ଭଉଣୀଙ୍କ ସହିତ ଫୋନରେ କଥା ହୋଇ ଆପଣଙ୍କୁ ବହୁତ ଭଲ ଲାଗିବ।

ନୂଆ ବ୍ୟଞ୍ଜନ ପ୍ରସ୍ତୁତି ଶିଖିବାକୁ ଚେଷ୍ଟା କରିବେ।

ଲୋକମାନଙ୍କ ସହିତ ମିଳାମିଶା ବଢ଼ାନ୍ତୁ।

କୁମ୍ଭ: ପୁରୁଣା ସମସ୍ୟା ନେଇ ବନ୍ଧୁ ସହିତ କଥାବାର୍ତ୍ତା କରିବେ।

ବ୍ୟବସାୟ ଭଲରେ ଚାଲିବ।

ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରିବେ।

ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ।

ମୀନ: ସରକାରୀ କାମର ନୀତି ଓ ନିୟମ ଉପରେ ପୂରା ଧ୍ୟାନ ଦିଅନ୍ତୁ।

କୌଣସି ମାମଲାରେ ତରବରିଆ ଦେଖାନ୍ତୁ ନାହିଁ।

ଆପଣଙ୍କ ମିଠା କଥା ପାଇଁ ମାନ ସମ୍ମାନ ପାଇବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।