Election: ବାଙ୍କିପୁର ଉପନିର୍ବାଚନରେ ନିର୍ଣ୍ଣାୟକ ଶକ୍ତି ହେବେ ଜେନ୍‌ ଜି

Jul 26, 2026 - 23:17
Election: ବାଙ୍କିପୁର ଉପନିର୍ବାଚନରେ ନିର୍ଣ୍ଣାୟକ ଶକ୍ତି ହେବେ ଜେନ୍‌ ଜି

"ପାଟନା: ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନ ଏବେ କେବଳ ଗୋଟିଏ ଆସନର ଲଢ଼େଇରେ ସୀମିତ ନାହିଁ।

ଛାତ୍ର ଆନ୍ଦୋଳନ ଦେଶବ୍ୟାପୀ ରାଜନୈତିକ ବିମର୍ଶର ଦିଗ ବଦଳାଇ ଦେଇଥିବାରୁ ଏହି ନିର୍ବାଚନ ଏ‌ବେ ବିଜେପି ପାଇଁ ପ୍ରେଷ୍ଟିଜ୍‌ ଲଢ଼େଇରେ ପରିଣତ ହୋଇଛି।

ବାଙ୍କୀପୁର ଦୀର୍ଘ ଦିନ ଧରି ବିଜେପିର ଏକ ଦୁର୍ଗ ଭାବେ ପରିଚିତ।

ବିଜେପି ନେତା ନିତିନ ନବୀନ ଏହି ଆସନରୁ ଏକାଧିକ ଥର ବିଜୟୀ ହୋଇଛନ୍ତି।

ସେ ବିଜେପିର ଜାତୀୟ ଅଧ୍ୟକ୍ଷ ହେବା ପରେ ରାଜ୍ୟସଭାକୁ ଯାଇଥିବାରୁ ଏହି ଆସନ ଏବେ ଖାଲି ପଡ଼ିଛି।

ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ବିଜେପି ପାଇଁ ଉକ୍ତ ଆସନରେ ବିଜୟୀ ହେବା ଗୁରୁତ୍ୱପୂର୍ଣ୍ଣ।

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାରୁ ଏହି ଲଢ଼େଇ ଆହୁରି ରୋଚକ ହୋଇଛି।Advertisment ଆହୁରି ପଢନ୍ତୁ:Dead: ଦୁର୍ଘଟଣାରେ ପୁଅ ମୃତ, ଜୀବନ ହାରିଲେ ବାପା ଉଲ୍ଲେଖଯୋଗ୍ୟ, ବାଙ୍କିପୁର ବିଧାନସଭା କ୍ଷେତ୍ରର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏଠାକାର ଯୁବ ଭୋଟରଙ୍କ ସଂଖ୍ୟା।

ଏହି ଅଞ୍ଚଳରେ ପାଟନା ବିଶ୍ୱବିଦ୍ୟାଳୟ, ଏନ୍ଆଇଟି ପାଟନା, ବିଏନ୍ କଲେଜ, ସାଇନ୍ସ କଲେଜ, ଏଏନ୍ କଲେଜ, ଚାଣକ୍ୟ ନ୍ୟାସନାଲ ଲ" ୟୁନିଭର୍ସିଟି ସମେତ ଅନେକ କଲେଜ, ବିଶ୍ୱବିଦ୍ୟାଳୟ, କୋଚିଂ ସେଣ୍ଟର ଓ ଛାତ୍ରାବାସ ରହିଛି।

ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଏଠାକୁ ପାଠପଢ଼ିବା ପାଇଁ ଆସନ୍ତି।

ଏହି ଆସନରେ ମୋଟ ୩.୭୯ ଲକ୍ଷ ଭୋଟର ଥିବାବେଳେ ସେଥିରୁ ପ୍ରାୟ ୧.୨୦ରୁ ୧.୩୫ ଲକ୍ଷ, ଅର୍ଥାତ୍ ପ୍ରାୟ ଏକ-ତୃତୀୟାଂଶ ଭୋଟରଙ୍କ ବୟସ ୧୮ରୁ ୨୯ ବର୍ଷ ମଧ୍ୟରେ।

ଏହି ବର୍ଗ ଛାତ୍ର ସମସ୍ୟା ସହ ସିଧାସଳଖ ଭାବେ ଜଡ଼ିତ ଥିବାରୁ, ଏଥର ନିର୍ବାଚନରେ ଜେନ୍‌ ଜି ଭୋଟରଙ୍କୁ ଏକ ବଡ଼ ନିର୍ଣ୍ଣାୟକ ଶକ୍ତି ଭାବେ ଦେଖାଯାଉଛି।

ସମ୍ପ୍ରତି ହୋଇଥିବା ଛାତ୍ର ଆନ୍ଦୋଳନ ଯୁବ ଭୋଟରଙ୍କୁ ପୂର୍ବ ଅପେକ୍ଷା ଅଧିକ ରାଜନୈତିକ ଭାବେ ସକ୍ରିୟ କରିଛି।

ଚାକିରି, ଶିକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ବହୁ ସଂଖ୍ୟକ ଛାତ୍ର ରାସ୍ତାକୁ ଓହ୍ଲାଇଥିଲେ।

ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଥିଲା।

ଫଳରେ ଶିକ୍ଷା ଓ ନିଯୁକ୍ତି ପ୍ରସଙ୍ଗ ନିର୍ବାଚନୀ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।

ଆହୁରି ପଢନ୍ତୁ:police: ପୁଲିସ ବର୍ବରତା ଉପରେ ଆଲୋଚନା ପାଇଁ ରାଜ୍ୟସଭାରେ ନୋଟିସ ଆଗତ କଲା ଟିଏମ୍‌ସି ରାଜନୈତିକ ବିଶ୍ଳେଷକଙ୍କ ମତରେ, ସମସ୍ତ ଦଳ ଏହି ପ୍ରସଙ୍ଗଗୁଡ଼ିକୁ ନିଜ ସପକ୍ଷରେ ବ୍ୟବହାର କରିବାକୁ ଉଦ୍ୟମ କରିବେ।

ବିଶେଷ କରି ପ୍ରଶାନ୍ତ କିଶୋର ଦୀର୍ଘ ଦିନ ଧରି ଏହି ସମସ୍ୟାଗୁଡ଼ିକୁ ଉଠାଇ ଆସୁଥିବାରୁ ସେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି।

ବିଜେପି ଏଥର ବିକାଶମୂଳକ କାର୍ଯ୍ୟ, ସୁଦୃଢ଼ ସାଂଗଠନିକ ଶକ୍ତି ଓ ପାରମ୍ପରିକ ଭୋଟ ବ୍ୟାଙ୍କ୍‌କୁ ଆଧାର କରି ନିର୍ବାଚନ ଲଢ଼ୁଛି।

ଦଳର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ମଜବୁତ ସଂଗଠନ, ଯାହା ବୁଥ୍ ସ୍ତର ପର୍ଯ୍ୟନ୍ତ ବିସ୍ତୃତ।

ବାଙ୍କୀପୁରରେ ବ୍ୟବସାୟୀ ସମ୍ପ୍ରଦାୟ, ମଧ୍ୟବିତ୍ତ ଶ୍ରେଣୀ ଓ ଦୀର୍ଘଦିନର ବିଜେପି ସମର୍ଥକଙ୍କ ସଂଖ୍ୟା ଉଲ୍ଲେଖନୀୟ।

ତେଣୁ ବିଜେପି ବିକାଶ, ସଂଗଠନର ଶକ୍ତି ଓ ସ୍ଥିର ନେତୃତ୍ୱକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଚାହୁଛି।

ଆହୁରି ପଢନ୍ତୁ:Bihar: ମୋ ଭାଇ ଓ ଅନ୍ୟ ଛାତ୍ରଙ୍କୁ ୨୪ ଘଣ୍ଟା ଭିତରେ ଛାଡ଼ ବିହାର ମୁଖ୍ୟମନ୍ତ୍ରୀଙ୍କୁ ତେଜସ୍ବୀଙ୍କ ‌ଚେତାବନୀ  ଅନ୍ୟପକ୍ଷରେ, ଯୁବ ଭୋଟରମାନେ ପାରମ୍ପରିକ ଭୋଟରଙ୍କଠାରୁ ଭିନ୍ନ।

ସେମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ, ନୂତନ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖନ୍ତି ଏବଂ କୌଣସି ଗୋଟିଏ ଦଳ ପ୍ରତି ସ୍ଥାୟୀ ଆନୁଗତ୍ୟ ରଖନ୍ତି ନାହିଁ।

ସେଥିପାଇଁ ଜେନ୍‌ ଜି କୌଣସି ନିର୍ଦ୍ଦିଷ୍ଟ ଦଳର ଭୋଟ ବ୍ୟାଙ୍କ ବୋଲି କୁହାଯାଇ ପାରିବ ନାହିଁ।

ନିର୍ବାଚନ ସମୟରେ ସେମାନଙ୍କ ମନୋଭାବ ବଦଳିପାରେ।

ତେଣୁ ଏହି ପରିପ୍ରେକ୍ଷୀରେ ବାଙ୍କିପୁର ଉପନିର୍ବାଚନର ଫଳାଫଳ ନିର୍ଣ୍ଣୟରେ ଜେନ୍‌ ଜି ପ୍ରଭାବ ପ୍ରମୁଖ ଭୂମିକା ନିଭାଇବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।