Task Force: ପରୀକ୍ଷା ସଂସ୍କାର ପାଇଁ ନିଲେକାନିଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ

Jul 27, 2026 - 01:12
Task Force: ପରୀକ୍ଷା ସଂସ୍କାର ପାଇଁ ନିଲେକାନିଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ

"ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ କକ୍ରୋଚ୍‌ ଜନତା ପାର୍ଟିର ଆନ୍ଦୋଳନ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ପରୀକ୍ଷାରେ ସଂସ୍କାର ଆଣିବା ଲାଗି ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ନନ୍ଦନ ନିଲେକାନିଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ ଘୋଷଣା କରିଛନ୍ତି।Advertisment ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଭାରତ ସରକାର ନିରବଚ୍ଛିନ୍ନ ଭାବେ ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ଯେଉଁମାନେ ଛାତ୍ରଙ୍କ ଭବିଷ୍ୟତ ସହିତ ଖେଳିଛନ୍ତି ସେମାନେ ଜେଲ୍‌ରେ ଅଛନ୍ତି।

ଆମେ ଫାଷ୍ଟ୍‌ଟ୍ରାକ୍‌ କୋର୍ଟ ଗଠନ କରି ସାରିଛୁ।

ସଂସଦରେ ଅଧିକ କଠୋର ଆଇନ ପ୍ରଣୟନ କରିବା ଦିଗରେ ଆମେ ଆଗକୁ ବଢ଼ୁଛୁ।

ଏହା ସତ୍ତ୍ବେ ଆମକୁ ଭବିଷ୍ୟତ ଦେଖିବାକୁ ହେବ।

ଆମର ପରୀକ୍ଷା ବ୍ୟବସ୍ଥା ବିଶ୍ବସନୀୟ ଓ ସ୍ବଚ୍ଛ ହେବା ଆବଶ୍ୟକ।

ଏଥିରେ ସର୍ବାଧିକ ମାତ୍ରାରେ ପ୍ରଯୁକ୍ତିର ବ୍ୟବହାର ହେବା ଦରକାର।

ଏସବୁ ବିଷୟକୁ ଦୃଷ୍ଟିରେ ରଖି ଆମେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଯୁକ୍ତି ବିଶେଷଜ୍ଞ ନନ୍ଦନ ନିଲେକାନିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ ପାଇଁ ନିଷ୍ପତ୍ତି ନେଇଛୁ।

ଏହି ଟାସ୍କଫୋର୍ସ ପରୀକ୍ଷା ସଂସ୍କାର ଉପରେ ଗୁରୁତ୍ବ ଦେବ।

ଟାସ୍କଫୋର୍ସର ରିପୋର୍ଟ ଆଧାରରେ ଯଥାଶୀଘ୍ର ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାଗୁଡ଼ିକର ବିଶ୍ବସନୀୟତାକୁ ନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନନ୍ଦନ ନିଲେକାନି ସୂଚନା ପ୍ରଯୁକ୍ତି କ୍ଷେତ୍ରର ଜଣେ ବଡ଼ ଉଦ୍ୟୋଗୀ।

ଏନ୍‌ଆର୍‌ ନାରାୟଣମୂର୍ତ୍ତି ଓ ଅନ୍ୟ ସହପ୍ରତିଷ୍ଠାତାମାନଙ୍କ ସହ ମିଶି ୧୯୮୧ ମସିହାରେ ସେ ଇନ୍‌ଫୋସିସ୍‌ ପ୍ରତିଷ୍ଠା କରିଥିଲେ।

୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଇନ୍‌ଫୋସିସ୍‌ର ସିଇଓ ତଥା ଏମ୍‌ଡି ହୋଇଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୭ରେ ସେ କମ୍ପାନିର ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇଥିଲେ।

ତାଙ୍କ ପୂରାନାମ ନନ୍ଦନ ମୋହନରାଓ ନିଲେକାନି।

ଭାରତରେ ଆଧାର କାର୍ଡର ଜନକ ବୋଲି ତାଙ୍କୁ ବିବେଚନା କରାଯାଏ।

Narendra Modi: ଓଡ଼ିଶାର ବିକାଶ ହେଲେ ଭାରତ ବିକଶିତ ହେବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନମୋହନ ସିଂହଙ୍କ ନେତୃତ୍ବରେ ଚାଲିଥିବା ଉପା ସରକାର ଅମଳରେ ୨୦୦୯ ମସିହାରେ ତାଙ୍କୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା।

ତାଙ୍କ ନେତୃତ୍ବରେ ଆଧାର ପ୍ରକଳ୍ପ ଆରମ୍ଭ ହୋଇଥିଲା।

୨୦୧୪ ମସିହାରେ କଂଗ୍ରେସ ଦଳରୁ ସେ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜେପିର ଅନନ୍ତ କୁମାରଙ୍କଠାରୁ ବିପୁଳ ଭୋଟରେ ପରାଜିତ ହୋଇଥିଲେ।

ଏହା ପରେ ସେ ନିର୍ବାଚନୀ ରାଜନୀତିରୁ ଦୂରେଇ ଯାଇଥିଲେ।

୧୯୫୫ ମସିହା ଜୁନ୨ରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ତାଙ୍କର ଜନ୍ମ ହୋଇଥିଲା।

ଆଇଆଇଟି ବମ୍ବେରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।