Welcome!

Unlock your personalized experience.
Sign Up

NSG chief: ପ୍ରଥମ ଏନ୍‌ଏସ୍‌ଜି ମୁଖ୍ୟ ଆର୍‌ ଟି ନାଗରାନୀଙ୍କ ପରଲୋକ

Jul 26, 2026 - 22:57
NSG chief: ପ୍ରଥମ ଏନ୍‌ଏସ୍‌ଜି ମୁଖ୍ୟ ଆର୍‌ ଟି ନାଗରାନୀଙ୍କ ପରଲୋକ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଗାର୍ଡ଼ (ଏନ୍‌ଏସ୍‌ଜି)ର ପ୍ରଥମ ମହାନିର୍ଦ୍ଦେଶକ ଆର୍‌ଟି ନାଗରାନୀଙ୍କର ରବିବାର ୯୮ ବର୍ଷ ବୟସରେ ପରଲୋକ ଘଟିଛି। ୧୯୮୬ ମସିହାରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରୁ ସଶସ୍ତ୍ର ଆତଙ୍କବାଦୀମାନଙ୍କୁ ବିତାଡିତ କରିବା ପାଇଁ ଅପରେସନ୍ ବ୍ଲାକ୍ ଥଣ୍ଡର-୧ର ନେତୃତ୍ୱ ନେଇଥିବା ନାଗରାନୀଙ୍କର ରବିବାର ଦିଲ୍ଲୀଠାରେ ମୃତ୍ୟୁ ହୋଇଛି। ନାଗରାନୀଙ୍କ ସ୍ୱାସ୍ଥ୍ୟ ଭଲ ନ ଥିଲା। ଦକ୍ଷିଣ ଦିଲ୍ଲୀ ସ୍ଥିତ ଘରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢନ୍ତୁ:Rajnath Singh: ପିଓକେ ଛଡ଼ା ପାକିସ୍ତାନ ସହ ଅନ୍ୟ କୌଣସି ବିଷୟ‌ରେ କଥାବାର୍ତ୍ତା ହେବନି

 ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଆନ୍ଧ୍ର ପ୍ରଦେଶ କ୍ୟାଡରର ୧୯୫୧ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ୧୯୮୭ ମସିହାରେ ଅବସର ନେଇଥିଲେ। ନାଗରାନୀ ୧୭ ଅଗଷ୍ଟ ୧୯୮୪ରୁ ୨୫ ସେପ୍ଟେମ୍ବର ୧୯୮୬ ପର୍ଯ୍ୟନ୍ତ ‘ବ୍ଲାକ କ୍ୟାଟ୍‌ କମାଣ୍ଡୋ’ ବାହିନୀ ଭାବରେ ଜଣାଶୁଣା ଏନ୍ଏସ୍‌ଜିର ନେତୃତ୍ୱ ନେଇଥିଲେ। ଏନ୍ଏସ୍‌ଜି ୧୯୮୪ ମସିହାରେ ଗଠିତ ହୋଇଥିଲା।

ଆହୁରି ପଢନ୍ତୁ:Rape Accuse Arrested: ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ

ଆଧିକାରିକ ସୂତ୍ର ଅନୁଯାୟୀ ‘ଅପରେସନ ବ୍ଲାକ୍‌ ଥଣ୍ଡର-୧’ ୧୯୮୬ ମସିହା ଏପ୍ରିଲ ୩୦ ତାରିଖ ରାତିରେ ସ୍ବର୍ଣ୍ଣ ମନ୍ଦିର ପରିସରରେ ଆରମ୍ଭ ହୋଇ ପରିଦିନ ପ୍ରତ୍ୟୁଷ ପର୍ଯ୍ୟନ୍ତ ଚାଲିଥିଲା। ପୂରା ଅପରେସନ ଖାଲି ପାଦ ଓ ମୁଣ୍ଡକୁ ଘୋଡ଼ାଇ କରାଯାଇଥିଲା। ସ୍ୱର୍ଣ୍ଣ ମନ୍ଦିରର ପବିତ୍ରତା ବଜାୟ ରଖି କେହି ମନ୍ଦିର ଭିତରକୁ ପ୍ରବେଶ କରିନଥିଲେ। ଅପରେସନ୍ ସମୟରେ ମନ୍ଦିରର କୌଣସି କ୍ଷତି ହୋଇନଥିଲା। କମାଣ୍ଡୋମାନେ ୧୨୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲେ। ଏନ୍‌ଏସ୍‌ଜି ମହାନିର୍ଦ୍ଦେଶକ ବ୍ରିଘୁ ଶ୍ରୀନିବାସନ ନାଗରାନୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।ନାଗରାନୀଙ୍କର ତିନି ପୁଅ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।