NEET: ୩୮ ମାର୍କ ବୈଧ, ନିଟ୍ ପରୀକ୍ଷାର୍ଥୀଙ୍କ ୬୪୦ ମାର୍କ ଅଭିଯୋଗକୁ ଖଣ୍ଡନ କଲା ଏନ୍ଟିଏ
"ନୂଆଦିଲ୍ଲୀ: ଲକ୍ଷ୍ନୌର ଜଣେ ନିଟ୍-ୟୁଜି୨୦୨୬ ପରୀକ୍ଷାର୍ଥୀ ତାଙ୍କ ଓଏମ୍ଆର ସିଟ୍ ପରିବର୍ତ୍ତନ ହୋଇଥିବା ଅଭିଯୋଗ କରିଥିଲେ।
ସେ ୬୪୦ ମାର୍କ ପାଇବେ ବୋଲି ଆଶା କରିଥିଲେ।
କିନ୍ତୁ ତାଙ୍କର ମାତ୍ର ୩୮ ମାର୍କ ରହିଛି।
ତେବେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ସୋମବାର ଉକ୍ତ ପରୀକ୍ଷାର୍ଥୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି।
ଏଜେନ୍ସି କହିଛି ଯେ, ସେମାନଙ୍କ ରେକର୍ଡରେ କୌଣସି ଅସଙ୍ଗତି ହୋଇନଥିବା ଜଣାପଡ଼ିଛି ଏବଂ ସୋସିଆଲ ମିଡିଆରେ ପ୍ରସାରିତ ଓଏମ୍ଆର ସିଟ୍ ଡିଜିଟାଲ ଭାବେ ପରିବର୍ତ୍ତିତ ହୋଇଛି।
ଏନ୍ଟିଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ପ୍ରତିଭା ତ୍ରିବେଦୀ ନାମକ ପରୀକ୍ଷାର୍ଥୀ ନିଜର ପ୍ରକୃତ ମାର୍କ ପ୍ରାୟ ୬୪୦ ହେବା ଉଚିତ ବୋଲି ଦାବି କରିଥିଲେ, କିନ୍ତୁ ତାଙ୍କୁ ମାତ୍ର ୩୮ ମାର୍କ ମିଳିଥିଲା।
ଏହା ପରେ ଏନ୍ଟିଏ ସମସ୍ତ ରେକର୍ଡ ଯାଞ୍ଚ କରିଥିଲା।Advertisment ଆହୁରି ପଢନ୍ତୁ: ମହାପ୍ରଭୁଙ୍କ ନୃସିଂହ ବେଶ ପରୀକ୍ଷାର୍ଥୀଙ୍କର ପ୍ରକୃତ ଓଏମ୍ଆର ସିଟ୍ ଏନ୍ଟିଏ ପାଖରେ ସୁରକ୍ଷିତ ରହିଛି ଏବଂ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଏନ୍ଟିଏ କହିଛି।
ଏନ୍ଟିଏ ଆହୁରି କହିଛି ଯେ, ସୋସିଆଲ ମିଡିଆରେ ପ୍ରସାରିତ ଓଏମ୍ଆର ସିଟ୍ଟି ପ୍ରକୃତ ସିଟ୍ର ଡିଜିଟାଲ ଭାବେ ପରିବର୍ତ୍ତିତ ସଂସ୍କରଣ ଏବଂ ଏହା ଏନ୍ଟିଏର ରେକର୍ଡରେ ଥିବା ମୂଳ ଦସ୍ତାବିଜ ନୁହେଁ।
ବିବୃତିରେ ସ୍ପଷ୍ଟ କରାଯାଇଛି ଯେ, ପରୀକ୍ଷାର୍ଥୀଙ୍କ ୩୮ ମାର୍କ ଯାଞ୍ଚ କରାଯାଇଛି ଏବଂ ଏହି ଫଳାଫଳ ବୈଧ।
ଏନ୍ଟିଏ ସତର୍କ କରିଛି ଯେ, ଜାଲ୍ କିମ୍ବା ପରିବର୍ତ୍ତିତ ଓଏମ୍ଆର ସିଟ୍ ପ୍ରସ୍ତୁତ କରିବା କିମ୍ବା ପ୍ରସାର କରିବା ପବ୍ଲିକ୍ ଏକ୍ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ଆଇନ, ୨୦୨୪ ଅନୁଯାୟୀ ଦଣ୍ଡନୀୟ ଅପରାଧ।
ଆହୁରି ପଢନ୍ତୁ: Drug Peddler arrest ବେପାରୀ ବେଶରେ ନିଶା ବେପାରୀ ବାବରକୁ ମାଡ଼ିବସିଲା ଅବକାରୀ ପୁଲିସ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପ୍ରତିଭା ତ୍ରିବେଦୀ କହିଥିଲେ ଯେ, ସେ ପ୍ରାୟ ୬୪୦ ମାର୍କ ପାଇବେ ବୋଲି ଆଶା ରଖିଥିଲେ, କିନ୍ତୁ ତାଙ୍କୁ କେବଳ ୩୮ ମାର୍କ ମିଳିଥିଲା।
ସେ ଏହା ମଧ୍ୟ କହିଥିଲେ ଯେ ଏନେଇ ଏନ୍ଟିଏକୁ ତିନିଥର ଇ-ମେଲ୍ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।
ଏନ୍ଟିଏ ଏକ ସାର୍ବଜନୀନ ସୂଚନା ଜାରି କରି ଜାଲ୍ କିମ୍ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ ନିଟ୍-ୟୁଜି ୨୦୨୬ ଓଏମ୍ଆର ସିଟ୍ ଓ ସ୍କୋରକାର୍ଡ ପ୍ରଚାର ବିରୋଧରେସତର୍କ କରିଛି।
ଏପରି କାର୍ଯ୍ୟ ଉପରୋକ୍ତ ଆଇନ ସହ ଅନ୍ୟାନ୍ୟ ପ୍ରଚଳିତ ଆଇନ ଅନୁଯାୟୀ ଦଣ୍ଡନୀୟ ବୋଲି ଏନ୍ଟିଏ କହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।